ଜିଲ୍ଲା ସ୍ତରୀୟ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଛି।

ଜିଲ୍ଲା ସ୍ତରୀୟ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଛି।

ଗଞ୍ଜାମ ଜିଲ୍ଲା ସଦରମହକୁମା ଛତ୍ରପୁର ଠାରେ ଜିଲ୍ଲା ସ୍ତରୀୟ ତ୍ରିରଙ୍ଗା ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ଡ଼ଃ ଦିବ୍ୟଜ୍ୟୋତି ପରିଡ଼ା, ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଏନ୍ ଏ ସି ଉପାଧ୍ୟକ୍ଷ ଜି ପାପା ରାଓ ବ୍ଳକ ଉପାଧ୍ୟକ୍ଷା ଶାରଦା ରେଡ଼ି, ଅତିରିକ୍ତ ଜିଲ୍ଲାପାଳ ଦେବଦତ୍ତ ପଣ୍ଡା ଓ ସୁଚନା ଓ ଲୋକସମ୍ପର୍କ ଉପ ନିର୍ଦ୍ଦେଶକ ରବିନାରାୟଣ ବେହେରା ପ୍ରମୁଖ ଙ୍କ ଉପସ୍ଥିତି ରେ ଏହି କାର୍ଯ୍ୟକ୍ରମ ଅପର ବସଷ୍ଟାଣ୍ଡ ଠାରୁ ଆରମ୍ଭ ହୋଇ ରିକାପଲୀ ଛକ, ଜାତୀୟ ରାଜପଥ ପାର୍ଶ୍ବ ରାସ୍ତା ହୋଇ ଜିଲାପାଳଙ୍କ କାର୍ଯ୍ୟାଳୟ, ଜିଲ୍ଲା ପରିଷଦ ଛକ ଓ ଲୋୟର ବସଷ୍ଟାଣ୍ଡ ହୋଇ ନୁଆ ବସଷ୍ଟାଣ୍ଡ ଠାରେ ପହଞ୍ଚିଥିଲା। ଅପରେସନ ” ସିନ୍ଦୁର ” ସଫଳତା କୁ ନେଇ ଭାରତୀୟ ଜବାନମାନଙ୍କୁ ଉତ୍ସାହିତ କରିବା ରାଜ୍ୟ ସରକାରଙ୍କର ନିର୍ଦ୍ଦେଶନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଭାରତ ମାତାଙ୍କ ଜୟ ସ୍ଲୋଗାନ ଦେଇ ସାରା ଏହି ଶୋଭାଯାତ୍ରା ପରିକ୍ରମା ହୋଇଥିଲା।

Leave a Reply

Your email address will not be published. Required fields are marked *