ମାରୁତି ପ୍ରାତଃ ଭ୍ରମଣ ସଂଗଠନ ପକ୍ଷରୁ ଯୋଗ ଓ ପ୍ରାଣାୟାମ ସଚେତନତା ଶିବିର ଅନୁଷ୍ଠିତ ହୋଇଛି।
ସ୍ବାସ୍ଥ୍ୟ ହିଁ ସମ୍ପଦ ଭଳି କାର୍ଯ୍ୟକ୍ରମ କୁ ସୁଦୁର ପ୍ରସାରି କାର୍ଯ୍ୟକ୍ରମ ହାତକୁ ନେଇ ବ୍ରହ୍ମପୁର ସହରର ଅଗ୍ରଣୀ ସେବା ସଂଗଠନ ମାରୁତି ପ୍ରାତଃ ଭ୍ରମଣ ସଂଗଠନ ପକ୍ଷରୁ ଯୋଗ ଓ ପ୍ରାଣାୟାମ ର ଉପଯୋଗ ବିଷୟରେ ସଚେତନତା ଶିବିର ଅନୁଷ୍ଠିତ ହୋଇଛି। ଉକ୍ତ କାର୍ଯ୍ୟକ୍ରମରେ ବିବେକାନନ୍ଦ ଯୋଗ ସଂଗଠନ ସଂଚାଳକ କିଶୋର ରାଉତ ମୁଖ୍ୟ ଅତିଥି ଓ ପ୍ରଫେସର ସଚ୍ଚିଦାନନ୍ଦ ପାତ୍ର ଓ ଗୋପାଳକୃଷ୍ଣ ପାଣିଗ୍ରାହୀ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଯୋଗ ଓ ପ୍ରାଣାୟାମ ର ଉପଯୋଗ ବିଷୟରେ ମତାମତ ପ୍ରଦାନ କରିଥିଲେ। ମାରୁତି ପ୍ରାତଃ ଭ୍ରମଣ ସଂଗଠନ ର ଉପଦେଷ୍ଟା ଡଃ ଶଙ୍କର ମାଝୀ ଶିବିର ପରିଚାଳନା କରିଥିବାବେଳେ ସନ୍ୟାସୀନି ନୀଳନାକ୍ଷୀ ଦିଦି ଯୋଗ ଓ ୭ ପ୍ରାଣାୟାମ ର ପ୍ରଶିକ୍ଷଣ ଦେଇଥିଲେ। ସଦାନନ୍ଦ ସେନାପତି ଓ ଗୋବିନ୍ଦ ନାରାୟଣ ପାତ୍ର କାର୍ଯ୍ୟକ୍ରମ ର ବିବରଣୀ ପ୍ରଦାନ କରିଥିଲେ। ପରିଶେଷରେ ୬୦ ରୁ ଉର୍ଦ୍ଧ୍ବ ଶିବିରାର୍ଥୀ ଙ୍କୁ ନେଇ ଏକ ଶୋଭାଯାତ୍ରା ରାମଲିଙ୍ଗେଶ୍ଵର ପାର୍କ ରୁ ବାହାରି ସିଟି ହାଇସ୍କୁଲ୍ ରାସ୍ତା, ହନୁମାନ ବଜାର,ଗିରି ମାର୍କେଟ ଛକ ଓ ଗିରିଜା ଛକ ଇତ୍ୟାଦି ପରିକ୍ରମା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉପଦେଷ୍ଟା ସଞ୍ଜୟ ସାହୁ ଉପସ୍ଥିତ ଅତିଥି ଗଣ ଓ ଶିବିରାର୍ଥୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
