ନୂତନ ହନୁମାନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ରେ ଯୋଗ ଦେଇ ହନୁମାନ ଙ୍କ ଆଶୀର୍ବାଦ ଭିକ୍ଷା କରିଲେ ଭେଙ୍କଟେଶ୍ୱର ରାୟଗଡା : ଓଡିଶା ଆନ୍ଧ୍ର ସୀମାନ୍ତ ରାୟଗଡା ଜ଼ିଲ୍ଲା କେରାଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଅନିଜା ଗ୍ରାମ ରେ ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଗତ ତିନି ଦିନ ଧରି ଚାଲିଥିଲା l ଅନ୍ତିମ ଦିନ ରେ ରାୟଗଡା ଟ୍ରକ ମାଲିକ ସଙ୍ଘ ସଭାପତି ଭେଙ୍କଟେସ୍ୱର ରାଓ କୋଣ୍ଡା ବାବୁ ଯୋଗଦେଇ ବଜରଙ୍ଗ ବଳି ହନୁମାନ ଙ୍କ ଦର୍ଶନ କରିବା ସହିତ ଆଶୀର୍ବାଦ ଭିକ୍ଷା କରିବା ସହ ଗ୍ରାମବାସୀ ଙ୍କ କଲ୍ୟାଣ ପାଇଁ ପ୍ରାର୍ଥନା କଲି ଓ ଗ୍ରାମର ସୁବିଧା ଅସୁବିଧା ଓ ସମସ୍ୟା ଉପରେ ସେଠାକାର ସମସ୍ତ ବୁଦ୍ଧିଜୀବି ଙ୍କ ସହ ଆଲୋଚନା କରି ଭବିଷ୍ୟତରେ ସେ ସମସ୍ୟା ଗୁଡ଼ିକ ସମାଧାନ ଦିଗରେ ସତତ ଚେଷ୍ଟା ରଖିବି କହି ପ୍ରତିଶ୍ରୁତି ଦେଇଥିଲି। ସୂଚନା ଯୋଗ୍ୟ ଯେ ଏହି ଅନିଯା ଗ୍ରାମ ଟି ନଗବଳି ନଦୀର ପାର୍ଶ୍ଵ ରେ ରହିଛି କିନ୍ତୁ ବର୍ଷା ଦିନେ ଏହି ଗାଁ କୁ ଯିବା ଆସିବା ବହୁତ କଷ୍ଟ କର ବ୍ୟାପାର ଥିଲା l ଏହି ନଦୀ ରେ ସେତୁ ନିର୍ମାଣ ର ଆବଶ୍ୟକ ଥିଲା ତତ୍କାଳୀନ ବିଜେଡି ର ରାୟଗଡା ଜ଼ିଲ୍ଲା ମନ୍ତ୍ରୀ ଜଗନ୍ନାଥ ସାରକା, ତତ୍କାଳୀନ ବିଜେଡି ଜ଼ିଲ୍ଲା ସଭାପତି ସୁଧୀର ଦାସ ଙ୍କୁ ୟାଲା କୋଣ୍ଡା ବାବୁ ଏହି ଅନିଯା ଠାରେ ନାଗାବଳି ନଦୀ ଉପରେ ଏକ ପୋଲ ନିର୍ମାଣ ନିମନ୍ତେ କହିଥିଲେ l ଉଭୟ ଆନ୍ତରିକ ପାଇଁ ଏହି ପୋଲ. ନିର୍ମାଣ ହୋଇପାରିଲା ସେଥିପାଇଁ ଆଜି ସହ ସହ ଜନସାଧାରଣ ଏହି ବଜରଙ୍ଗ ବଳି ହନୁମାନ ଙ୍କ ଦର୍ଶନ ନିମନ୍ତେ ଜ଼ିଲ୍ଲା ଓ ଜ଼ିଲ୍ଲା ବାହାରୁ ଭକ୍ତ ଙ୍କ ସୁଅ ଚୁଟିବା ରେ ଲାଗିଛି ବୋଲି କେରଡା ସରପଞ୍ଚ ମୀନାରାଓ କହିଛନ୍ତି l ବହୁ ପୁରାତନ ଏହି ହନୁମାନ ପ୍ରତକ୍ଷ୍ୟ ମୂର୍ତି ଙ୍କମନ୍ଦିର ର ପ୍ରାଣ ପ୍ରତିଷ୍ଠା ହୋଇଛି ଏଥିରେ ବହୁ ଜନସାଧାରଣ ଯୋଗ ଦେଇଥିବା ସହିତ ହନୁମାନ. ଙ୍କ ଆଶୀର୍ବାଦ ଭିକ୍ଷା କରିଥିବାରୁ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଜନସାଧାରଣ ଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି l କୋଣ୍ଡା ବାବୁ ଙ୍କ ସହିତ କେ ଶ୍ରୀନିବାସ, ଲଷ୍ମୀ ମୋହନ ପଟ୍ଟନାୟକ, ହସମୁଖ ହାସୁ ଭାଈ, ନିମୁ ଭାଈ ହରି ହର ହିମିରିକା ଙ୍କ ବହୁ କୋଣ୍ଡା ବାବୁ ସମର୍ଥକ ଏହି ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ lରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
