ପୁଣି ଜନନୀ ଯନ୍ତଣା ଦୋଳାରେ ୬ କି.ମି. ବୁହିନେଲେ ଗର୍ଭବତୀ ଆର,ଉଦୟଗିରି(ମନୋଜ କୁମାର ପାଢୀ)- ମୋହନା ବ୍ଳକରେ ପୁଣି ଜନନୀ ଯନ୍ତଣା ଦେଖିବାକୁ ମିଳିଛି । ଭଲ ରାସ୍ତା ଖଣ୍ଡେ ନଥିବାରୁ ୬ କି ମି ଦୋଳାରେ ବୁହିନେଲେ ଗର୍ଭବତୀ ମହିଳାଙ୍କୁ । ଏହିଭଲି ଘଟଣା ଦେଖିବାକୁ ମିଳିଛି ମୋହନା ବ୍ଳକ ଅନ୍ତର୍ଗତ ମାଣ୍ଡିମେରା ପଞ୍ଚାୟତ ଅଧିନ ଗବେଲ ଗ୍ରାମରେ । ଗାଁର ଗର୍ଭବତୀ ମହିଳା ଲଳିତା ମାଝୀଙ୍କ ଗର୍ଭ ଯନ୍ତଣା ଅସ୍ୟ ହେବାରୁ ପରିବାର ଲୋକେ ସ୍ଥାନୀୟ ଆଶାଦିଦି ମେରୀ ମାଝୀଙ୍କୁ ଖବର ଦେଇଥିଲେ । ସେ ପହଞ୍ଚି ୧୦୮ କୁ ଫୋନ୍ କରିଥିଲେ । କିନ୍ତୁ ଗାଁର ରାସ୍ତା ଶୋଚନୀୟ ଥିବାରୁ ଆମ୍ବୁଲାନ୍ସ ଗାଁକୁ ପହଞ୍ଚି ନପାରି ଜାତୀୟ ରାଜପଥରେ ଅଟକି ରହିଥିଲା । ମାଣ୍ଡିମେରା ପଞ୍ଚାୟତର ନାଏବ ସରପଞ୍ଚ ଜହନ ମାଝୀ ଓ ପରିବାର ଲୋକେ ଭାରକରି ଗର୍ଭବତୀଙ୍କୁ ଦୀର୍ଘ ୬ କି.ମି. ପଥୁରିଆ ଜଙ୍ଗଲ ରାସ୍ତା ଅତିକ୍ରମ କରି ଆମ୍ବୁଲାନ୍ସ ନିକଟରେ ପହଞ୍ଚିଥିଲେ । ସେଠାରୁ ବିରିକୋଟ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭତ୍ତି କରିଥିଲେ । ସେଠାରେ ତାଙ୍କର ଏକ ଶିଶୁ କନ୍ୟା ଜନ୍ମ ହୋଇଥିଲା । ଉଭୟେ ମା ଓ ଶିଶୁ ସୁସ୍ଥ ଥିବା ଡାକ୍ତର କହିଥିଲେ ।
Related Posts
ବ୍ଲକ ସ୍ତରୀୟ ଉତ୍କଳଦିବସ ପାଳନ ସମାରୋହ ସାହିତ୍ୟ ସଭା ଓ କବିତା ପାଠୋତ୍ସବ ଅନୁଷ୍ଠିତ
ବ୍ଲକ ସ୍ତରୀୟ ଉତ୍କଳଦିବସ ପାଳନ ସମାରୋହ ସାହିତ୍ୟ ସଭା ଓ କବିତା ପାଠୋତ୍ସବ ଅନୁଷ୍ଠିତ ରାୟଗଡା : ରାମନାଗୁଡ଼ା ବ୍ଲକ ପ୍ରଶାସନ ଆନୁକୁଲ୍ୟ ରେ ପବିତ୍ର ଉତ୍କଳ…
ବିରିକୋଟରେ ନୂତନ ବ୍ଳକ ଗଠନ ନେଇ ଦାବି ଜୋର ଧରିଲା ।
ବିରିକୋଟରେ ନୂତନ ବ୍ଳକ ଗଠନ ନେଇ ଦାବି ଜୋର ଧରିଲା । ଆର,ଉଉଦୟଗିରି(ମନୋଜ କୁମାର ପାଢୀ)- ମୋହନା ବ୍ଳକର ବିରିକୋଟ ରେ ନୂତନ ବ୍ଳକ କରିବା ଦାବି…
ଆଦିତ୍ୟ ଆଲୁମିନା ରିଫାଇନାରୀ (ହିଣ୍ଡାଲକୋ) ସ୍ଥାନୀୟ ମହିଳାଙ୍କ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ଆପାରେଲ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଛି
ଆଦିତ୍ୟ ଆଲୁମିନା ରିଫାଇନାରୀ (ହିଣ୍ଡାଲକୋ) ସ୍ଥାନୀୟ ମହିଳାଙ୍କ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ଆପାରେଲ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଛି ରାୟଗଡା : ଅନ୍ତର୍ଭୁକ୍ତ ବିକାଶ…