ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମ ପାଳିତ ।

ଗଜପତି:- ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମ ପାଳିତ । ଗଜପତି(ମନୋଜ ପାଢୀ/ ୨୧/୬/ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ୍ ଠାରେ ଗଜପତି ଜିଲ୍ଲା ଅବକାରୀ ବିଭାଗ ଏବଂ ଜିଲ୍ଲା କ୍ରୀଡ଼ା ବିଭାଗର ମିଳିତ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମ ମହା ସମାରୋହରେ ପାଳିତ ହୋଇଯାଇଛି lଆଜିର ଏହି ଯୋଗ ଦିବସ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ସଭାପତି ଶ୍ରୀ ଜି.ତିରୁପତି ରାଓ , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଫାଲଗୁନି ମାଝୀ , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ଶଙ୍କର କେରକେଟା , ଉପଜିଲ୍ଲାପାଳ ଶ୍ରୀ ଅନୁପ ପଣ୍ଡା , ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ପୃଥ୍ୱୀରାଜ ମଣ୍ଡଳ , ପ୍ରକଳ୍ପ ପ୍ରଶାସକ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି ଶ୍ରୀ ଅଂଶୁମାନ ମହାପାତ୍ର ଓ ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ପ୍ରମୁଖ ମଞ୍ଚାସିନ ଥିଲେ।ଆନ୍ତର୍ଜାତୀୟ ଯୋଗ ଦିବସର ବିଷୟ ବସ୍ତୁ ରହିଥିଲା “ଏକ ପୃଥିବୀ, ଏକ ସ୍ଵାସ୍ଥ୍ୟ ” ପାଇଁ ନିୟମିତ ଯୋଗ କରନ୍ତୁ , ସୁସ୍ଥ ରହନ୍ତୁ । ଏହି ବିଷୟ ଉପରେ ଜିଲ୍ଲାପାଳ ଶ୍ରୀ ଦାସ , ଉପସ୍ଥିତ ସମସ୍ତଙ୍କୁ ଯୋଗର ଉପଯୋଗିତା ଉପରେ କହି ଅବଗତ କରାଇ ଥିଲେ ଯେ , ଯୋଗ କରିବା ଦ୍ୱାରା- ଶାରୀରିକ , ମାନସିକ ଓ ଆଧ୍ୟାତ୍ମିକ ସୁସ୍ଥତା ପାଇଁ ଅଭ୍ୟାସ କରାଇବାରେ ଅନେକ ସାହାଯ୍ୟ କରିଥାଏ ବୋଲି କହି ଯୋଗ ଅଭ୍ୟାସ ପରେ ସମସ୍ତଙ୍କୁ ଦୈନନ୍ଦିନ ଜୀବନରେ ଯୋଗ କରିବା ନିମନ୍ତେ ଶପଥ ପାଠ କରାଇ ସମସ୍ତଙ୍କୁ ଦିଗ ଦର୍ଶନ ଦେଇଥିଲେ lଅନ୍ୟ ଅତିଥି ଗଣ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଯୋଗ ଦିବସର ତାତ୍ପର୍ଯ୍ୟ ଏବଂ ଏହାର ଆବଶ୍ୟକତା କିଭଳି ଅପରିହାର୍ଯ୍ୟ ତାହା ନିଜ ବକ୍ତବ୍ୟରେ ଅବଗତ କରାଇବା ସହ ପ୍ରତ୍ୟେକ ଦିନ ଯୋଗ ଅଭ୍ୟାସ କରିବାକୁ କହିଥିଲେ lଏହି ଯୋଗ ଦିବସରେ ଯୋଗ ଦେଇଥିବା ସମସ୍ତ ଅତିଥି ମାନଙ୍କ ଗହଣରେ ସ୍ଥାନୀୟ ଜନ ସାଧାରଣ , ଲୋକ ପ୍ରତିନିଧି , ପ୍ରଶାସନିକ ଅଧିକାରୀ ଛାତ୍ରଛାତ୍ରୀ ଓ ଅନ୍ୟମାନଙ୍କୁ ଯୋଗ ପ୍ରଶିକ୍ଷକ ତଥା ଭାରତ ସ୍ୱାଭିମାନ ର ଜିଲ୍ଲା ପ୍ରଭାରୀ ଶ୍ରୀ ବିଘ୍ନେଶ୍ୱର ଦାସ ପ୍ରଶିକ୍ଷକ ଭାବେ ଯୋଗ ଦେଇ ବିଭିନ୍ନ ପ୍ରକାରର ଯୋଗ ଓ ପ୍ରାଣାୟାମ ଶିକ୍ଷା ପ୍ରଦାନ କରିଥିଲେ l ଏହି ଅବସରରେ ୫ ଜଣ ଯୋଗ ଗୁରୁ :- ଭାରତ ସ୍ୱାଭିମାନ ର ଜିଲ୍ଲା ପ୍ରଭାରୀ ଶ୍ରୀ ବିଘ୍ନେଶ୍ୱର ଦାସ , ପତଞ୍ଜଳି ଯୋଗ ସମିତିର ଜିଲ୍ଲା ପ୍ରଭାରୀ ଶ୍ରୀ ସୁରେନ୍ଦ୍ର ନାଥ ରଥ , ପତଞ୍ଜଳି କିଷାନ ପ୍ରଭାରୀ ଶ୍ରୀ ଏ: ଜଗନ୍ନାଥ ରାଜୁ , ପତଞ୍ଜଳି ଯୋଗ ସମିତି ମହିଳା ପ୍ରଭାରୀ ଶ୍ରୀମତୀ ଆଶାଲତା ପାଣିଗ୍ରାହୀ , ଯୋଗ ପ୍ରଶିକ୍ଷକ ନିବେଦିତା ଦାସ ଏବଂ ପି: ଝାନସୀ ଙ୍କୁ ମଞ୍ଚାସୀନ ଅତିଥି ମାନଙ୍କ ଦ୍ଵାରା ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରା ଯାଇଥିଲା।ଏହି କାର୍ଯ୍ୟ କ୍ରମରେ ଅବକାରୀ ଅଧୀକ୍ଷକ ଶ୍ରୀ ପ୍ରଦୀପ କୁମାର ସାହୁ, ଭାରପ୍ରାପ୍ତ କ୍ରୀଡ଼ା ଅଧିକାରୀ ତଥା ଡେପୁଟି କଲେକ୍ଟର ଶ୍ରୀ ଲାବେନ୍ଦୁ ମହାନ୍ତି , ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୋସାଣୀ ଶ୍ରୀ ଗୌର ଚନ୍ଦ୍ର ପଟ୍ଟନାୟକ , ତହସିଲଦାର ଶ୍ରୀ ନାରାୟଣ ବେହେରାଙ୍କ ସମେତବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଓ କର୍ମଚାରୀଙ୍କ ସମେତ ଲୋକ ପ୍ରତିନିଧି , କ୍ରୀଡ଼ାବିତ , ବିଭିନ୍ନ କଲେଜ ଓ ସ୍କୁଲର ଛାତ୍ରଛାତ୍ରୀ , ସାମ୍ବାଦିକ ଓ ସ୍ଥାନୀୟ ଜନ ସାଧାରଣ ଏଥିରେ ଅଂଶ ଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *