ଅଜଣା ଗାଡ଼ି ଧକ୍କାରେ ମୋଟରସାଇକେଲ ଚାଳକ ମୃତ।

ଅଜଣା ଗାଡ଼ି ଧକ୍କାରେ ମୋଟରସାଇକେଲ ଚାଳକ ମୃତ।

ଗୋପାଳପୁର ଥାନା ଅର୍ନ୍ତଗତ ଜାତୀୟ ରାଜପଥ ଆଙ୍କୁଲି ନିକଟସ୍ଥ ଭକ୍ତ ସାଲବେଗ ନଗର ଛକରେ ଏକ ଦୁର୍ଘଟଣା ଘଟିଛି ଓ ଘଟଣାସ୍ଥଳରେ ମୋଟରସାଇକେଲ ଚାଳକ ର ମୃତ୍ୟୁ ଘଟିଥିବାବେଳେ ଆରୋହୀ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛି। ଦୁର୍ଘଟଣା ଘଟାଇ ଗାଡ଼ି ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିବା ଜଣାପଡିଛି ଓ ମୃତ ବ୍ୟକ୍ତିଙ୍କ ଶରୀର ଖଣ୍ଡ ବିଖଣ୍ଡିତ ଅବସ୍ଥାରେ ପଡ଼ିଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତାହତ ମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି। ଅନ୍ୟପକ୍ଷରେ ଦୁର୍ଘଟଣା ପରେ ଜାତୀୟ ରାଜପଥ ସମ୍ପୁର୍ଣ୍ଣ ଅବରୋଧ ହୋଇଯାଇଛି।ରିପୋର୍ଟ :କୈଳାଶ ଚନ୍ଦ୍ର ଚୌଧୁରୀ!

Leave a Reply

Your email address will not be published. Required fields are marked *