ଦୁଃଖୀ ଗରିବ ଙ୍କ ସାଥି କୋଣ୍ଡା ବାବୁ

ଦୁଃଖୀ ଗରିବ ଙ୍କ ସାଥି କୋଣ୍ଡା ବାବୁ

ରାୟଗଡା : ରାୟଗଡା ଜ଼ିଲ୍ଲା ର ବହୁ ଚର୍ଚ୍ଚିତ ଚେହେରା ୟାଲା ଭେଙ୍କଟେଶ୍ୱର ରାଓ ଓରଫ କୋଣ୍ଡା ବାବୁ l ଭେଙ୍କଟେଶ୍ୱର ଅପେକ୍ଷା କୋଣ୍ଡା ବାବୁ କହିଲେ ସମଗ୍ର ରାୟଗଡା ଜ଼ିଲ୍ଲା କାହିଁକି ଅଭିଭକ୍ତ କୋରାପୁଟ ଜ଼ିଲ୍ଲା ର ଛୋଟ ପିଲା ଠାରୁ ଆରମ୍ଭ କରି ଆବାଳ ବୃଦ୍ଧବନିତା ସମସ୍ତେ ଜାଣନ୍ତି l ଦୀର୍ଘ 62 ବର୍ଷ ଧରି ସଙ୍ଗର୍ଷମୟ ଜୀବନରେ ନିଜ କୁ ଜନସେବା ରେ ନିୟୋଜିତ କରିଆସୁଛନ୍ତି କୋଣ୍ଡା ବାବୁ l ଆନ୍ଧ୍ର ପ୍ରଦେଶ ରେ ଜନ୍ମିତ କୋଣ୍ଡା ବାବୁ କର୍ମମୟ ଜୀବନ ଯାପନ ନିମନ୍ତେ ରାୟଗଡା ଆସିଥିଲେ l ଏହି ସମୟରେ ଏନ ଭାସ୍କର ରାଓ ଙ୍କ ସହିତ ଦେଖାସାକ୍ଷାତ ହୁଏ l ଧୀରେ ସେ ଭାସ୍କର ଙ୍କ ଅତି ନିକଟ ତର ହୋଇ କାମ କରିଆସୁଥିଲେ l ଏମିତିକି କୋଣ୍ଡା ବାବୁ ଭାସ୍କର ଙ୍କ ସମସ୍ତ କାମ ଦେଖୁଥିଲେ l ବ୍ୟକ୍ତିଗତ ଠାରୁ ଆରମ୍ବ କରି ରାଜନୈତିକ କାମ ରେ ସହଯୋଗ କରୁଥିଲେ କୋଣ୍ଡା ବାବୁ l ଯେତେ ଯାହା ସମସ୍ୟା ଆସିଲେ କୋଣ୍ଡା ବାବୁ ସମାଧାନ କରିବାରେ ମାହିର ଥିଲେ l ଗତ 2022 ପୌର ନିର୍ବାଚନ ପୋର ଠାରୁ ଭାସ୍କର ରାଓ ଓ କୋଣ୍ଡା ବାବୁ ଙ୍କ ମଧ୍ୟ୍ୟ ରେ ତିକ୍ତତା ଆରମ୍ଭ ହୋଇ ଉଗ୍ର ରୂପ ନେଲା l 2022 ରେ ରାୟଗଡା ପୌର ପରିଷଦ ର ଉପାଦକ୍ଷ ପଦବି ନିମନ୍ତେ ନିର୍ବାଚନ ଚାଲିଥାଏ କୋଣ୍ଡା ବାବୁ ପୌର କାର୍ଯ୍ୟାଳୟ କୁ ଆସି ଖୁଲାମଖୁଲା ଭାସ୍କର ରାଓ ଙ୍କୁ ଚାଲେଞ୍ଜ କରି ଚାଲିଯାଇଥିଲେ l ଦୀର୍ଘ 40ବର୍ଷ ଧରି ଭାସ୍କର ରାଓ ଙ୍କ ସହିତ ଯେଉଁ ସମ୍ପର୍କ ବାନ୍ଧି ରଖିଥିଲେ ତାହା କୁ ଭାଙ୍ଗି ନୂତନ ଭାବେ ବିଜେଡି ର ଏକ କର୍ମୀ ଅଫିସ ଖୁଲୀ ଥିଲେ l କର୍ମୀ ଅଫିସ ଖୋଲି ଜନସାଧାରଣ ତଥା ବିଜେଡି କର୍ମୀ ଙ୍କ କାମ କରିଆସୁଥିଲେ l କୌଣସି ପଦ ପଦବି କୁ ଆଶା ନରଖି ଲୋକଙ୍କ ସେବା କରିଚାଲୁଥିଲେ l ଇତିମଧ୍ୟ୍ୟ ରେ ରାୟଗଡା ଟ୍ରକ ୟୁନିଅନ କୁ ଭାସ୍କର ରାଓ ଙ୍କ ହାତ ରୁ କାଡି ଆଣି ଲେ ପରେ ୟୁନିଅନ ର ସଭାପତି ହୋଇ ୟୁନିଅନ କୁ ଅତି ସୁଚାର ରୂପେ ପରିଚାଳନା କରିଆସୁଛନ୍ତି l ରାଜନୈତିକ ଉତଥାନ ପତନ ମଧ୍ୟ୍ୟ ରେ ସାଧାରଣ ନିର୍ବାଚନ ର କିଛି ଦିନ ପୂର୍ବରୁ ଭାସ୍କର ରାଓ ଜ଼ିଲ୍ଲା ବିଜେଡି ସଭାପତି ପଦ ସମ୍ଭାଳି ଲେ l ଇତି ମଧ୍ୟ୍ୟ ରେ ରାୟଗଡା ଜ଼ିଲ୍ଲା ବିଜେଡି ପ୍ରଯ୍ୟବେକ୍ଷକ ଅତୁନ ସବ୍ୟସାଚୀ ନାୟକ କିଛି ନେତା ଙ୍କ ପ୍ରରୋଚନା ରେ ଆସି କୋଣ୍ଡା ବାବୁ ଙ୍କୁ ଦଳ ରୁ ବହିସ୍କୃତ କରିଲେ l ତଥାପି କୋଣ୍ଡା ବାବୁ ଦଳ ନିର୍ବାଚନ ରେ ନିଜର ଜି ଜନ ଲଗାଇ ଦଳ ପାଇଁ କାମ କରିଲେ l କିନ୍ତୁ ନିର୍ବାଚନ ରେ ବିଜେଡି ଓଡିଶା ରେ ସରକାର ଗଠନ ନିମନ୍ତେ ଅସଫଳ ହେଲା ତଥାପି କୋଣ୍ଡା ବାବୁ ଦଳ ପାଇଁ କାମ କରିଚାଲିଥିଲେ l ଏହି ସମୟରେ କୌଣସି ବିଜେଡି ନେତା କିଛି ଉଚ୍ଚ ପଦାଧିକାରୀ କୋଣ୍ଡା ବାବୁ କୁ ମିଶିବା ନିମନ୍ତେ ଆସିଲେ ନାହିଁ ତେଣୁ ବାଧ୍ୟ୍ୟ ହୋଇ ସେ 2024 ଅଗଷ୍ଟ ମାସରେ ବିଜେପି ରେ ସାମିଲ ହୋଇଥିଲେ l କୌଣସି ପଦ ପଦବି କୁ ଆଶା ନ ରଖି ବିଜେପି ରେ ଯୋଗଦାନ କରି ଜନସାଧାରଣ ଙ୍କ ସେବା କରିଆସୁଛନ୍ତି l ପ୍ରତ୍ୟକ ଗାଁ କୁ ଜାଇ ଲୋକଙ୍କ ଅଭାବ ଅସୁବିଧା ବୁଝି ତାହାର ସମାଧାନ କରିଆସୁଛନ୍ତି l କୋଣ୍ଡା ବାବୁ ଯେଉଁ ଗାଁ କୁ ଯାଇଥାନ୍ତି ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ କରିବାର ଦେଖିବା କୁ ମିଳୁଛି l ମୋର କୌଣସି ଆଶା ଲାଲସା ନାହିଁ ମୁ କେବଳ ଲୋକଙ୍କ ସେବା କରିଚାଲିଛି l ଲୋକଙ୍କୁ ସେବା କରିଲେ ସେମାନେ ମୋତେ ଯେଉଁ ଆଶୀର୍ବାଦ ଦିଅନ୍ତି ସେଥିରେ ମୁ ବେଶ ଆନନ୍ଦିତ ବୋଲି କୋଣ୍ଡା ବାବୁ କହିବା ର ଶୁଣିବାକୁ ମିଳୁଛି l ରାଜନୀତି ପଦ ପଦବୀ ଆଜି ଅଛି କାଲିକି ନାହିଁ କିନ୍ତୁ ଲୋକ ସମ୍ପର୍କ ସବୁଦିନ ପାଇଁ ରହିବ ସେଥିପାଇଁ ମୁଁ ଲୋକ ଙ୍କ ସେବାରେ ନିଜକୁ ନିୟୋଜିତ କରି ସାଙ୍ଗର୍ସ ମୟ ଜୀବନ ବିତାଉଥିବା ର ଦେଖିବାକୁ ମିଳୁଛି lରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *