ଜାଙ୍ଗଡ଼ାପୋଦର କ୍ରିକେଟ ଟୁର୍ନାମେଣ୍ଟ ର ଆଜି ହେଉଛି ସେମିଫାନେଲ ଖେଳ
ରାୟଗଡା : ରାୟଗଡା ଜ଼ିଲ୍ଲା କୋଳନରା ବ୍ଲକ ଅନ୍ତର୍ଗତ ରେଖାପଦର ଗ୍ରାମପଞ୍ଚାୟତ ର ଜାଙ୍ଗଡାପଦର ଠାରେ ଅନୁଷ୍ଠିତ ଜାଙ୍ଗଡାପଦର କ୍ରିକେଟ ଟୁର୍ନାମେଣ୍ଟ ର ଆଜି ଅର୍ଥାତ 13/05/2025 ରେ ଅନୁଷ୍ଠିତ ହେବାକୁ ଯାଉଛି l ସୂଚନାଯୋଗ୍ୟଯେ ରେଖାପଦର ପଞ୍ଚାୟତ ର ବିଶିଷ୍ଟ ସମାଜ ସେବି ଆଦିବାସୀ ନେତା ତଥା ବିଜେପି ଦଳ ର ଦୃଢ ସଂଗଠକ ଲଷ୍ମୀ ମୋହନ ପଟ୍ଟନାୟକ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଜାଙ୍ଗଡ଼ାପଦର କ୍ରିକେଟ ଟୁର୍ନାମେଣ୍ଟ ଗତ 25/04/2025 ରେ ପୁଲ ଏ ରୁ 12 ଗୋଟି ଓ ପୁଲ ବି ରୁ 12 ଗୋଟି ସର୍ବମୋଟ 24 ଦଳ କୁ ନେଇ ଟୁର୍ନାମେଣ୍ଟ ଆରମ୍ବ ହୋଇଥିଲା l ଉଦଘାଟନୀ ମେଚ 25/04 ରେ ଆରମ୍ଭ ହୋଇଥିବା ବେଳେ କ୍ୱାଟେର ଫାଇନେଲ 11/05 ଓ 12/05 ରେ ଅନୁଷ୍ଠିତ ହୋଇଥିବା ବେଳେ ଆଜି 13/05 ରେ ସେମିଫାନେଲ ଓ 16/05 ରେ ଅନ୍ତିମ ଫାଇନେଲ ଖେଳ ଅନୁଷ୍ଠିତ ହେବ ବୋଲି ଆୟୋଜକ ଲଷ୍ମୀ ମୋହନ କହିଛନ୍ତି l ଟୁର୍ନାମେଣ୍ଟ ର ଅନ୍ତିମ ଦିନ ରେ ରାୟଗଡା ଟ୍ରକ ମାଲିକ ସଂଘ ର ସଭାପତି ତଥା ବରିଷ୍ଠ ବିଜେପି ନେତା ଭେଙ୍କଟେଶ୍ୱର ରାଓ ଓରଫ କୋଣ୍ଡା ବାବୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଉଭୟ ବିଜେତା ଓ ଉପବିଜେତା ଦଳ କୁ ଟ୍ରଫି ସହିତ ନଗଦ ରାଶି ପ୍ରଦାନ କରିବା ର କାର୍ଯ୍ୟକ୍ରମ ରହିଛି ବୋଲି ଟୁର୍ନାମେଣ୍ଟ ର ଆୟୋଜକ ଲଷ୍ମୀ ମୋହନ କହିଛନ୍ତି l ଫାଇନେଲ ଖେଳ ଦେଖିବା ସହିତ ଖେଳାଳି ଙ୍କୁ ଉତ୍ସାହିତ କରିବା ନିମନ୍ତେ ବହୁ ସଂଖ୍ୟା ରେ ଜନସାଧାରଣ ଉପସ୍ଥିତ ରହିବା କୁ ଲଷ୍ମୀ ମୋହନ ନିବେଦନ କରିଛନ୍ତି lରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
