ଭ୍ୟାନରୁ ୧୦ ଗୋରୁ ଉଦ୍ଧାର, ଚାଳକ ଅଟକ ।
ଆର,ଉଦୟଗିରି(ମନୋଜ କୁମାର ପାଢୀ)- ମୋହନା ହାଇସ୍କୁଲ ଛକ ନିକଟରୁ ଏକ ଭ୍ୟାନରେ ବେଆଇନ ଚାଲାଣ ହେଉଥିବା ୧୦ଟି ଗୋରୁଙ୍କୁ ଗ୍ରାମର ବଜରଙ୍ଗ ଦଳ ପକ୍ଷରୁ ଉଦ୍ଧାର କରାଯିବା ସହ ମୋହନା ଥାନାରେ ଜିମା ଦିଆଯାଇଛି । ସୁଚନା ପ୍ରକାରେ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଡେଙ୍ଗାପଦର ଗ୍ରାମରୁ ମୋହନାକୁ ଏକ ଭ୍ୟାନରେ ୧୦ଟି ବଳଦକୁ ବେଆଇନ ଏକ ସ୍ଥାନକୁ ଚାଲାଣ ହେଉଥିଲା । ଖବର ପାଇ ବଜରଙ୍ଗ ଦଳର କିଛି ସଦସ୍ୟ ହାଇସ୍କୁଲ ଛକଠାରେ ଗାଡିକୁ ଅଟକାଇ ଡାଲାରୁ ସମସ୍ତ ଗାଈ ଓ ବଳଦକୁ ଉଦ୍ଧାର କରି ଥାନାକୁ ଖବର ଦେଇଥିଲେ । ମୋହନା ଥାନ କେସ ନଂ ୬୫/୨୫ ରେ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ କରୁଥିବା ପୁଲିସ ପକ୍ଷରୁ ସୁଚନା ମିଳିଛି । ଏ ସଂପର୍କରେ ମୋହନା ଏମକେସିଜି ଯୁବକ ସଂଘ ସଭାପତି ଲିଖିତ ଅଭିଯୋଗ ଥାନାରେ କୁମାର । ଉଦ୍ଧାର ଗାଈ ଓ ବଳଦକୁ ଆଜି ଅପରାହ୍ନ ପୁଲିସ ହେପାଜତରେ ଗଞ୍ଜାମ ଜିଲ୍ଲା ମୌଳାଭଞ୍ଜା ଗ୍ରାମ ନିକଟରେ ରହିଥିବା ଗୋଶାଳାରେ ଛଡାଯାଇଛି ।
