ଅଶାନ୍ତ ଗଞ୍ଜାମ ଜିଲ୍ଲା ରେ ପୁଣି ଏକ ହତ୍ୟାକାଣ୍ଡ।
କବିସୂର୍ଯ୍ୟ ନଗର ଥାନା ଅର୍ନ୍ତଗତ ଜରଡ ଛକରେ ହତ୍ୟାକାଣ୍ଡ ଘଟିଛି। ହତ୍ୟା ର ଶୀକାର ହୋଇଥିବା ଯୁବକ ଜଣକ ଆଠଗଡ଼ ପାଟଣା ଖଦାଳ ସାହିର ଉପେନ୍ଦ୍ର ନାହାକ ର ପୁଅ ସାଗର ନାହାକ। ଗତକାଲି ସନ୍ଧ୍ୟାରେ ଦୁଇ ବନ୍ଧୁଙ୍କ ସହ କାଳିଆ ପଲ୍ଲୀ ଗ୍ରାମକୁ ଏକ ଭୋଜି କାର୍ଯ୍ୟରେ ଯୋଗଦାନ କରି ବିଳମ୍ବିତ ରାତି ପର୍ଯ୍ୟନ୍ତ ଫେରିନଥିଲା। ମଧ୍ୟ ରାତ୍ରୀରେ ପରିବାର ଲୋକଙ୍କୁ ଫୋନ ଆସିଲା ଯେ ସାଗର ଜରଡ ଛକରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ଖବର ପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ସାଗର କୁ ଉଠେଇ ଘରକୁ ଆଣି ଥିଲେ। ମୃତ ଯୁବକ ର ମୁଣ୍ଡରେ ପଥର ଛେଚା ଯାଇଛି ଓ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ହୋଇଛି। ପରବର୍ତ୍ତୀ ସମୟରେ ପୋଲିସ ଖବର ପାଇ ଆଠଗଡ଼ ପାଟଣା ରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ପରିବାର ଲୋକଙ୍କଠାରୁ ଅଭିଯୋଗ ପାଇ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି।
