ଚନ୍ଦ୍ରପୁର ବ୍ଲକର ଚାଷୀଙ୍କନାମରେ ଛତିଶଗଡ଼ର ଶ୍ରୀର୍ଣ୍ଣ

ଚନ୍ଦ୍ରପୁର ବ୍ଲକର ଚାଷୀଙ୍କନାମରେ ଛତିଶଗଡ଼ର ଶ୍ରୀର୍ଣ୍ଣ

ରାୟଗଡା : ରାଜ୍ୟ ସରକାର ଶ୍ରୀ ଅର୍ଣ୍ଣ ଯୋଜନା ଗୁରୁତ୍ୱ ଦେଇ ୨୦୨୪/୨୫ରେ ଅଗ୍ରାଧିକାର ଭିତିରେ ପ୍ରଚାର ପ୍ରସାରରେ ଲାଗିପଡିଛନ୍ତି । ଏଥିରେ ପ୍ରକୃତ ଶ୍ରୀଅର୍ଣ୍ଣ ଯୋଜନା(ମାଣ୍ଡିଆ ଚାଷୀ )ବିଶେଷ ଉପକୃତ ହେଉନାହାନ୍ତି ବୋଲି ଅଭିଯୋଗ ହୋଇଛି ।ବରଂ ଛତିସିଗଡ , ଅମ୍ବାଦଳାର ଶ୍ରୀଅର୍ଣ୍ଣ,ମାଣ୍ଡିଆ ମାଫିଆ ବେଶୀ ଉପକୃତ ହେଉଛନ୍ତି । କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଆତ୍ମା ରାୟଗଡ଼ା ଦ୍ୱାରା ପରିଚାଳିତ ଚନ୍ଦ୍ରପୁର ବ୍ଲକ, ଚନ୍ଦ୍ରପୁର (ଡ଼ାଙ୍ଗସରଡ଼ା) ଫାର୍ମ ପ୍ରୋଡ୍ୟୁସର କମ୍ପାନୀର ସହୋଜଗି ସଂସ୍ଥା ପ୍ରଭାତ N G O ସହ ଜିଲ୍ଲାର କିଛି ପଦାଧିକାରୀ ସଲାସୁତରାରେ ଶ୍ରିଅର୍ଣ୍ଣ ଯୋଜନାର ଶ୍ରୀଅର୍ଣ୍ଣ ଓ ଟ୍ରେଲିସ ଚାଷ, ଏଭଳି ଲୁଟ ଚାଲିଛି ବୋଲି ବିଜାପୁର ଗ୍ରାମର କୃଷକ ଏହାର କ୍ରାଇମ୍ ବ୍ରାଞ୍ଚର ଆର୍ଥିକ ଅପରାଧ ଶାଖା (ଇଓଡବ୍ଲୁ) ଦ୍ୱାରା ତଦନ୍ତ ଦାବି କରିଛନ୍ତି । ସରକାର କୃଷି ଦିବସ ପାଳନ କରୁଛନ୍ତି । ଏଥିପାଇଁ ଅନୁଦାନ ମଧ୍ୟ ବୃଦ୍ଧି ପାଉଛି । ଚଳିତ୨୦୨୪/୨୫ ବର୍ଷ ପାଖାପାଖି ୮ ଟି ଗ୍ରାମ ପଞ୍ଚାୟତରେ ହେକ୍ଟର, ହେକ୍ଟର ଶ୍ରୀ ଅର୍ଣ୍ଣ, ଚାଷ ହେଉଥିବା ନେଇ ବ୍ଲକରେ ଅନୁଦାନ ଅର୍ଥ ରାଶି ଖର୍ଚ୍ଚ ହେଉଛି । କିନ୍ତୁ ବୈଠକ, ପରିଦର୍ଶନ, ଦକ୍ଷତା ବୃଦ୍ଧି ସହ ବିଭିନ୍ନ ଉତ୍ସବ ପାଳନରେ ଜେତେ ଅର୍ଥ ଆସୁଛି ସେତିକି ଅର୍ଥ ଶ୍ରୀଅର୍ଣ୍ଣ ଓ ଟ୍ରେଲିସ ଚାଷୀ ବେନିଫିସେରିଙ୍କ ପାଖରେ ପହଞ୍ଚୁ ନାହିଁ ବୋଲି ଅଭିଯୋଗ କରିଛନ୍ତି । ହଜାର ହଜାର ହେକ୍ଟର ଶ୍ରୀଅର୍ଣ ହୋଇଛି ବୋଲି ପ୍ରଚାର କରାଯାଇ , ତୃଣ ମୂଳ ସ୍ତରରେ ଭିନ୍ନ । ବର୍ଷ ବର୍ଷ ଧରି ଶ୍ରୀଅର୍ଣ୍ଣ,ମାଣ୍ଡିଆ ଚାଷ, କରିନଥିଲେ ମଧ୍ୟ ସେମାନଙ୍କ ନାମ ପଞ୍ଜୀ କରଣ କରାଯାଇ ବେନାମୀ ଚାଷୀ ମାନଙ୍କ ଆକାଉଣ୍ଟରେ ଇନସେଟିବ ଟଙ୍କା , ଉଠା ଯାଉଛି । ପଞ୍ଚାୟତ ମାନଙ୍କରେ ନଗଣ୍ୟ ଚାଷ ହୋଇଥିବା ବେଳେ ଛତିଶଗଡରୁ ଶ୍ରୀ ଅର୍ଣ୍ଣ , ମାଣ୍ଡିଆ ଆଣି, ନିରିହଆଦିବାସୀଙ୍କନାମରେଯିଓଟେକକରିବ୍ରିକ୍ରିକରିର୍ଇ ବେଙ୍କକୁ ଡାକି , ଟଙ୍କା ଉଠାଇ କିଛି ହାତ ଗୁଞ୍ଜା ଦେଇ ହଜାର ହଜାର ଟଙ୍କା ଆତ୍ମ ସାତ କରୁଅଛି ବୋଲି ଅଭିଯୋଗ ହେଉଛି । ଶ୍ରୀ ଅର୍ଣ୍ଣ ଚାଷ କରିନଥିବା ଳୋକଙ୍କୁ ଚାଷୀ ଦର୍ଶାଯାଇଛି । ହିତାଧିକାରି ମାନଙ୍କ ନାମରେ ଆସୁଥିବା ଟଙ୍କା ଟି ଡି ସି ସି କୁ ହାତ କରି ବେନାମି ଆକାଉଣ୍ଟ୍ରେ ଟ୍ରାନ୍ସପୋର କରି ସଂସ୍ଥା ଆତ୍ମସାତ କରୁଥିବା ଅଭିଯୋଗ ହେଉଛି । ସେହିପରି ଟ୍ରେଳିସ ଚାଷ ୨୦୨୩ ଠାରୁ କିଛି ଚାଷ କରି ବେନାମୀ ଚାଷୀଙ୍କ ନାମରେ ଚାଷ କଲା ପରି ସୋ କରୀ ଟଙ୍କା ଆତ୍ମ ସାତ କରୁଅଛି ଆଜିପର୍ଯ୍ୟନ୍ତ । କିଛି ଅଫିସର ଙ୍କୁ ଖୁସି କରିବା ପାଇଁ ଶୋ ପେଚ କରି ସେହି ଚାଷ କୁ ବାରମ୍ଵାର ଫୋଟ ଉଠାଇ ଅଫି ସରଙ୍କୁ ଦେଖାଇ , ଚତୁରତାର ସହ ବାହା ବାହା ନେଇ ଲକ୍ଷ ଲକ୍ଷ ଟଙ୍କା ଆତ୍ମ ସାତ କରୁଥିବା ଅଭିଯୋଗ ହେଉଛି । ବର୍ତ୍ତମାନ ଚନ୍ଦ୍ରପୁର ବ୍ଲକରେ ଦୁଇ ବର୍ଷ ମଧ୍ୟରେ ଶ୍ରୀ ଅର୍ଣ୍ଣ, ମାଣ୍ଡିଆ ଚାଷ ଉତ୍ପାଦନ ଲକ୍ଷ୍ୟ ଧାର୍ଯ୍ୟ ପାଇ ପାରୀ ନଥିବା ବେଳେ ପ୍ରଭାତ NGO ସଂସ୍ଥା ପକ୍ଷ୍ୟରୁ ରେକର୍ଟ ପରିମାଣର ୭୫୦୦ କୁଇଟାଲ ଶ୍ରୀଅର୍ଣ୍ଣ,କ୍ରୟ ହୋଇଥିବା ନେଇ ପ୍ରଶାସନ ସରକାରଙ୍କୁ ଅନ୍ଧାର ରେ ବାଡି ବୁଲାଇ ଛତିଶ ଗଡ଼ର ଶ୍ରୀଅର୍ଣ୍ଣ,ମାଣ୍ଡିଆ ମାଫିଆଙ୍କ ଠାରୁ ଗାଡ଼ି ନମ୍ୱର OD 08M 7041 ଓ OD 18 L 2092ଟ୍ରକ, ଡିସିଏମ ଟ୍ରକରେ ଶ୍ରୀ ଅର୍ଣ୍ଣ , ମାଣ୍ଡିଆ ସହ ସହ ବସ୍ତାକିଣି ପ୍ରଭାତ N G O ଡ଼ାଙ୍ଗସରଡ଼ା ଆର ଏମ ସି ହାଟ ଗୋଦାମକୁ ମଣ୍ଡି କରି ଶ୍ରୀଅର୍ଣ୍ଣ ମାଣ୍ଡିଆ ରିଶାଇକେଲିଙ୍ଗ କରି ଟିଡିସିସିକୁ ୭୫୦୦ କୁଇଁଟାଲ ଦେଇଥିବା ଅଭିଯୋଗ ହେଉଛି । ସରକାର ଭିଜିଲାନ୍ସ ବିଭାଗ ସହ କ୍ରାଇମ୍ ବ୍ରାଞ୍ଚର ଆର୍ଥିକ ଅପରାଧ ଶାଖା (ଇଓଡବ୍ଲ୍ୟୁ)ଦ୍ୱାରା ତଦନ୍ତ କରାଯାଉ ବୋଲି ଦାବି ହେଉଛି । ଶ୍ରୀଅର୍ଣ୍ଣ ଯୋଜନା ଚାଷ, ଅନ୍ୟାନ୍ୟ କାର୍ଯ୍ୟ ସରକାରଙ୍କ ଆଗ୍ରହ ସ୍ବାଗତ ଜଗ୍ୟ କିନ୍ତି ସେହି ଅର୍ଥକୁ ଅସାଧୁ ବ୍ୟବସାୟୀ, ପ୍ରଭାତ NGO ଓ ପଦାଧୀକରୀ ଯେଭଳି ଭାବରେ ଆଖିବୁଜା ଲୁଟ କରୁଛନ୍ତି ଏହା ଚାଷୀଙ୍କ ସ୍ବାର୍ଥର ପରିପନ୍ଥୀ । ସ୍ଥାନୀୟ ବ୍ଲକର ଚାଷୀଙ୍କ ନାମରେଶ୍ରୀଅର୍ଣ୍ଣ ଯୋଜନା ବିକ୍ରୀ ହୋଇଥିବା ଅଭିଯୋଗକୁ ନେଇ ପୂର୍ବତନ ଜିଲ୍ଲାପାଳଙ୍କ ପକ୍ଷରୁ ଏକ ଟିମ ଗଠନ କରାଯାଇ ତଦନ୍ତ କରାଯାଇଥିଲା । ସେହି ତଦନ୍ତର କୌଣସି ସର୍ବଯୋନନ୍ କଲାନାହିଁ ପ୍ରଶାସନ । ଚାଷୀଙ୍କୁ ଡିବିଟି ମାଧ୍ୟମରେ ଟଙ୍କା ଆସୁଥିଲେ ମଧ୍ୟ ନିରୀହ ଚାଷୀଙ୍କୁ ଭୂଆ ବୁଲାଇ ଉକ୍ତ ସଂସ୍ଥା ଲାଭାର୍ଥ ନେଉଥିବା ଅଭିଯୋଗ ଶୁଣାଣିଵାକୁ ମିଳୁଛି । ୨୦୨୨/୨୩ବର୍ଷ ରେ ବିଜାପୁର ଗ୍ରାମ ପଞ୍ଚାୟତର ବିପ୍ର ରାଉତ, ମହିମା ପ୍ରାଧାନୀ,ଅଞଳୀ ସାହୁ, ଗୋଲାପି ପ୍ରଧନୀ, ସୁଶାନ୍ତ ପ୍ରଧାନି, ଅଜିତ ମାଦଳା, ରିତା ମାଦଳା, ନିଲୁ ଦଣ୍ଡସେନା, ସିମାଞ୍ଚଳ ରାଉତ, ରିତା ପ୍ରଧାନୀ, ନୀଳ ଦଣ୍ଡସେନା, ଦିପ୍ତି ପାତ୍ର,ଅକ୍ଷୟ ବରାଡ, ଦୁହିତା ପ୍ରାଧନୀ, ଶ୍ରୀନିବାସ ଶବର ପ୍ରମୁଖ ୨୮୫.୯୨କୁଇଣ୍ଟାଲ ଶ୍ରୀ ଅର୍ଣ୍ଣ, ମଣ୍ଡିରେ ବିକ୍ରୀ କରିଥିଲେ , ଚାଷ ପାଇଁ ଇନ୍ସିଟିବ ଟଙ୍କା ମଧ୍ୟ ଆକାଉଣ୍ଟରେ ପାଇଥିଲେ, ମାଣ୍ଡିଆ ବିକ୍ରୀ ପାଇ ଜିଓ ଟେକ ହୋଇ ମାଣ୍ଡିଆ ନେଇ ,ଆଜିଜାଏ ମାଣ୍ଡିଆ ବିକ୍ରୀର ପ୍ରାପ୍ୟ ପାଇନଥିବା ଅଭିଯୋଗ କରିଛନ୍ତି । ଶୁଣିବାକୁ ମିଳୁଛି ପ୍ରଭାତ NGO ଆମ୍ଭ ଆକାଉଣ୍ଟରେ ଟଙ୍କା ଡିପୋଚିଟନକରି ବେନାମୀ ଆକାଉଣ୍ଟରେ ଟଙ୍କା ଡିପୋଚିଟ କରି ଆତ୍ମସାତ କରିଛି ବୋଲି ଅଭିଯୋଗ କରିଛନ୍ତି ।ସରକାର ଧାନ ଚାଷକୁ ଡ୍ରନ ମଧ୍ୟମରେ ତଦନ୍ତ କରୀ ବେନାମୀ ଚାଷୀଙ୍କୁ ଚିହ୍ନଟ କରୁଥିବା ବେଳେ , ଶ୍ରୀ ଅର୍ଣ୍ଣ, ଟ୍ରେଲିସ ଚାଷକୁ ଡ୍ରନମାଧ୍ୟମରେ ତଦନ୍ତ ନ କରିବା କାରଣ କଣ ବୋଲି ବୁଦ୍ଧିଜୀବୀ ଅଭିଯୋଗ କରିଛନ୍ତି।ପ୍ରଭାତ NGO କୁ ଅନୁକମ୍ପା, ସହାୟତା କରିବା ନେ଼ଇ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଏଥିରୁ ଅନୁମେୟବୋଲି କହିଛନ୍ତି। ଟୁରିଗୁଡା grapaଏନେଇ ଚନ୍ଦ୍ରପୁର ଏ ଏ ଓ ଅର୍ପିତା ମାଝୀ ବେହେରାଙ୍କୁ ଜଗା ଜଗ କରି ବୁଝିବାରୁ ସେ କହିଲେକି ମୁ ଟୁରିଗୁଡା ପିସ୍କାପଙ୍ଗା ଏରିୟାରେ ୧୦ ପର୍ସେଣ୍ଟ ତଦନ୍ତ କରିଥିଲି ବୋଲି ସନ୍ତସ ଜନକ ଉତ୍ତର ଦେଇ ପାରି ନଥିଲେ ।ତେଣୁ ସରକାର ଏହାର ଭିଜିଲାନ୍ସ କିମ୍ୱା ରାଜ୍ୟ କ୍ରାଇମ୍ ବ୍ରାଞ୍ଚର ଆର୍ଥିକ ଅପରାଧିକ ଶାଖା (ଇଓଡବ୍ଲ୍ୟୁ)ବିଭାଗ ଦ୍ୱାରା ତଦନ୍ତ କଲେ ସତ୍ୟ ଘଟଣା ପ୍ରକାଶ ପାଇବ ବୋଲି ଅଭିଯୋଗ ଜଣାଇଛନ୍ତି । ସେହିପରି ଆତ୍ମସାତ କରିଥିବା ୨୦୨୨/୨୩ବର୍ଷର ୨୮୫.୯୨କୁଇଟାଲ ଶ୍ରୀଅର୍ଣ୍ଣ ଟଙ୍କା ଫେରି ନପାଇଲେ ଯୋଗାଣ ମନ୍ତ୍ରୀ ଶ୍ରୀ ମହାପାତ୍ରଙ୍କୁ ସାକ୍ଷାତ କରି ଜଣାଇବୁ ବୋଲି କହିଛନ୍ତି ।ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *