ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୩ ଅଭିଯୁକ୍ତ ଗିରଫ
ଆର,ଉଦୟଗିରି, ୧୨।୫(ମନୋଜ କୁମାର ପାଢୀ ): ଯୁବକଙ୍କୁ ପିଟି ପିଟି ହତ୍ୟା ଘଟଣାରେ ପୋଲିସ ପୁତୁରା ସମେତ ତିନି ଜଣଙ୍କୁ ଗିରଫ କରିଛି l ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲା ଆର. ଉଦୟଗିରି ଥାନା ବେତାରସିଂ ଗାଁରେ l ଗାଁର ଅଶୋକ ବେହରଦଳାଇ ନାମକ ଯୁବକ ଗତ କିଛିଦିନ ଧରି ପରିବାରରେ କଳହ ସୃଷ୍ଟି କରିବା ସହିତ ସ୍ଥାନୀୟ ଅଞ୍ଚଳ ରେ ଆତଙ୍କ ଚଳାଇଥିଲା l ଗତକାଲି ସନ୍ଧ୍ୟାରେ ନିଜ ପୁତୁରା ସମେତ ଆଉ ତିନି ଜଣ ଯୁବକ ମିଶି ଠେଙ୍ଗାରେ ଉକ୍ତ ଯୁବକଙ୍କୁ ପିଟିପିଟି ମାରିଥିଲେ। ଖବରପାଇ ଆର. ଉଦୟଗିରି ଥାନା ଅଧିକାରୀ ଗାଁରେ ପହଞ୍ଚିି ମୃତଦେହ ଜବତ କରିବା ସହିତ ହତ୍ୟାରେ ବ୍ୟବହୃତ ଦୁଇଟି ଠେଙ୍ଗା ଜବତ କରିଛି l ମୃତ ଯୁବକ ବଡଭାଇଙ୍କ ଅଭିଯୋଗ ପ୍ରକାରେ ପୋଲିସ ହତ୍ୟା ମାମଲା ରୁଜୁ କରି ଶିବରାମ ବେହାର୍ଦଳାଇ, ଜୟରାମ ବେହାର୍ଦଳାଇ, ଅଜିତ ବେହାର୍ଦଳାଇ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି lରା, ଉଦୟଗିରି ଥାନାରେଶ ୬.୮ ୨୦୨୪ ତାରିଖ ରାତିରେ ଡାବରାଗୁଡା ପଞ୍ଚାୟତ ଟୁଙ୍ଗୁରୁ ଗ୍ରାମରେ ବୃଦ୍ଧ ଦମ୍ପତୀଙ୍କୁ ହତ୍ୟା କରାଯାଇଥିଲା । ହତ୍ୟାର ଦୁଇ ଦିନପରେ ସ୍ଥାନୀୟ ପୁଲିସ ପାହାଡ ଉପରେ ଥିବା କୁଡିଆରୁ ଉଭୟ ଚୈତନ୍ୟ ମଣ୍ଡଳ ଓ ଏରଜାନି ମଣ୍ଡଳଙ୍କ ମୃତଦେହ ଉଦ୍ଧାର କରିଥିଲେ । ହତ୍ୟା କାଣ୍ଡର ୯ମାସ ପରେ ପୁଲିସ ଅଭିଯୁକ୍ତ ଧରିବାକୁ ଅସମଥ । ସେହିପରି ୧୬.୩୨୦୨୫ ସିଆଳିଲଟି ପଞ୍ଚାୟତ ବାର୍ନଳି ବ୍ରଜି ଠାରେ ଶରୀରର ନିମ୍ନଭାଗ ନଥିବା ଏକ ଅଦ୍ଧ ମୃତଦେହ ଉଦ୍ଧାର କରିଥିଲା । ଏହି ଘଟଣା ଘଟିବାର ୫୫ ଦିନ ପରେ ପୁଲିସ ହାତଖାଲି ପଡିଛି । ସେହିଭଳି ଚଳିତ ବର୍ଷ ମାର୍ଚ ୨୪ ତାରିଖ ଦିନ ରାମଗିରି ବିଷାକ୍ତ ଛତୁଆ ଖାଇ ଦୁଇ ଶିଶୁ ମୃତ୍ୟୁ ହୋଇଥିଲା । ୪୩ ଦିନ ପରେ ରାମଗିରି ପୁଲିସ ଏହା ସତ୍ୟସତ ଜଣାପଡିଲା ନାହିଁ । ରାମଗିରି ଥାନା ଅନ୍ତର୍ଗତ ସାନକରଞ୍ଜସାହି ଗ୍ରାମରେ ଚଳିତ ବର୍ଷ ଏପ୍ରିଲ ୨୮ ତାରିଖ ଗୁଳିମାଡ ଚେଳିଚରାଳି ଦିବାକର ଭୂୟାଁ ଆହତ ହୋଇଥିଲେ । କିଏ ଗୁଳି କଲା ତାହା ମଧ୍ୟ ଆଜିସୁଧା ପୁଲିସ ଧରିବା ଅସମଥ ଏତି ମଧ୍ୟରେ ୩୯ ଦିନ ବିତିଗଲାଣି । ଦେଖିବାକୁ ବାକି ରହିଲା ଏହି ସମସ୍ତ ହତ୍ୟା କାଣ୍ଡରେ ସପୂତ୍ତ ଅଭିଯୁକ୍ତ ଧରୁଛି ।
