ସେମିଳିଗୁଡା ସତ୍ଯ ନଗରରେ ଗାୟତ୍ରୀରଥକୁ ସ୍ବାଗତ। ସେମିଳିଗୁଡା.ତାରିଖ୨୩:୩:୨୦୨୫:ସେମିଳିଗୁଡାଠାରେ ହରିଦ୍ଵାରରୁ ଅଣାଯାଇଥିବା ଅଖଣ୍ଡ ଜ୍ବୋତି ଓ ପବିତ୍ର କଳସକୁ ଗାୟତ୍ରୀ ପରିବାର ତରଫରୁ ସହର ପରିକ୍ରମା କରାଯାଇଥିଲା। ସତ୍ଯ ନଗରଠାରେ ସତ୍ଯ ନଗର ମହିଳା ଶାଖାର ସଂଯୋଜିକା ସ୍ନିଗ୍ଧାରାଣୀମିଶ୍ରଙ୍କ ନେତୃତ୍ବରେ ସମସ୍ତ ମହିଳା ଓ ଗାୟତ୍ରୀ ଭଉଣୀମାନେ ରଥକୁ ହୁଳହୁଳି ,ଶଂଖ ବଜାଇ ସ୍ବାଗତ କରିଥିଲେ। ଏହାପରେ ଅଖଣ୍ଡ ଜ୍ବୋତି ଓ ଗାୟତ୍ରୀମାତାଙ୍କୁ ଆଳତୀ,ବନ୍ଦାପନାକରି ପୂଜାର୍ଚ୍ଚନା କରିଥିଲେ।ଏହି କାର୍ଯ୍ୟକ୍ରମରେ ଗାୟତ୍ରୀ ଭକ୍ତବୃନ୍ଦ ଅଂଶଗ୍ରହଣ କରିଥିଲେ। ଆସନ୍ତା କାଲି ଏହି ରଥ ସେମିଳିଗୁଡା ବ୍ଳକର ୯ଟି ଆଭ୍ୟନ୍ତରୀଣ ଗ୍ରାମକୁ ଯାତ୍ରାକରିବାର କାର୍ଯ୍ୟକ୍ରମ ରହିଛି।
Related Posts

ଟିକାବାଲି ଅଞ୍ଚଳବାସୀ ରାନୁ ହତ୍ୟାକାରୀଙ୍କୁ ଫାଶୀ ଦେବା ଦାବୀରେ ଥାନା ସମ୍ମୁଖରେ ଧାରଣା
ଟିକାବାଲି ଅଞ୍ଚଳବାସୀ ରାନୁ ହତ୍ୟାକାରୀଙ୍କୁ ଫାଶୀ ଦେବା ଦାବୀରେ ଥାନା ସମ୍ମୁଖରେ ଧାରଣା… ……………………………… କନ୍ଧମାଳ : -( ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି…

ଜିଲ୍ଲା ସ୍ତରୀୟ ଶହିଦ ଲକ୍ଷ୍ମଣ ନାୟକଙ୍କ ୮୩ତମ ଶ୍ରାଦ୍ଧ ଦିବସ ପାଳିତ ।
ରାୟଗଡ଼.. ଜିଲ୍ଲା ସ୍ତରୀୟ ଶହିଦ ଲକ୍ଷ୍ମଣ ନାୟକଙ୍କ ୮୩ତମ ଶ୍ରାଦ୍ଧ ଦିବସ ପାଳିତ । ରାୟଗଡ:-ତା.୨୯/୦୩-ରାୟଗଡ଼ ଜିଲ୍ଲା ସ୍ତରୀୟ ଶହିଦ ଲକ୍ଷ୍ମଣ ନାୟକଙ୍କ ୮୩ତମ ଶ୍ରାଦ୍ଧ ଦିବସ…
ନୁଆଗଡରେ ପଞ୍ଚାୟତିରାଜ ଦିବସ ପାଳିତ ।
ନୁଆଗଡରେ ପଞ୍ଚାୟତିରାଜ ଦିବସ ପାଳିତ । ଆର,ଉଦୟଗିରି (ମନୋଜ କୁମାର ପାଢୀ):-୨୪/୦୪ରାଜ୍ୟ ସରକାର ଜନସାଧାରଣ ଙ୍କ ବିକାଶ ନିମନ୍ତେ ଶ୍ରୀକ୍ଷେତ୍ରଧାମ ପୁରୀ ଠାରେ ଗୁରୁବାର ଦିନ ମାନ୍ୟବର…