*ଆହତ ଠିକାଦାର👆*ଠିକାଦାରଙ୍କୁ ମାରଣାନ୍ତକ ଆକ୍ରମଣ।
ଟାଉନ ଥାନା ପଡ଼ିଶାରେ ଚାଲିଥିବା ମୀନା ବଜାର ମେଳା ପରିଦର୍ଶନ ସମୟରେ ଧୀରୋଜ ମୋହନ ଚୌଧୁରୀ ନାମକ ଜଣେ ଠିକାଦାରକୁ କିଛି ଯୁବକ ମାରଣାନ୍ତକ ଆକ୍ରମଣ କରିଛନ୍ତି ଓ ଅନ୍ୟ ଜଣେ ବନ୍ଧୁଙ୍କ ସହଯୋଗ ରେ ଠିକାଦାର ଚୌଧୁରୀ ଡାକ୍ତରଖାନାରେ ଚିକିତ୍ସିତ ହୋଇ ବ୍ରହ୍ମପୁର ଟାଉନ ଥାନା ରେ ଅଭିଯୋଗ କରିଥିଲେ। କିନ୍ତୁ ପୋଲିସ ଠାରୁ କୌଣସି ଭରସା ମିଳିନାହିଁ ବୋଲି ଗୁରୁତର ଠିକାଦାର ଜଣଙ୍କ ସାମାଜିକ ଗଣମାଧ୍ୟମକୁ ବିବୃତି କରିଛନ୍ତି।ଆହତ ଧୀରୋଜ ଠାରୁ ପ୍ରକାଶ ଯେ ସେ ସନ୍ଧ୍ୟା ସମୟରେ ଉକ୍ତ ମେଳା ବୁଲିବାକୁ ଆସିଥିବା ବେଳେ ପ୍ରକାଶ ଓ ନବୀନ ନାମକ ଦୁଇ ଯୁବକ ତାଙ୍କୁ ମେଳା ପରିସରରେ ଥିବା ଏକ କାର୍ଯ୍ୟାଳୟ କୁ ଡାକି ନେଇ ବନ୍ଧୁକ ଦେଖେଇ ୫୦ ହଜାର ଟଙ୍କା ଦାଦା ବଟି ମାଗିଥିଲେ। କିନ୍ତୁ ସେ ନାହିଁ କରିବାରୁ ଉକ୍ତ ଦୁଇ ଯୁବକ ଓ ଆଉ ୩ ଜଣ ଯୁବକ ମିଶି ମାଡ଼ ମାରିବା ସହ ଏକ ଧାରୁଆ କାତିରେ ପେଟ କୁ ଭୁଷି ଦେଇଥିଲେ। ମୁଁ ଗୁରୁତର ଅବସ୍ଥାରେ ନିକଟରେ ଥିବା ଟାଉନ ଥାନା କୁ ଯାଇ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ର ସହଯୋଗ ମିଳିଲା ନାହିଁ।
