ଅପରେସନ ସିନ୍ଦୂର ସମ୍ମାନାର୍ଥେ ଏଫବିଡିଓଓର ରକ୍ତଦାନ ଶିବିର।

ଅପରେସନ ସିନ୍ଦୂର ସମ୍ମାନାର୍ଥେ ଏଫବିଡିଓଓର ରକ୍ତଦାନ ଶିବିର। ସେମିଳିଗୁଡା.ତାରିଖ ୧୦,୫,୨୦୨୫ ,ଆଜି ସମଗ୍ର ଓଡିଶାରେ ଏଫବିଡିଓର ଶାଖା ଓ ଅନ୍ଯାନ୍ଯ ସହଯୋଗୀ ସଂସ୍ଥା ଗ୍ରୀଷ୍ମ କାଳୀନ ରକ୍ତାଭାବ ଦୂରକରିବା ସହ ଅପରେସନ ସିନ୍ଦୁରର ସମସ୍ତ ଜବାନଙ୍କ ସମ୍ମାନାର୍ଥେ ରକ୍ତଦାନ ଶିବିରର ଆୟୋଜନ କରାଯାଇ ଥିଲା। ଏହି ପରିପ୍ରେକ୍ଷୀରେ ଷ୍ଟେଟ ବ୍ଳଡ ଟ୍ରାନ୍ସଫର୍ମରର କାଉନସିଲର ନିର୍ଦେଶ କ୍ରମେ ଏଫବିଡିଓ କୋରାପୁଟ ଶାଖା ତଥା ସେମିଳିଗୁଡାର ଅଗ୍ରଣୀ ସ୍ବେଛାସେବୀ ସଂସ୍ଥା ଲିଭ ଫର ଅଦର୍ସର ସହଯୋଗରେ କୋରାପୁଟ ଶହିଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟର ରକ୍ତ କେନ୍ଦ୍ରରେ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇ ଥିଲା। କୋରାପୁଟ ଶହିଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟର ସୁପରିଟେଣ୍ଡେଣ୍ଟ ତଥା ଡିନ୍ ଡକ୍ଟର ସୁଶାନ୍ତ କୁମାର ସାହୁ ଏହି ଶିବିରକୁ ଫିତାକାଟି ଉଦଘାଟନ କରିଥିଲେ।ଏଫବିଡିଓର କୋରାପୁଟ ଶାଖା ସଂପାଦିକା ସ୍ନିଗ୍ଧାରାଣୀ ମିଶ୍ର ,ଉପଦେଷ୍ଟା ତଥା ଲିଭ ଫର ଅଦର୍ସର ସଭାପତି ଡକ୍ଟର ଚିତ୍ତରଞ୍ଜନ ମିଶ୍ର, ସଦସ୍ଯ ନିୟାମତ ଅଲ୍ଲୀ,ଝୁନୁ ହାଂସଦା,ସ୍ବସ୍ତିିକ ମିଶ୍ର,ଅନୁପମା ପ୍ରମୁଖ ଶିବିର ପରିଚାଳନା କରିଥିଲେ।ଡକ୍ଟର ଶୈଳଜା ଷ୍ଟେଲା ଓରେୟା ଙ୍କ ତତ୍ତ୍ଵାବଧାନରେ ଲକ୍ଷ୍ମୀକାନ୍ତ ଗାଇନ ଓଟିମ ରକ୍ତ ସଂଗ୍ରହ କରିଥିଲେ।

Leave a Reply

Your email address will not be published. Required fields are marked *