ଟିକାବାଲି ଠାରେ ପ୍ରବଳ ଜନ ଗହଳି ମଧ୍ୟରେ ନୂଆପଦର ଝାମୁ ଯାତ୍ରା

Spread the love

ଟିକାବାଲି ଠାରେ ପ୍ରବଳ ଜନ ଗହଳି ମଧ୍ୟରେ ନୂଆପଦର ଝାମୁ ଯାତ୍ରା…

କନ୍ଧମାଳ : -( ରିପୋର୍ଟ କୁନା ଦିଗାଲ) କନ୍ଧମାଳ ଜିଲ୍ଲା ଟିକାବାଲି ମେଡିକାଲ ଛକ କମିଟି ତରଫରୁ ବରଣୀ ହୋଇଥିବା ଫିରିଙ୍ଗିଆ ବ୍ଲକ ନୂଆପଡ଼ା ଗ୍ରାମର ଦଣ୍ଡନୃତ୍ୟ ଟିକାବାଲି ମେଡିକାଲ ପରିସରରେ ପରିବେଷଣ ହୋଇଥିବା ଦେଖିବାକୁ ମିଳିଛି l ବର୍ଷକୁ ତେର ଦିନ ପରିବେଷଣ ହେଉଥିବା ଦଣ୍ଡନୃତ୍ୟ ଆରମ୍ଭ ମାତ୍ରକେ ଜନ ସାଧାରଣ ଙ୍କ ମଧ୍ୟରେ ବେଶ ସରଗରମ ଦେଖିବାକୁ ମିଳୁଛି ଗାଁ ରୁ ସହର ଯାଏଁ ଦଣ୍ଡର ନୃତ୍ୟର ପସରା ଦଣ୍ଡନୃତ୍ୟ ବାହାରିବାର ଆଜକୁ ସାତ ଦିନ ବିତିଯାଇ ସାରିଲାଣି ଆଉ ମାତ୍ର ୬/୭ ଦିନ ଅବଧି ସମୟ ଅଛି l ଏହିପରି ପ୍ରେକ୍ଷୀରେ ଦଣ୍ଢନୃତ୍ୟ ସମାପ୍ତ ର ଯେତିକି ସମୟ ସୀମା ନିକଟ ତର ହେଉଛି ସେତିକି ଜନସାଧାରଣ ଙ୍କ ମଧ୍ୟରେ ଉତ୍ସlହ ବଡ଼ି ବଡ଼ି ଯାଉଛି ଇତ୍ୟ ଅବସରରେ ଟିକାବାଲି ମେଡିକାଲ ପରିସରରରେ ଅନୁଷ୍ଠିତ ନୂଆପଡା ଦାଣ୍ଡରେ ପ୍ରବଳ ଜନଗହଳି ଦେଖିବାକୁ ମିଳିଛି l ଉକ୍ତ ଦଣ୍ଡରେ ଶୋଇରହିଥିବା ଦଣ୍ଡୁଆର ମୁହଁକୁ ସମ୍ପୂର୍ଣ ମାଟିରେ ପୋତିଦେଇଥିବା ଦୃଶ୍ୟ ଟି ଅତି ବିସ୍ମୟ ସ୍ଵଚକ ଦେଖିବାକୁ ମିଳିଛି l ଦଣ୍ଡନୃତ୍ୟ କମିଟି ର ଅଧିକାରୀ ନିରଞ୍ଜନ ବେହେରା ଭଣ୍ଡାର ଘରିଆ ଜ୍ୟୋତିଷ କୁମାର ସାହୁ,ପାଟଡୁଳିଆ ରବୀନ୍ଦ୍ର ଭୁକ୍ତାଙ୍କ ସମେତ ବୁଦ୍ଧଦେବ ଭୁକ୍ତା, ତ୍ରିନାଥରଣା (ଗୁରୁ ), ଗୋବିନ୍ଦ ବେହେରା (ବୀଣାକlର )ଏହିପରି ପ୍ରମୁଖ ମୁଖିଆ ଙ୍କ ସହଯୋଗ ଓ ନେତୃତ୍ୱ ରେ ପରିଚାଳିତ ଦଣ୍ଡନୃତ୍ୟ ବେଶ ସଫଳତା ପ୍ରାପ୍ତ କରିଥିବା ଜଣାପଡିଛି l