ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ‘ବିଶ୍ୱ ବୟସ୍କ ନିର୍ଯ୍ୟାତନା ସଚେତନତା ଦିବସ’ ପାଳିତ

Spread the love

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ‘ବିଶ୍ୱ ବୟସ୍କ ନିର୍ଯ୍ୟାତନା ସଚେତନତା ଦିବସ’ ପାଳିତ

ଗଞ୍ଜାମ ଜିଲ୍ଲା ଓ ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷା ଡ଼ା ଭାଗ୍ୟଲକ୍ଷ୍ମୀ ରଥଙ୍କ ନିର୍ଦ୍ଦେଶ କ୍ରମେ ସଚିବ ଶ୍ରୀମତୀ ଦେବଶ୍ରୀ ସାହୁଙ୍କ ପରିଚାଳନାରେ ବ୍ରହ୍ମପୁର ନିକଟ ରଙ୍ଗେଈଲୁଣ୍ଡା ବ୍ଲକ ଅନ୍ତର୍ଗତ ବଡ଼କୁଶସ୍ଥଳୀ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ‘ବିଶ୍ୱ ବୟସ୍କ ନିର୍ଯ୍ୟାତନା ସଚେତନତା ଦିବସ’ ପାଳିତ ହୋଇଯାଇଛି।ବରିଷ୍ଠ ନାଗରିକଙ୍କ ଆଇନଗତ ଆବଶ୍ୟକତା ପୂରଣ କରିବା ପାଇଁ ଆଇନଗତ ସହାୟତା ଶିବିର ସହିତ ଏହି’ ବିଶ୍ୱ ବୟସ୍କ ନିର୍ଯ୍ୟାତନା ସଚେତନତା ଦିବସ’ ପାଳନ ହୋଇଛି l ଜାତୀୟ ଆଇନ ସେବା ପ୍ରାଧିକରଣ ନିର୍ଦ୍ଦେଶ କ୍ରମେ ଚଳିତ ବର୍ଷ ଠାରୁ ଏହି ଦିବସ ଆରମ୍ଭ ହେବା ସହ ପ୍ରତ୍ୟେକ ବର୍ଷ ଜୁନ ୧୫ ତାରିଖରେ ରାଜ୍ୟ ତଥା ପ୍ରତି ଜିଲ୍ଲାରେ ଏହା ପାଳନ କରାଯିବ l ଏହି ଅବସରରେ ବରିଷ୍ଠ ବ୍ୟକ୍ତି ମାନଙ୍କ ସମସ୍ୟା ଏବଂ ସମାଧାନ ଦିଗରେ ଗୁରୁତ୍ୱ ଦେବା ସହ ଗ୍ରାମର କିଛି ବରିଷ୍ଠ ବ୍ୟକ୍ତି ମାନଙ୍କୁ ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ କରାଯାଇଥିଲା lଏହି କାର୍ଯ୍ୟକ୍ରମରେ ପିଏଲଏ-ପିୟୁଏସ ଅଧ୍ୟକ୍ଷା ଶ୍ରୀ ସୁଭଦର୍ଶୀ ପଟ୍ଟନାୟକ,ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଦସ୍ୟ ଶ୍ରୀ ଟି.କେ ରେଡ୍ଡୀ, ସଦସ୍ୟା ଶ୍ରୀମତୀ ଡ଼ା ମିନାକ୍ଷୀ ଦେବୀ,ରଙ୍ଗେଈଲୁଣ୍ଡା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀଶ୍ରୀଲକ୍ଷ୍ମୀନରସିଂହ ପଟ୍ଟନାୟକ,ବଡ଼କୁଶସ୍ଥଳୀ ପିଇଓ ପ୍ରମୁଖ ଯୋଗଦେଇଥିଲା