କନ୍ଧମାଳ ଜିଲ୍ଲାର ବୈଶାଖୀ ମେଳାର ତୃତୀୟ ଦିନ, ମନ ଜିଣିଲା ଶିବ ତାଣ୍ଡବ ନୃତ୍ୟ

କନ୍ଧମାଳ ଜିଲ୍ଲାର ବୈଶାଖୀ ମେଳାର ତୃତୀୟ ଦିନ, ମନ ଜିଣିଲା ଶିବ ତାଣ୍ଡବ ନୃତ୍ୟ…

କନ୍ଧମାଳ 🙁 ରିପୋର୍ଟ କୁନା ଦିଗାଲ )କନ୍ଧମାଳ ବୈଶାଖୀ ଉତ୍ସବ ଓ ବାଣିଜ୍ୟ ମେଳା ର ମଙ୍ଗଳ ବାର ଥିଲା ତୃତୀୟ ଦିନl ମଙ୍ଗଳ ବାର ମୁଖ୍ୟ ଅତିଥି ଭାବେ ପି ଏ, ଆଇ ଟି ଡ଼ିଏଗଦାଧର ପାତ୍ର , ସମ୍ମାନୀତ ଅତିଥି ଭାବେ ଓକିଲ ସଂଘ ସଭାପତି ଚନ୍ଦ୍ର ଶେଖର ପରିଡା, ବରିଷ୍ଠ ଆଇନଜୀବି ତଥା ବିଜେପି ନେତା ଭଗବାନ ମହାନ୍ତି ଯୋଗଦେଇ ଦେଇ ଦୀର୍ଘ ୧୨ଦିନ ବ୍ୟାପୀ ଅନୁଷ୍ଠିତ ଏହି ମେଳା କନ୍ଧମାଳ ର କଳା ସଂସ୍କୃତି ଓ ପରମ୍ପରା କୂ ଲୋକ ଲୋଚନ କୁ ଆଣିବା ସହ ନୂତନ କଳାକାର ସୃଷ୍ଟି ଦିଗରେ ସହାୟକ ହେବ ବୋଲି କହିଥିଲେ l ଏହି ଅବସରର ଅନୁଷ୍ଠାନ ର ପରିଚାଳନା କମିଟି ଅଧ୍ୟକ୍ଷ ତଥା ବରିଷ୍ଠ ସାମ୍ବାଦିକ ସୁନୀଲ ପଟ୍ଟନାୟକ ଓ ଉପାଧ୍ୟକ୍ଷ ରାଧାମୋହନ ମହାପାତ୍ର, ଉପ ସଭାପତି, ସୁଜିତ ବେହେରା ସାମ୍ବାଦିକ ଶୋନ୍ତୋଷ ଦିଗଲ ପ୍ରମୁଖ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଙ୍କୁ ଙ୍କୁ ପୁଷ୍ପ ଗୁଛ, ଉପଢ଼ୌକନ ଓ ସ୍ମାରକୀ ଦେଇ ସମ୍ବର୍ଦ୍ଧିତ କରିଥିଲେ l ନୂତନ ଡାନ୍ସ ଗ୍ରୁପ ଓ ବାଲିଗୁଡ଼ାର ବନ ବାସି ସେବା ସମିତି ର କଳାକାର ମାନଂକ ଆକର୍ଷଣୀୟ ଶିବ ତାଣ୍ଡବ ନୃତ୍ୟ ଦର୍ଶକ ଙ୍କ ମନ୍ ଜିଣିଥିଲା l ମୁଖ୍ୟ ଅତିଥି ପି ଏ ଆଇ ଟି ଡି ଏ ଶ୍ରୀ ପାତ୍ର ଓ ସମ୍ମାନିତ ଅତିଥି ଶ୍ରୀ ମହାନ୍ତି ଓ ଶ୍ରୀ ପରିଡା ଦୁଇ ଗ୍ରୁପ ଙ୍କୁ ମାନପତ୍ର ଓ ସ୍ମାରକୀ ଟ୍ରଫି ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ l କମିଟି ର କୋଷାଧ୍ୟକ୍ଷ ପ୍ରସନ୍ନ କୁମାର ସ୍ବାଇଁ, ସଂପାଦକ କାହ୍ନୁ ଚରଣ ଶତପଥୀ, ଓ ସଦସ୍ୟା ମୁସ୍କାନ୍ ସୁଆର, ବିରଜିନୀ ମହାପାତ୍ର, ରୁପମ୍ବିକା ତ୍ରିପାଠୀ, ନିବେଦିତା ଖାଡଙ୍ଗା, ମହାଦେବସାହୂ, ଏମ ଡି ଚୀଷ୍ଟି ପ୍ରମୁଖ ସହଯୋଗ କରିଥିଲେ l ଏହି ମେଳା ଆସନ୍ତା ୮ତାରିଖ ଯାଏ ଚାଲିବ l

Leave a Reply

Your email address will not be published. Required fields are marked *