ବରଗଡ – (ଭବାନୀ ଶଙ୍କର ପାଢ଼ୀ) ଓଡିଶା ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘ ର ରାଜ୍ୟ ସଂଗଠନ ସମ୍ପାଦକ ଶ୍ରୀ ନରୋତ୍ତମ ପଣ୍ଡା ରାଜସ୍ବ ମନ୍ତ୍ରୀ ଶ୍ରୀଯୁକ୍ତ ସୁରେଶ ପୂଜାରୀ ଙ୍କୁ ରାଜ୍ୟ ସ୍ତରୀୟ ଅକ୍ଷୟ ତୃତୀୟ ଅବସରରେ ଚକୁଳି ଫାର୍ମ ଠାରେ ସାକ୍ଷାତ କରି ସଂଘ ର ବିଭିନ୍ନ ଦାବୀ ପତ୍ର ପ୍ରଦାନ କରି ଅନୁରୋଧ କରିଥିଲେ। ରାଜସ୍ବ ମନ୍ତ୍ରୀ ମହୋଦୟ ଏହାର ସ୍ୱୀକୃତି ପ୍ରଦାନ କରିଥିଲେ ଓ ନିଷ୍ଠା ସହିତ କାମ କରିବାର ଉପଦେଶ ଦେଇଥିଲେ। ଏହି ଅବସରରେ ମାନ୍ୟବର ବରଗଡ ଲୋକସଭା ସାଂସଦ ଶ୍ରୀଯୁକ୍ତ ପ୍ରଦୀପ ପୁରୋହିତ ଓ ଭଟଲି ବିଧାୟକ ଶ୍ରୀଯୁକ୍ତ ଇରାଶିସ ଆଚାର୍ଯ୍ୟ ଙ୍କୁ ମଧ୍ୟ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ।
