ନାଇରା ଠାରେ ଭଗବାନ ବିଷ୍ଣୁଙ୍କ ର ନୃସିଂହ ଚତୃଥି ପାଳିତ

ନାଇରା ଠାରେ ଭଗବାନ ବିଷ୍ଣୁଙ୍କ ର ନୃସିଂହ ଚତୃଥି ପାଳିତ
ରାୟଗଡା : ରାୟଗଡା ଜ଼ିଲ୍ଲା ର ପଦ୍ମପୁର ବ୍ଲକ ର ନାଇରା ଗ୍ରାମର ନୂତନ ରାଧାକାନ୍ତ ମନ୍ଦିର ପରିସରରେ ଭଗବାନ ବିଷ୍ଣୁଙ୍କର ଦଶାବତାର ମଧ୍ୟରୁ ନୃସିଂହ ଅବତାର ହେଉଛି ଚତୁର୍ଥ ଅବତାର ର ନୃସିଂହ ଚତୁର୍ଥୀ ପାଳିତ ହୋଇଯାଇଛି l

ବୈଶାଖ ମାସ ଶୁକ୍ଳ ଚତୁର୍ଦ୍ଦଶୀକୁ ନୃସିଂହ ଚତୁର୍ଦ୍ଦଶୀ ବା ନୃସିଂହ ଜନ୍ମ ଭାବେ ପାଳନ କରାଯାଏ। ଲୋକ ବିଶ୍ଵାସ ଅନୁଯାୟୀ ବିଷ୍ଣୁଙ୍କର ଦଶାବତାର ମଧ୍ୟରୁ ନୃସିଂହ ଚତୁର୍ଥ ଅବତାର ଅଟନ୍ତି। ନର (ମଣିଷ) ଓ ସିଂହ ଶରୀରର ମିଳିତ ରୂପ ହେଉଛନ୍ତି ନୃସିଂହ ରୂପ। ଏହିଦିନ ଭକ୍ତ ପ୍ରହ୍ଲାଦକୁ ରାଜା ହିରଣ୍ୟ କଶିପୁଙ୍କ ନିର୍ଯାତନାରୁ ମୁକ୍ତ କରିବା ପାଇଁ ଏହି ନରସିଂହ ରୂପରେ ଭଗବାନ ବିଷ୍ଣୁ, ଏକ ସ୍ତମ୍ଭ ବା ଖୁଣ୍ଟରୁ ଆବିର୍ଭାବ ହୋଇଥିଲେ। ଭଗବାନ ନୃସିଂହଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏହି ଚତୁର୍ଦ୍ଦଶୀ ପାଳନ କରାଯାଏ ବୋଲି ବିଶ୍ଵାସ କରାଯାଏ।
ପ୍ରହଲ୍ଲାଦର ଭକ୍ତିରେ ସନ୍ତୁଷ୍ଟ ହୋଇ ଭଗବାନ ନରସିଂହ ରୂପରେ ସ୍ତମ୍ଭରୁ ବାହାରି ଦୁଷ୍ଟ ହିରଣ୍ୟକଶିପୁକୁ ବଧ କଲେ। ଏହାପରେ ନୃସିଂହଙ୍କର କୋପ ଶାନ୍ତ ହେଲା। ଭକ୍ତ ପ୍ରହ୍ଲାଦ ପ୍ରଭୁଙ୍କ କୋଳରେ ବସି ବିନୀତ ହେଇ ପଚାରିଲା- “ହେ ପ୍ରଭୁ ! ଆପଣଙ୍କ ପ୍ରତି ମୋର ଏ ଅଗାଢ଼ ଭକ୍ତିର କାରଣ କୁହନ୍ତୁ।’’

ଭଗବାନ କହିଲେ- ‘’ପୂର୍ବ ଜନ୍ମରେ ତୁମେ ବଶୁଶର୍ମା ନାମକ ଜଣେ ଧାର୍ମିକ ବ୍ରାହ୍ମଣର ପୁତ୍ର ଥିଲ। ତୁମର ନାମ ଥିଲା ‘ବାସୁଦେବ’। କିନ୍ତୁ ତୁମେ ବେଶ୍ୟାସକ୍ତ ଥିଲ ଓ ଧନ ଚୋରିରେ ବ୍ୟସ୍ତ ରହୁଥିଲ। ଦିନେ ତୁମେ ଆସକ୍ତ ଥିବା ସେହି ବେଶ୍ୟା ସହିତ ତୁମର ଝଗଡା ହୋଇଗଲା। ସେଇ ଦୁଃଖରେ ତୁମେ ଆଉ ଭୋଜନ କଲ ନାହିଁ। ତୁମ ପାଇଁ ସେ ବେଶ୍ୟା ମଧ୍ୟ ଭୋଜନ କଲା ନାହିଁ। ଉଭୟ ସେଦିନ ରାତି ଅନିଦ୍ରା ରହି ଉପବାସ କଲ। ସେଦିନ ମୋର ଶ୍ରେଷ୍ଠ ବ୍ରତ ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀ ପଡ଼ିଥିଲା। ତୁମେ ସେଦିନ ଅଜାଣତରେ ଉପବାସ ରହିବା ସହ ରାତି ସାରା ଉଜାଗର ରହିଲ। ତେଣୁ ଅତ୍ୟନ୍ତ ପୁଣ୍ୟ ଫଳ ତୁମ ଦୁହିଁଙ୍କୁ ମିଳିଲା। ଏହି ବ୍ରତ ଫଳରେ ସେ ବେଶ୍ୟା ମଧ୍ୟ ଅନ୍ୟ ଜନ୍ମରେ ଅପସରା ହୋଇ ସ୍ଵର୍ଗବାସ କରି ପରେ ମୋକ୍ଷ ଲାଭ କଲା। ଆଉ ତୁମେ ହିରଣ୍ୟକଶିପୁଙ୍କ ପୁତ୍ର ରୂପେ ଜନ୍ମ ହୋଇ ବିଷ୍ଣୁଙ୍କର ପରମ ଭକ୍ତ ହେଲ।
ପ୍ରଥମେ ଏହି ବ୍ରତ ପାଳନ କରି ବ୍ରହ୍ମା ଏହି ସୃଷ୍ଟି ସର୍ଜନା କରିଥିଲେ। ତ୍ରିପୁରାସୁରକୁ ବଧ କରିବା ପୂର୍ବରୁ ଶିବ ମଧ୍ୟ ଏହି ବ୍ରତ ପାଳନ କରିଥିଲେ। ବହୁ ରାଜା ଓ ୠଷି ଏ ବ୍ରତ କରି ପୁଣ୍ୟଫଳ ପାଇଛନ୍ତି। ଏ ବ୍ରତ କଲେ ଧନ, ଜନ, ଗୋପ, ଲକ୍ଷ୍ମୀ ସହ ଅଶେଷ ପୁଣ୍ୟ ଓ ସିଦ୍ଧି ଲାଭ ହୁଏ। ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀ ତିଥି ସର୍ବ ପାପନାଶକ ଅଟେ।
ଅନ୍ୟ ଏକାଦଶୀ ଉପବାସ ପରି ନୃସିଂହ ଚତୁର୍ଦ୍ଦଶୀ ପାଳନ କରାଯାଏ। ନୃସିଂହ ଚତୁର୍ଦ୍ଦଶୀର ଦିନକ ପୂର୍ବରୁ ବ୍ରତଧାରୀମାନେ ଦିନରେ ମାତ୍ର ଥରଟିଏ ଖାଦ୍ୟ ଗ୍ରହଣ କରନ୍ତି। ଏହି ବ୍ରତରେ କୌଣସି ପ୍ରକାରର ଶସ୍ୟ ସେବନ ନିଷିଦ୍ଧ ଅଟେ। ଭକ୍ତମାନେ ମଧ୍ୟାହ୍ନରେ ସଂକଳ୍ପ କରନ୍ତି ଏବଂ ସୂର୍ଯ୍ୟାସ୍ତ ପୂର୍ବରୁ ବିଧି ବିଧାନ ଅନୁସାରେ ଶ୍ରୀ ନୃସିଂହଙ୍କଠାରେ ପୂଜାର୍ଚ୍ଚନା କରନ୍ତି। ବିଶ୍ଵାସ ରହିଛି ଯେ, ପ୍ରଭୁ ନରସିଂହ ସୂର୍ଯ୍ୟାସ୍ତ ସମୟରେ ଦର୍ଶନ ଦେଇଥିଲେ। ବ୍ରତଧାରୀ ରାତିରେ ଉଜାଗର ରହି ସକାଳ ପର୍ଯ୍ୟନ୍ତ ପୂଜା କରନ୍ତି। ଚତୁର୍ଦ୍ଦଶୀ ତିଥି ସରିବା ପରେ ଉପବାସ ଭାଙ୍ଗି ବ୍ରାହ୍ମଣଙ୍କୁ ଦାନ ଦିଆଯାଏ।
ନମଇ ନୃସିଂହ ଚରଣ, ଅନାଦି ପରମ କାରଣ।ଅହଂକାରୀ ହିରଣ୍ୟକଶିପୁ ନିଜର ତପଶକ୍ତି ବଳରେ, ନିଜକୁ ଭଗବାନ ବୋଲି ପ୍ରଚାର କରୁଥିଲା ଓ ଭଗବାନ ବିଷ୍ଣୁଙ୍କର ଭକ୍ତଙ୍କୁ ବହୁ ନିର୍ଯାତନା ଦେଇ ହତ୍ୟା କରୁଥିଲା। କିନ୍ତୁ ଭାଗ୍ୟକୁ ତାର ନିଜ ପୁତ୍ର ପ୍ରହଲ୍ଲାଦ ବାଳୁତ କାଳରୁ ହରିଭକ୍ତ ଥିଲା। ସେ ପ୍ରହଲ୍ଲାଦକୁ ହରିଭକ୍ତିରୁ ବିରତ କରିବା ପାଇଁ ବହୁ ଚେଷ୍ଟା କରିବା ପରେବି ବିଫଳ ହେବାରୁ ତାକୁ ହତ୍ୟା କରିବା ପାଇଁ ତାଙ୍କ ନିକଟକୁ ଆସି ନିଜର ପ୍ରଭୁ କେଉଁଠାରେ ଅଛନ୍ତି ବୋଲି ପଚାରିଲେ।ପ୍ରହଲ୍ଲାଦ କିନ୍ତୁ କହିଥିଲା, ଭଗହାନ ସବୁଠି ଅଛନ୍ତି। ଏଥିରେ ରୁଷ୍ଟ ହୋଇ ହିରଣ୍ୟକଶିପୁ ନିକଟସ୍ଥ ଖମ୍ବରେ ନିଜ ପ୍ରଭୁ ଅଛନ୍ତି ପ୍ରମାଣ କରିବା ପାଇଁ ପ୍ରହଲ୍ଲାଦକୁ ବାଧ୍ୟ କରି ନିଜ ଗଦାରେ ସେହି ଖମ୍ବକୁ ପ୍ରଚଣ୍ଡ ଆଘାତ କଲା। ହିରଣ୍ୟକଶିପୁକୁ ବର ମିଳିଥିଲା ଯେ ତା’ର ମୃତ୍ୟୁ ଦିନରେ କି ରାତିରେ ହେବନାହିଁ, ମଣିଷ କି ଦେବତା ଦ୍ୱାରା ହେବନାହିଁ, ଅସ୍ତ୍ର-ଶସ୍ତ୍ରାଦିଦ୍ୱାରା ହେବ ନାହିଁ। ବରଦାନ ଅନୁସାରେ ଅଦ୍ଭୁତରୂପ ନେଇ ବିଷ୍ଣୁ ପ୍ରକଟ ହେଲେ, ଦିନରେ ନୁହଁ କି ରାତିରେ ନୁହଁ ଗୋଧୂଳି ସମୟରେ, ନର ନୁହେଁ କି ଦେବତା ନୁହଁ ନରସିଂହ ରୂପରେ ଏବଂ ତା’ର ପ୍ରାଣ ନେଲେ ,ଅସ୍ତ୍ର କି ଶସ୍ତ୍ର ନୁହଁ ନିଜ ନଖରେ। ତାଙ୍କର ଦେହ ନର ଆକାରର ଓ ମସ୍ତକ ଓ ନଖ ସିଂହ ମସ୍ତକ ଓ ନଖ ସଦୃଶ ଭୟଂକର। ପ୍ରହଲ୍ଲାଦ ଏହି ରୂପକୁ ଦେଖି ଭୟାତୁର ହୋଇଥିବାରୁ ସେ ପର କ୍ଷଣରେ ତାଙ୍କୁ ଆଶ୍ୱାସନା ଓ ଅଭୟ ପ୍ରଦାନ କରିଥିଲେ। ତାଙ୍କର ଏହି ରୂପକୁ ମୁଖ୍ୟତଃ ହିନ୍ଦୁ ଧର୍ମର ବୈଷ୍ଣବମାନେ ପୂଜା କରିଥାନ୍ତି। ରକ୍ଷାକର୍ତ୍ତା ଓ ବିପଦ ତାରଣକାରୀ ରୂପେ ସେ ଅଗ୍ରପୂଜିତ। ଦୀର୍ଘ 30 ବର୍ଷ ଧରି ପ୍ରତ୍ୟକ ଶନିବାର ଦିନ ନୃସିଂହ ଭଗବାନ ଙ୍କ ପୂଜା ନାଇରା ର ନୂତନ ରାଧାକାନ୍ତ ମନ୍ଦିର ଅନୁଷ୍ଠିତ ହୋଇଥାଏ l ଆଜିର ଏହି ନୃସିଂହ ଚତୃଥି ଉତ୍ସବ କୁ ଗ୍ରାମ ର ୟୁବ ଗୋଷ୍ଠୀ କାମାକ୍ଷୀ ସାହୁ, ବିଜୟ ଶବର, ଶ୍ୟାମ ଚରଣ ମହାନ୍ତି, ଗିରିଧାରୀ ସାହୁ ଙ୍କ ତତ୍ୱାବଧାନ ରେ ପାଳିତ ହୋଇଯାଇଛି l
ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *