ଘିମିରି ସଚେତନl ଓ ସ୍ଵାସ୍ଥ୍ୟ ଶିବିର

*ଘିମିରି ସଚେତନl ଓ ସ୍ଵାସ୍ଥ୍ୟ ଶିବିର *

ବ୍ରହ୍ମପୁର ସହର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ଘିମିରି ନିରାକରଣ ସଚେତନl ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ ସାହୁ ଉପସ୍ଥିତ ରହି କହିଲେ ଗ୍ରୀଷ୍ମ ରୁତୁର ଉତ୍ତାପରୁ ସ୍ଵେଦ ଓ ମଇଳା ଚର୍ମରେ ଜମି ରହେ । ଫଳରେ ଘିମିରି ସୃଷ୍ଟି ହୁଏ l କୁଣ୍ଡାଇ ହୁଏ, କୁଣ୍ଡାଇଲେ ଲାଲ୍ ପଡି ଜଳେ l ତ୍ଵଚାକୁ ମୁଲତାନି ମାଟି ଲଗାଇ ସଫା କରନ୍ତୁ। ସ୍ନାନ ପରେ ଚନ୍ଦନ କିମ୍ବା ବେଣାଚେର ଚିକ୍କଣ ଚୁର୍ଣ୍ଣ ଲଗାନ୍ତୁ l କୁଣ୍ଡାଇ ହେଲେ ନ କୁଣ୍ଡାଇ ଘୃତ କୁମାରୀ ରସ ଲଗାନ୍ତୁ l ସକାଳୁ ନିମ୍ବ ହଳଦୀ ବଟା ପାଞ୍ଚ ଗ୍ରାମ ଖାଆନ୍ତୁ l କାକୁଡି, ତରଭୁଜ ଖାଆନ୍ତୁ,ଅଧିକ ମିଠା, ଖଟା ଖାଆନ୍ତୁ ନାହିଁ ଓ ସୂତାଲୁଗା ପରିଧାନ କରିବା ପାଇଁ ପରମର୍ଶ ଦେଇଥିଲେ lଏହି ଅବସରରେ ରୋଗୀଙ୍କ ନାଡୀ, ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ,ସ୍ନାୟୁ ରୋଗ ଅମ୍ଳପିତ୍ତ, ସ୍ତ୍ରୀରୋଗ ଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରାଯାଇଥିଲା l ସମାଜସେବୀ ଡି. ଶ୍ରୀନିବାସ ରାଓ ଶିବିର ପରିଚାଳନା ରେ ସହଯୋଗ କରିଥିଲେ।l ଏହି ଶିବିର ପ୍ରତି ସୋମବାରେ ଅନୁଷ୍ଠିତ ହୁଏ ଏହାର ସୁଯୋଗ ନେବାକୁ ପ୍ରତିଷ୍ଠାନ ଅନୁରୋଧ କରିଛନ୍ତି

Leave a Reply

Your email address will not be published. Required fields are marked *