ବେଳାଭୁମି ରେ ଲଜ୍ଜାଜନକ ଘଟଣା,୭ ଅଟକ,୩ ଚମ୍ପଟ୍।

ବେଳାଭୁମି ରେ ଲଜ୍ଜାଜନକ ଘଟଣା,୭ ଅଟକ,୩ ଚମ୍ପଟ୍।

ପୁରୁଷ ବନ୍ଧୁମାନଙ୍କ ସହ ଗୋପାଳପୁର ବେଳାଭୂମି ବୁଲି ଆସିଥିବା ଜନୈକା ଯୁବତୀ କୁ କିଛି କାମାନ୍ଧ ଯୁବକ ବନ୍ଧୁଙ୍କ ପାଖରୁ ଉଠାଇ ନେଇ ଗଣ ଦୁଷ୍କର୍ମ କରିଥିବା ଜଣାପଡ଼ିଛି।ସୁଚନା ଅନୁଯାୟୀ ଜଣାପଡିଛି ଯେ କୌଣସି ଏକ ଶିକ୍ଷାନୁଷ୍ଠାନ ର କିଛି ଛାତ୍ର ମିଶି ବେଳାଭୂମି ବୁଲିବାକୁ ଯାଇଥିଲେ। ଏହି ସମୟରେ ହିଞ୍ଜିଳିକାଟୁ ଅଞ୍ଚଳର କିଛି ଯୁବକ ମୋଟରସାଇକେଲ ରେ ଆସି ବେଳାଭୂମିର ନିର୍ଜନ ସ୍ଥାନକୁ ଯାଇ ମଦ୍ୟପାନ କରି ପାନ୍ଥନିବାସ ପଟେ ବୁଲିବାକୁ ଯାଇଥିଲେ ଓ ନିଜ ବନ୍ଧୁମାନଙ୍କ ଠାରୁ ଦୁରେ ବସିଥିବା ପୀଡିତା ଯୁବତୀ କୁ ଅସାଦାଚରଣ କରିଥିଲେ। ଏହି ଭଳି ପରିସ୍ଥିତିରେ ଯୁବତୀ ର ଜଣେ ପୁରୁଷ ବନ୍ଧୁ ଆସି ପ୍ରତିବାଦ କରିବାରୁ ମଦ୍ୟପ ଯୁବକ ମାନେ ଯୁବକ କୁ ମାଡ଼ ମାରି ଯୁବତୀ ଜଣକୁ ଉଠାଇ ନେଇ ଗଣ ଦୁଷ୍କର୍ମ କରିଥିଲେ। ଘଟଣା ପରେ ପୀଡ଼ିତା ଜଣକ ଗୋପାଳପୁର ଥାନା ରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତତ୍କାଳ ଜଣେ ଯୁବକ କୁ କାବୁ କରି ଥାନାରେ ରଖି ଜେରା କରିବା ପରେ ଅନ୍ୟ ଯୁବକ ମାନଙ୍କ ବିଷୟରେ ପୋଲିସ ଜାଣି ପାରି ଆଉ ୬ ଜଣଙ୍କୁ ବିଭିନ୍ନ ସ୍ଥାନରୁ ଉଠାଇ ଆଣି ଯେରା କରିଥିଲେ ଓ ଆହୁରି ୩ ଜଣ ଅଭିଯୁକ୍ତ ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିବା ଜଣାପଡିଛି। ପରବର୍ତ୍ତୀ ସମୟରେ ଖବର ପାଇ ବ୍ରହ୍ମପୁର ଏସ୍ ପି ଡଃ ସର୍ବଣ ବିବେକ ଏମ୍ ଗୋପାଳପୁର ଥାନା ରେ ପହଞ୍ଚି ଘଟଣା ବିଷୟରେ ଅନୁଧ୍ୟାନ କରିଛନ୍ତି।

Leave a Reply

Your email address will not be published. Required fields are marked *