ଫୁଲବାଣୀରେ ତିନି ଦିନ ବ୍ୟାପୀ ରଜ ମହୋତ୍ସବ-୨୦୨୫

Spread the love

ଫୁଲବାଣୀରେ ତିନି ଦିନ ବ୍ୟାପୀ ରଜ ମହୋତ୍ସବ-୨୦୨୫…..

କନ୍ଧମାଳ -୧୩/୦୬(ରିପୋର୍ଟ କୁନା ଦିଗାଲ)ଶୁକ୍ରବାର ଜୁନ ୧୩ରୁ ୧୫ ତାରିଖ ରବିବାର ଯାଏ ଦୀର୍ଘ ତିନି ଦିନ ବ୍ୟାପୀ କନ୍ଧମାଳ ରଜ ମହୋତ୍ସବ ୨୦୨୫ପରିଚାଳନା କମିଟି ପକ୍ଷରୁ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ସଭାଗୃହ ଠାରେ ରଜ ଉତ୍ସବ ଧୁମ୍ ଧାମରେ ପାଳନ କରାଯିବ l ଏହି କାର୍ଯ୍ୟକ୍ରମ ୧୩ତାରିଖ ସକାଳ ୧୦ଟା ରୁ ୭ଋ ୧୫ବର୍ଷ ମଧ୍ୟରେ ନୃତ୍ୟ ଓ ଗୀତ ପ୍ରତିଯୋଗୀତା ଅନୁଷ୍ଠିତ ହେବ l ୧୪ତାରିଖ ଦିନ ସକାଳ ଦଶଟାରୁ ରଜ କୁଇନ୍ ଓ ମିସେସ୍ କନ୍ଧମାଳ ପ୍ରତିଯୋଗୀତା, ଓ ୧୫ତାରିଖ ରେ ମହିଳl ମlନଙ୍କ ମଧ୍ୟରେ ସକାଳ ୧୦ଟା ରୁ ପିଠା ଓ ମିଠା ପ୍ରତିଯୋଗୀତା ହେବ l ସମସ୍ତ ନୃତ୍ୟ ଓ ଗୀତ ରେ ଅଂଶ ଗ୍ରହଣ କାରୀ ଙ୍କୁ ମାନ ପତ୍ର ଓ ଟ୍ରଫି ପ୍ରଦାନ କରାଯିବ l ସେହିପରି ରଜ ମହୋତ୍ସବ କୁ ଅଧିକ ଆକର୍ଷଣୀୟ କରିବା ପାଇଁ ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ନଟରାଜ କଳା ମନ୍ଦିର, ସଙ୍ଗୀତ ସାଧନା, ଓ ରୟାଲ ଡେ ନ୍ସ ଏମ୍ପାୟର ପକ୍ଷରୁ ପ୍ରତ୍ୟହ ସଂନ୍ଧ୍ୟାରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟ କ୍ରମ ଅନୁଷ୍ଠିତ ହେବ l ଏଣୁ ଏହି କାର୍ଯ୍ୟକ୍ରମ ରେ ବହୁ ସଂଖ୍ୟାରେ ଅଂଶ ଗ୍ରହଣ କରି ଆମକୁ ଉତ୍ସାହିତ କରିବlକୁ କଂଧମାଳ ରଜ ଉତ୍ସବ- ୨୦୨୫ପରିଚାଳନା କମିଟି ଅଧ୍ୟକ୍ଷ ତଥା ବରିଷ୍ଠ ସାମ୍ବାଦିକସୁନୀଲ ପଟ୍ଟନାୟକ ଓସାମ୍ବାଦିକ ତଥା କାର୍ଯ୍ୟକାରୀ ଅଧ୍ୟକ୍ଷ ରାଧାମୋହନ ମହାପାତ୍ର ସଧାରଣ ସମ୍ପାଦକ ନୀଳମାଧବ ମିଶ୍ର ଓ ସଂସ୍କୃତିକସମ୍ପାଦିକା ମୁଷ୍କlନ ସୁଆର ଅନୁରୋଧ କରିଛନ୍ତି l