*ଦୁଇ ଭାଇ କଳିରେ ବଳି ପଡ଼ିଲେ ସିପାହୀ।
ବୈଦ୍ୟନାଥପୁରୁ ଥାନା ଅନ୍ତର୍ଗତ ଗୋଲାପୋଲି ସାହିରେ ଦୁଇ ଭାଇ ଙ୍କ ମଧ୍ୟରେ ଝଗଡ଼ା ହେଉଥିବା ବେଳେ ୧୧୨ ଗାଡ଼ି ପହଞ୍ଚି ପରିସ୍ଥିତି ବୁଝିବା ସମୟରେ ଜଣେ ଭାଇ ହାତରେ ଧରିଥିବା ଖଣ୍ଡାରେ କାର୍ଯ୍ୟରତ ସିପାହୀ ଙ୍କୁ ଆକ୍ରମଣ କରିଥିଲା। ଯାହା ଫଳରେ ସିପାହୀ ଜଣକ ଖଣ୍ଡା ଟିକୁ ହାତରେ ଧରିଦେଇଥିବାରୁ ନିଶ୍ଚିତ ଗଭୀର ଆଘାତ ରୁ ବର୍ତ୍ତି ଯାଇଛନ୍ତି। ଆହତ ସିପାହୀ ଜଣକ ଡାକ୍ତରଖାନାରେ ଚିକିତ୍ସିତ ହୋଇ ଥାନା ରେ ଅଭିଯୋଗ କରିଥିଲେ। ଏହି ଭଳି ସମ୍ବେଦନଶୀଳ ପରିସ୍ଥିତିରେ ବ୍ରହ୍ମପୁର ଏସ୍ ପି ଡଃ ସର୍ବଣ ବିବେକ ଏମ୍ ଓ ଅନ୍ୟାନ୍ୟ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଥିଲେ। ପୋଲିସ ପ୍ରଶାସନର ଜରୁରୀ ପଦକ୍ଷେପ ସ୍ୱରୂପ ପୋଲିସ କର୍ମଚାରୀ ଙ୍କୁ ଖଣ୍ଡାରେ ଆକ୍ରମଣ କରି ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିବା ଅଭିଯୁକ୍ତ କୁ ପୋଲିସ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ନିକଟରୁ ଧରିଥିବା ସୁଚନା ମିଳିଛି।
