10 ଦଫା ଦାବୀ ନେଇ ଡ୍ରାଇଭର ସଂଘର ଶାନ୍ତିପୂର୍ଣ ଆନ୍ଦୋଳନ ଆର,ଉଦୟଗିରି(ମନୋଜ କୁମାର ପାଢୀ/ ଶୁକ୍ରବାର ଦିନ ମହେନ୍ଦ୍ରଗଡ଼ ଠାରେ ରାଜ୍ୟ ସଭାପତି ପ୍ରଶାନ୍ତ ମେଣ୍ଡୁଳିଙ୍କ ନିର୍ଦେଶ କ୍ରମେ ଡ୍ରାଇଭର ସଂଘର ପଞ୍ଚାୟତ ସ୍ତରୀୟ ଶାନ୍ତିପୂର୍ଣ ଆନ୍ଦୋଳନ ହୋଇଯାଇଛି | ଏହି ଆନ୍ଦୋଳନରେ ପଞ୍ଚାୟତ ସଭାପତି ଶ୍ରୀ ଦୁଃଖିଶ୍ୟାମ ପାତ୍ର ନେତୃତ୍ୱ ନେଇଥିବା ବେଳେ ଜିଲ୍ଲା ସମ୍ପାଦକ ଶ୍ରୀ ଭୈରବ ବିଷୋୟୀ ଯୋଗ ଦେଇଥିଲେ | ଦୀର୍ଘ ଦିନ ଧରି ଓଡ଼ିଶାର ଡ୍ରାଇଭର ମହାସଂଘ ସରକାରଙ୍କ ପାଖରେ 10 ଦଫା ଦାବୀ ନେଇ ଉପସ୍ଥାପନ କରିଥିଲେ ମଧ୍ୟ ସରକାର ମାତ୍ର ଗୋଟିଏ ଦାବୀ ପୂରଣ କରି ଚୁପଚାପ ବସି ରହିଛନ୍ତି ତେଣୁ ଆଜି ସମଗ୍ର ରାଜ୍ୟରେ ପଞ୍ଚାୟତ ସ୍ତରରେ ଆନ୍ଦୋଳନ ଚାଲୁ ରହିଛି | ଯଦି ସରକାର ତୁରନ୍ତ ଏହାର ବିଚାର ନକରନ୍ତି ଆସନ୍ତାକାଲି ଚକାବନ୍ଦ ଆନ୍ଦୋଳନ କରାଯିବ ବୋଲି ସଭାପତି ଶ୍ରୀ ପାତ୍ର ପ୍ରକାଶ କରିଛନ୍ତି | ଏହି ଆନ୍ଦୋଳନରେ ପଞ୍ଚାୟତର ପ୍ରାୟ 50 ଜଣ ଡ୍ରାଇଭର ଯୋଗ ଦେଇଥିଲେ |
Related Posts
ଆଦିତ୍ୟ ଆଲୁମିନା ରିଫାଇନାରୀ (ହିଣ୍ଡାଲକୋ) ସ୍ଥାନୀୟ ମହିଳାଙ୍କ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ଆପାରେଲ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଛି
ଆଦିତ୍ୟ ଆଲୁମିନା ରିଫାଇନାରୀ (ହିଣ୍ଡାଲକୋ) ସ୍ଥାନୀୟ ମହିଳାଙ୍କ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ଆପାରେଲ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଛି ରାୟଗଡା : ଅନ୍ତର୍ଭୁକ୍ତ ବିକାଶ…
ଉତ୍କଳ ଦିବସ ପାଳନ ଉପଲକ୍ଷେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ୪୫ ୟୁନିଟ ରକ୍ତ ସଂଗୃହୀତ
ଉତ୍କଳ ଦିବସ ପାଳନ ଉପଲକ୍ଷେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ୪୫ ୟୁନିଟ ରକ୍ତ ସଂଗୃହୀତ ରାୟଗଡା : ଉତ୍କଳ ଦିବସ ପାଳନ ଅବସର ରେ ରାମନାଗୁଡ଼ା ପଞ୍ଚାୟତ…
କାଳବୈଶାଖୀର ମୁକାବିଲା ପାଇଁ ଟିପିଏସ୍ଓଡିଏଲର ବ୍ୟାପକ ପ୍ରସ୍ତୁତି
କାଳବୈଶାଖୀର ମୁକାବିଲା ପାଇଁ ଟିପିଏସ୍ଓଡିଏଲର ବ୍ୟାପକ ପ୍ରସ୍ତୁତି — ୫୯୦୦ ରୁ ଉର୍ଦ୍ଧ୍ବ ଗ୍ରାଉଣ୍ଡ ଷ୍ଟାଫ୍ ଏବଂ ୮୦୦ ଷ୍ଟାଣ୍ଡବାଇ କର୍ମଚାରୀ ନିୟୋଜିତ– ତ୍ୱରିତ ପଦକ୍ଷେପ ପାଇଁ…