ମୋହନା ଗସ୍ତ କରି ବିଭିନ୍ନ ପ୍ରକଳ୍ପ ଅନୁଧ୍ୟାନ କଲେ ସ୍ବାସ୍ଥ୍ୟ ସଚିବ ।

ମୋହନା ଗସ୍ତ କରି ବିଭିନ୍ନ ପ୍ରକଳ୍ପ ଅନୁଧ୍ୟାନ କଲେ ସ୍ବାସ୍ଥ୍ୟ ସଚିବ ।ଆର,ଉଦୟଗିରି(ମନୋଜ କୁମାର ପାଢୀ/ ୩୦/୪/ଗଜପତି ଜିଲ୍ଲା ମୋହନା ଗସ୍ତ କରି ବିଭିନ୍ନ ପ୍ରକଳ୍ପ ଅନୁଧ୍ୟାନ କଲେ ସ୍ବାସ୍ଥ୍ୟ ସଚିବ ସୁଶ୍ରୀ ଆଶ୍ବତି ଏସ l ଆଜି ସ୍ବାସ୍ଥ୍ୟ ସଚିବ ଦିନ ୧୨ ଘଣ୍ଟ ସମୟରେ ମୋହନା ଗସ୍ତ କରି ମୋହନା ହାଇସ୍କୁଲ୍ ଛକ୍ ନିକଟରେ ଥିବା ଦକ୍ଷତା ବିକାଶ ତାଲିମ୍ କେନ୍ଦ୍ର ବୁଲି ଦେଖିବା ସହ ପ୍ରକଳ୍ପ ପରିଚାଳନା ସମ୍ପର୍କରେ ବ୍ଲକ ର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ l ପରେ ମୋହନା ହାଇ ସ୍କୁଲ ଗସ୍ତ କରି ପିଏମ ଶ୍ରୀ କାର୍ଯ୍ୟ ତଦାରଖ କରି ବୁଲି ଦେଖିଥିଲେ l ତାପରେ ସେଠାରୁ ଚନ୍ଦ୍ରଗିରି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଗସ୍ତ କରି ସ୍ଵାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ବିଭାଗ ବୁଲି ଦେଖିବା ସହ ରୋଗୀଙ୍କ ସହ ଭଲ ମନ୍ଦ ପଚାରି ବୁଝିଥିଲେ l ପରେ ଜିରାଙ୍ଗ ସ୍ଥିତ ବୌଦ୍ଧ ମନ୍ଦୀର ବୁଲି ଦେଖିବା ପରେ ଭୁବନେଶ୍ୱର ଫେରି ଯାଇଥିଲେ l

Leave a Reply

Your email address will not be published. Required fields are marked *