କନ୍ଧମାଳ ଜିଲ୍ଲା ସୋସିଆଲ ମିଡ଼ିଆର ସଂଯୋଜକ ଭାବେ ଦାୟିତ୍ୱପାଇଲେ ଯୁବନେତା ମସନ ନାୟକ

କନ୍ଧମାଳ ଜିଲ୍ଲା ସୋସିଆଲ ମିଡ଼ିଆର ସଂଯୋଜକ ଭାବେ ଦାୟିତ୍ୱପାଇଲେ ଯୁବନେତା ମସନ ନାୟକ…

କନ୍ଧମାଳ :- ( ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲାର ସଂଗଠନ କୁ ଦୃଢ ସହିତ ନେତୃତ୍ୱ ପାଇଁ ଓଡିଶା ରାଜୀବ ଗାନ୍ଧୀ ପଞ୍ଚାୟତି ରାଜ ସଂଗଠନ ର ସୋସିଆଲ ମେଡ଼ିଆ ପକ୍ଷରୁ ମସନ ନୟକକୁ ସଂଯୋଜକ ଭାବେ ଦାୟିତ୍ୱ ମିଳିଛି l କନ୍ଧମାଳ ଜିଲ୍ଲାର ଓଡିଶା ର କାଶ୍ମୀର ଭାବରେ ଜଣାଶୁଣା ଦାରିଙ୍ଗବାଡି ଅଞ୍ଚଳର ଲୋଡୁଆ ଯୁବନେତା ମସନ ନାୟକ ଜନସାଧାରଣଙ୍କ ସୁଖ ଦୁଃଖ ର ସାଥୀ ହେବା ପାଇଁ ଛାତ୍ର ଜୀବନ ରୁ ଅଣ୍ଟା ଭିଡିଛନ୍ତି l ଓଡିଶା ପ୍ରଦେଶ କଂଗ୍ରେସ କମିଟି, ରାଜୀବ ଗାନ୍ଧୀ ପଞ୍ଚାୟତି ରାଜ ସଂଗଠନ ତରଫରୁ ଯୁବ ନେତା ମସନ ଭାଇଙ୍କୁ ସୋସିଆଲ ମିଡ଼ିଆ ର ସଂଯୋଜକ ଭାବେ ଦାୟିତ୍ୱ ମିଳିଥିବାରୁ କନ୍ଧମାଳ ଜିଲ୍ଲାରେ, ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି l ଯୁବ ନେତା ମସନ ଏହି ପଦବୀ ପାଇଥିବାରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ,ଓଡିଶା କଂଗ୍ରେସ ପିସିସି ସଭାପତି ଭକ୍ତ ଦାସ, ରାଜୀବ ଗାନ୍ଧୀ ପଞ୍ଚାୟତି ରାଜ ସଂଗଠନର ଅଧକ୍ଷ ସୁଦର୍ଶନ ଦାସ, ଅଞ୍ଜନ କୁମାର ସିଂହ, ଆଦିତ୍ୟ ନାଗ ଏବଂ ଜିଲ୍ଲା ର ସମସ୍ତ କଂଗ୍ରେସ ନେତା ଙ୍କୁ ଧନ୍ୟବାଦ ଜାଣଇଛନ୍ତି | ମସନ ଛାତ୍ର ଜୀବନ ରୁ ରାଜନୀତି ରେ ଯୋଗ ଦେଇ ଯୁବ କଂଗ୍ରେସ ରେ ରାଜ୍ୟ ଏବଂ ଜିଲ୍ଲା ସୋସିଆଲ ମେଡ଼ିଆର କାମ କରି ଆସିଛନ୍ତି l କଂଗ୍ରେସ ଦଳ କୁ ସ୍ୱଦୃଡ଼ କରିବା ପାଇଁ ବିଭିନ୍ନ ଗୁରୁତ୍ୱ ପୁର୍ଣ୍ଣ ପଦବୀରେ କାମ କରି ଆସିଛନ୍ତି |ଶ୍ରୀ ନୟକ ପ୍ରକାଶ କରିଛନ୍ତି ଆଗାମୀ ଦିନ ରେ ସଂଗଠନ କୁ ମଜୁବୁତ କରିବା ସହିତ ପ୍ରତି ଗ୍ରାମାଞ୍ଚଳ ସ୍ତରରୁ ଜନସାଧାରଣଙ୍କ ନିୟାର ହକ ପାଇଁ ସମସ୍ତେ ମିଳିମିଶି ହାତ ରେ ହାତ ମିଶେଇ ଆଗକୁ ଚାଲିବାକୁ କାର୍ଯ୍ୟ କରିବୁ ବୋଲି ମତ ପ୍ରକାଶ କରିଛନ୍ତି l

Leave a Reply

Your email address will not be published. Required fields are marked *