ସେମିଳିଗୁଡା ହାଟରେ ବରିଷ୍ଠ ନାଗରିକ ସଂଘର ଜଳଛତ୍ରମାନ କାର୍ଯ୍ୟକ୍ରମ। ସେମିଳିଗୁଡା.ତାରିଖ ୧୧,୫,୨୦୨୫,ସେମିଳିଗୁଡାର ବରିଷ୍ଠ ନାଗରିକ ସଂଘର ସଦସ୍ଯମାନେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ଯ ସେମିଳିଗୁଡାର ରବିବାର ସାପ୍ତାହିକ ହାଟରେ ଜଳଛତ୍ର କାର୍ଯ୍ୟକ୍ରମ କରି ସମସ୍ତ ଜନସାଧାରଣ, କ୍ରେତା,ବିକ୍ରେତାଙ୍କୁ ପ୍ରବଳ ଖରା ସମୟରେ ଦିନତମାମ ସୁସ୍ବାଦୁ ଦହି ଚହ୍ଲା ଓ ପାନୀୟଜଳ ବଣ୍ଟନ କରିଥିଲେ।ସଂଘର ସଭାପତି ଶ୍ରୀ ବିନୟ ଚନ୍ଦ୍ର ପଟ୍ଟନାୟକଙ୍କ ନେତୃତ୍ବରେ ସଂପାଦକ ରଘୁନାଥ ପାଣିଗ୍ରାହୀ,କାର୍ଯ୍ୟକାରୀ ସଭାପତି ପ୍ରତାପ ପାତ୍ର, ପ୍ରଦୀପ କୁମାର ପାତ୍ର, ପ୍ରଶାନ୍ତ ବେହେରା,ପାଣୁ ଚରଣ ସାହୁ,ଫକୀରରାଉତ,ଈଶ୍ୱର ଚନ୍ଦ୍ର ଗୁରୁ ,ଶତ୍ରୁଂଜୟ ମିଶ୍ର, ସଂଘର ଉପଦେଷ୍ଟା ବରିଷ୍ଠ ଶିକ୍ଷାବିତ ଡକ୍ଟର ଚିତ୍ତରଞ୍ଜନ ମିଶ୍ର ଓ ସମାଜସେବୀ ସ୍ନିଗ୍ଧାରାଣୀ ମିଶ୍ର କାର୍ଯ୍ୟକ୍ରମରେ ପ୍ରତ୍ୟକ୍ଷ ଅଂଶଗ୍ରହଣ କରି ସମସ୍ତଙ୍କୁ ଚହ୍ଲା ବଣ୍ଟନ କରିଥିଲେ।ଅନ୍ୟମାନଙ୍କ ମଧ୍ଯରେ ପୌରାଧ୍ୟକ୍ଷ ରାଜେନ୍ଦ୍ର କୁମାର ପାତ୍ର ଯୋଗଦେଇ ସମସ୍ତଙ୍କୁ ଉସ୍ଚାହିତ କରିଥିଲେ। ପ୍ରବଳ ଖରାରେ ବରିଷ୍ଠ ନାଗରିକ ସଂଘର ଏହି ପଦକ୍ଷେପକୁ ସମସ୍ତେ ପ୍ରଶଂସା କରିଥିଲେ।
