ସେଞ୍ଚୁରିଅନରେ ବି.ଫାର୍ମା ଛାତ୍ରଛାତ୍ରୀମାନଙ୍କ ବିଦାୟ କାଳୀନ ସମାରୋହ ।ରାୟଗଡ଼ା : ରାୟଗଡ଼ା ସହର ଉପଖଣ୍ଡ ପିତାମହଲ ସ୍ଥିତ ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ପରିସରରେ ଫାର୍ମାସୀ ବିଭାଗର ଅନ୍ତିମ ବର୍ଷର ବି.ଫାର୍ମା ଛାତ୍ରଛାତ୍ରୀମାନଙ୍କୁ ବିଦାୟ କାଳୀନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଫାର୍ମାସୀ ଅଧ୍ୟକ୍ଷ ଡ଼ଃ ଚନ୍ଦ୍ରଶେଖର ପାତ୍ର, ସହଯୋଗୀ ପ୍ରଧ୍ୟାପକ ଡ଼ଃ ଦୀପଙ୍କର ରଥ, ଡ଼ଃ ଲାଡି ଆଲିକ୍ କୁମାର, ଡ଼ଃ ହରଗୌରୀ ମିଶ୍ର, ଡ଼ଃ କାମିନୀ ସେଠୀ ପ୍ରମୁଖ ମଞ୍ଚସିନ ଥିଲେ । ଏହି ବିଦାୟ କାଳୀନ ସମାରୋହରେ ଫାର୍ମାସୀ ବିଭାଗ ତୃତୀୟ ବର୍ଷାରେ ଅଧ୍ୟୟନରତ ବି. ଫାର୍ମା ଛାତ୍ରଛାତ୍ରୀମାନେ ସହକାରୀ ପ୍ରଧ୍ୟାପକ ଭରତ ଭୂଷଣ ସାହୁଙ୍କ ପରାମର୍ଶକ୍ରମେ ଅନ୍ତିମ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ବିଦାୟ ଦେଇଥିଲେ। ଏହି ଅବସରରେ ମଞ୍ଚସିନ ଅତିଥିଗଣ ସମସ୍ତ ଛାତ୍ରଛାତ୍ରୀଙ୍କୁ ଜୀବନରେ ଅଗୋକୁ ବାଢ଼ିବା ପାଇଁ ନିରନ୍ତର ପ୍ରୟାସ କରିବା ଆବଶ୍ୟକ। ଛାତ୍ରଛାତ୍ରୀ ମାନେ କିଭଳି ଭାବେ ଚାକିରି କରି ନିଜେ ଆତ୍ମ ନିର୍ଭରଶୀଳ ହେବେ ସେ ସମ୍ପର୍କରେ ଦିଗ୍ଦର୍ଷଣ ପ୍ରଦାନ କରିଥଲେ। ସେହିପରି ସମସ୍ତ ଛାତ୍ରଛାତ୍ରୀମାନେ ନାଚ ଗୀତର ଆସୋରରେ ସମସ୍ତଙ୍କୁ ମନୋରଞ୍ଜନ କରିଥିଲେ । ଶେଷରେ ଛାତ୍ରଛାତ୍ରୀ ମାନେ ନିଜ ସାଙ୍ଗସାଥୀ ଓ ଶ୍ରେଣୀ ଶିକ୍ଷକ ତଥା ସହକାରୀ ପ୍ରଧ୍ୟାପକ ପଲ୍ଲୀଶ୍ରୀ ଭୁକ୍ତାଙ୍କ ସହ ବିତେଇଥିବା ପ୍ରତିଟି ମୁହର୍ତ୍ତକୁ ମନେପକାଇ ଭାବପ୍ରବଣ ହୋଇଥିଲେ। ଏଥିରେ ପ୍ରାୟ ୧୨୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
Related Posts

କାର୍ ଧକ୍କାରେ ସାଇକେଲ ଚାଳକ ମୃତ।
କାର୍ ଧକ୍କାରେ ସାଇକେଲ ଚାଳକ ମୃତ।ବୈଦ୍ୟନାଥ ପୁର ଥାନା ଅର୍ନ୍ତଗତ ଲାଞିପଲୀ ଜାତୀୟ ରାଜପଥ ପେଟ୍ରୋଲ ପମ୍ପ ନିକଟରେ ଜଣେ ଯୁବକ ସାଇକେଲ ରେ ଆସୁଥିବା ବେଳେ…

କୁନ୍ଦୁଲୀ ଆଦିମ ଗୁରୁକୁଳ ଆଶ୍ରମରେ ଛାତ୍ରାବାସ ଉଦଘାଟିତ
କୁନ୍ଦୁଲୀ ଆଦିମ ଗୁରୁକୁଳ ଆଶ୍ରମରେ ଛାତ୍ରାବାସ ଉଦଘାଟିତ ସେମିଳିଗୁଡା.ତାରିଖ ୨୯,୩-୨୦୨୫:ସେମିଳିଗୁଡା ବ୍ଲକ ଅନ୍ତର୍ଗତ କୁନ୍ଦୁଲୀସ୍ଥିତ ଆଦିମ ଗୁରୁକୁଳ ଆଶ୍ରମର ସରସ୍ବତୀ ଧାମ ଛାତ୍ରାବାସ ଉଦଘାଟନ ହୋଇ ଯାଇଛି।ଏହି…

ପୂର୍ବ ଶତ୍ରୁତାରୁ ଯୁବକକୁ ହତ୍ୟା
*ପୂର୍ବ ଶତ୍ରୁତାରୁ ଯୁବକକୁ ହତ୍ୟା* ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସିକୁଳା ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକକୁ ହତ୍ୟା । ମୃତ ଯୁବକ ଜଣକ ସିକୁଳା…