ଧାନ କୁଇ ଣ୍ଟାଲ ପିଛା 3100 ଟଙ୍କା ପ୍ରଦାନ କରିଥିବା ରୁ ମୁଖ୍ୟମନ୍ତ୍ରୀ ଙ୍କ ଧନ୍ୟବାଦ ଅର୍ପଣ ନିମନ୍ତେ ପ୍ରସ୍ତୁତି ବୈଠକ

Spread the love

ଧାନ କୁଇ ଣ୍ଟାଲ ପିଛା 3100 ଟଙ୍କା ପ୍ରଦାନ କରିଥିବା ରୁ ମୁଖ୍ୟମନ୍ତ୍ରୀ ଙ୍କ ଧନ୍ୟବାଦ ଅର୍ପଣ ନିମନ୍ତେ ପ୍ରସ୍ତୁତି ବୈଠକ

ରାୟଗଡା : ଓଡ଼ିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀମାନ ମୋହନ ଚରଣ ମାଝୀ ଧାନ କୁଇଣ୍ଟାଲ 3100 ଟଙ୍କା କରିଥିବାରୁ ଧନ୍ୟବାଦ କାଯ୍ୟକ୍ରମ ଆସନ୍ତା ମେ 23/05/2025 ରିଖ ରାୟଗଡା ମୁନସିପାଲିଟି ଅଡିଟରିଅମ ଠାରେ ହେବ, ଏଥି ପାଇଁ ବିଜେପି କୃଷକ ମୋର୍ଚା ତରଫରୁ ପ୍ରସ୍ତୁତି ବୈଠକ ଜିଲ୍ଲା ବିଜେପି କାଯ୍ୟଳୟ ଠାରେ ଅନୁଷ୍ଠିତ ହୋଇଯାଇଛି, ଏହି ବୈଠକ ରେ ରାଜ୍ୟ ଉପ ସଭାପତି ଶ୍ରୀ ବିପଦ ଭଂଜନ ଦାସ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା, ଉକ୍ତ କାଯ୍ୟକ୍ରମ ମାନ୍ୟବର ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଠ ଚନ୍ଦ୍ର ପାତ୍ର ଓ ରାଜ୍ୟ କୃଷକ ମୋର୍ଚା ସଭାପତି ଶ୍ରୀ ମହେଶ୍ୱର ସାହୁ ଯୋଗ କରିବେ, ଉକ୍ତ ବୈଠକରେ ଜିଲ୍ଲା ସଭାପତି ଶ୍ରୀ ଗୋପୀ ଆନନ୍ଦ, ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ବିଶେଷ ସୂତ୍ର ରୁ ଖବର ମିଳିଛି l ଏହି ଧନ୍ୟବାଦ ଅର୍ପଣ ପ୍ରସ୍ତୁତି ବୈଠକ ରେ ରାୟଗଡା ଟ୍ରକ ମାଲିକ ସଂଘ ସଭାପତି ତଥା ବରିଷ୍ଠ ବିଜେପି ନେତା ୟାଲା କୋଣ୍ଡା ବାବୁ,ବସନ୍ତ ଉଲାକା, ରାଜ୍ୟ କାଯ୍ୟ କାରିଣୀ ସଦସ୍ୟ (କୃଷକ ମୋର୍ଚା ) ଶ୍ରୀ ସୁମନ୍ତ କୁମାର ମହାରଣା, ଶ୍ରୀ ରଜତ ମାଦଳା, ଶ୍ରୀ କୃଷ୍ଠ ଚନ୍ଦ୍ର ପଟନାୟକ, ଜଗନ୍ନାଥ ନୁଦୃକା, କୃଷ୍ଠ ପଣ୍ଡା, କେ ଅଶ୍ୱିନି, ପ୍ରଶାନ୍ତ ପଟ୍ଟନାୟକ ରଞ୍ଜନା ଉପାଧ୍ୟାୟ ଅନ୍ୟମାନେ ଉପସ୍ଥିତ ଥିଲେ।ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ