ଥୁଆପାଲି ବିଦ୍ୟୁତ ବିଭାଗର ସେକ୍ସନ ଅଫିସର ପବିତ୍ର ମୋହନ ପାଢୀ ବାଇକ ଧକ୍କାରେ ଗୁରୁତର ଭାବେ ଆହତ ହୋଇଛନ୍ତି।

ଥୁଆପାଲି ବିଦ୍ୟୁତ ବିଭାଗର ସେକ୍ସନ ଅଫିସର ପବିତ୍ର ମୋହନ ପାଢୀ ବାଇକ ଧକ୍କାରେ ଗୁରୁତର ଭାବେ ଆହତ ହୋଇଛନ୍ତି।

ବରଗଡ(ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଥୁଆପାଲି ବିଦ୍ୟୁତ ବିଭାଗର ସେକ୍ସନ ଅଫିସର ପବିତ୍ର ମୋହନ ପାଢୀ ସକାଳେ ମର୍ଣ୍ଣିଂ ୱାକ୍ ପାଇଁ ଯାଇଥିଲେ। ସଂବଲପୁର ପଟରୁ ବରଗଡ ଯାଉଥିବା ଏକ ବୁଲେଟ ବାଇକ ଅତାବିରା ଲାଦେରପାଲି ନିକଟରେ ଶ୍ରୀ ପାଢୀ ବାବୁ କୁଂ ଧକ୍କା ଦେଇଥିଲା ଫଳରେ ସ୍ଥାନୀୟ ଲୋକଙ୍କ ସହାୟତାରେ ପ୍ରଥମେ ଅତାବିରା ଡାକ୍ତରଖାନା କୁ ନିଆଯାଇଥିଲା ପରେ ଅବସ୍ଥା ଗୁରୁତର ହେବାରୁ ବରଗଡ ଏକ ଘରୋଇ ଡାକ୍ତରଖାନା କୁ ନିଆଯାଇଥିଲା, ଖବର ପାଇ ବରଗଡ ବିଦ୍ୟୁତ ବିଭାଗର ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର, ଅନ୍ୟାନ୍ୟ ଅଫିସର, କର୍ମଚାରୀ ପହଞ୍ଚି ଥିଲେ। ଡାକ୍ତର ପରାମର୍ଶ କ୍ରମେ ଉଚ୍ଚତର ଚିକିତ୍ସା ପାଇଁ ଭୁବନେଶ୍ଵର ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଛି।

Leave a Reply

Your email address will not be published. Required fields are marked *