ଗଜପତି ଜିଲ୍ଲା ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘର ଚତୁର୍ଥ ସାମ୍ବିଧାନିକ ସମ୍ମିଳନୀ ।

ଗଜପତି ଜିଲ୍ଲା ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘର ଚତୁର୍ଥ ସାମ୍ବିଧାନିକ ସମ୍ମିଳନୀ ।

ଆର,ଉଦୟଗିରି(ମନୋଜ କୁମାର ପାଢୀ/ ତା 26/04/2025 ରିଖ ଶନିବାର ଦିନ ରାୟଗଡ଼ ବ୍ଲକ ନାରାୟଣପୁର ନୀଳମଣୀ ଉଚ୍ଚ ବିଦ୍ୟାଳୟ ପରିସରରେ ଗଜପତି ଜିଲ୍ଲା ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଙ୍ଘର ଚତୁର୍ଥ ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି | ଏ ଅବସରରେ ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ରଞ୍ଜନ କୁମାର ଦାସ ରାଜ୍ୟ କାର୍ଯ୍ୟକାରୀ ସଭାପତି ଶ୍ରୀ ନୀଳମଣୀ ପୁରୋହିତ ରାଜ୍ୟ ଯୁଗ୍ମ ସାଧାରଣ ସମ୍ପାଦକ ମାଣିକେଶ୍ବର ସ୍ୱାଇଁ, ଶ୍ରୀ ବ୍ରଜ କିଶୋର ବିଶ୍ୱାଳ ରାଜ୍ୟ ଉପ ସଭାନେତ୍ରୀ ଶ୍ରୀମତି ରାଜଲକ୍ଷ୍ମୀ ବେହେରା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ମଧୁ ସୁଦନ ଦେ, ଶ୍ରୀ ଲୋକନାଥ ନାହାକ ଓ ସାତୋଟି ବ୍ଲକର ସଭାପତି ସମ୍ପାଦକ ଓ ପ୍ରାୟ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ଅଂଶ ଗ୍ରହଣ କରିଥିଲେ | ରାଜ୍ୟ ସମ୍ପାଦକ ଶ୍ରୀ ରଞ୍ଜନ କୁମାର ଦାସ ଶିକ୍ଷକ ମାନଙ୍କର ସମସ୍ୟା ଓ ସରକାରଙ୍କ ଶିକ୍ଷା ବିଭାଗର ଆଭିମୁଖ୍ୟ ବିଷୟରେ ଅଭିଭାଷଣ ରଖିଥିଲେ | ଜିଲ୍ଲା ସଭାପତି ଶ୍ରୀ ବି ତିରୁମାଲା ରାଓ ପଟନାୟକ ଜିଲ୍ଲା ସଂଗଠନର ସମୟ ଅବଧି ସରି ଯାଉଥିବା ଯୋଗୁଁ ସଂଗଠନ ଭଙ୍ଗ ଘୋଷଣା କରିଥିଲେ ଓ ରାଜ୍ୟ ସମ୍ପାଦକ ଶ୍ରୀ ଦାସ ପୁନଃ ସଂଗଠନ ନିମିତ୍ତ ନୂତନ କର୍ମକର୍ତ୍ତା ଚୟନ କରିବା ପାଇଁ ଘୋଷଣା କରିଥିଲେ | ପରିଶେଷରେ ସର୍ବ ସମ୍ମତି କ୍ରମେ ନୀଳମଣୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ପି ମେନକା ରାଓ ସଭାପତି ରାୟଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ମନୋଜ କୁମାର ବେହେରା କାର୍ଯ୍ୟକାରୀ ସଭାପତି ଦାମଦୁଆ ଫକୀର ମୋହନ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଚିତ୍ତରଞ୍ଜନ ପଣ୍ଡା ସମ୍ପାଦକ ରୂପେ ମନୋନୀତ ହୋଇଥିଲେ ଏବଂ ଅନ୍ୟ 10ଜଣ ବିଭିନ୍ନ ପଦବୀ ପାଇଁ ଚୟନ କରାଯାଇଥିଲା ଏତଦ ବ୍ୟତୀତ ଶ୍ରୀ ବୃନ୍ଦାବନ ବିଶ୍ୱାଳ, ଶ୍ରୀ ବି ତିରୁମାଲା ରାଓ ପଟନାୟକ, ଶ୍ରୀ ପ୍ରଫୁଲ୍ଲ କୁମାର ମହାନ୍ତି, ଶ୍ରୀ ସୁବାସ ଚନ୍ଦ୍ର ସାହୁ ଓ ଶ୍ରୀ ପ୍ରଶାନ୍ତ କୁମାର ବିଷୋୟୀ ଉପଦେଷ୍ଟା ରୂପେ ମନୋନୀତ ହୋଇଥିଲେ | ଶେଷରେ ନୂତନ କର୍ମକର୍ତ୍ତାଙ୍କୁ ରାଜ୍ୟ କାର୍ଯ୍ୟକାରୀ ସଭାପତି ଶ୍ରୀ ନୀଳମଣୀ ପୁରୋହିତ ଶପଥ ପାଠ କରାଇଥିଲେ | ରାଜ୍ୟ ପୁରସ୍କୃତ ଶିକ୍ଷକ ତଥା ରା ଉଦୟଗିରି ବ୍ଲକ ସମ୍ପାଦକ ଶ୍ରୀ ସୁବାସ ଚନ୍ଦ୍ର ସାହୁ ମଞ୍ଚ ପରିଚାଳନା କରିଥିଲେ |

Leave a Reply

Your email address will not be published. Required fields are marked *