ଅନୁଦାନ ପ୍ରାପ୍ତ ବିଦ୍ୟାଳୟର ରାଜ୍ୟ ପୁରସ୍କୃତ ଶିକ୍ଷକ ଶୂନ୍ୟ ହସ୍ତରେ ଅବସର ନେଲେ ।

ଅନୁଦାନ ପ୍ରାପ୍ତ ବିଦ୍ୟାଳୟର ରାଜ୍ୟ ପୁରସ୍କୃତ ଶିକ୍ଷକ ଶୂନ୍ୟ ହସ୍ତରେ ଅବସର ନେଲେ ।

ଆର, ଉଦୟଗିରି(ମନୋଜ କୁମାର ପାଢୀ) ତା 26.06.2025ରିଖ ଗୁରୁବାର ଦିନ ରା ଉଦୟଗିରି ବ୍ଲକର ମହେନ୍ଦ୍ରଗଡ଼ କାର୍ତ୍ତିକ ଗମାଙ୍ଗ ଉଚ୍ଚ ବିଦ୍ୟାଳୟର ରାଜ୍ୟ ପୁରସ୍କୃତ ହିନ୍ଦୀ ଶିକ୍ଷକ ଶ୍ରୀ ସୁବାସ ଚନ୍ଦ୍ର ସାହୁ ଅବସର ଗ୍ରହଣ କରିଛନ୍ତି | ଏହି ବିଦ୍ୟାଳୟଟି 1993 ମସିହାରେ ସ୍ଥାନୀୟ ଜନସାଧାରଣଙ୍କ ଉଦ୍ୟମରେ ସ୍ଥାପିତ ହୋଇ ବିଶିଷ୍ଟ ରାଜନୀତିଜ୍ଞ ସ୍ବର୍ଗତଃ କାର୍ତ୍ତିକ ଗମାଙ୍ଗଙ୍କ ନାମରେ ନାମିତ ହୋଇଥିଲା | ବିଦ୍ୟାଳୟରେ ଶ୍ରୀ ସୁବାସ ଚନ୍ଦ୍ର ସାହୁ ପ୍ରଥମେ ହିନ୍ଦୀ ଶିକ୍ଷକ,ଶ୍ରୀ ଲୋକନାଥ ନାହାକ ପ୍ରଧାନ ଶିକ୍ଷକ ଓ ଶ୍ରୀ ଏସ ରାମାରାଓ ବିଜ୍ଞାନ ଶିକ୍ଷକ ରୂପେ ନିଯୁକ୍ତି ପାଇଥିଲେ ଦୀର୍ଘ ଚାରି ବର୍ଷ ପରେ ଅର୍ଥାତ 1997 ମସିହାରେ ଅବଶିଷ୍ଟ ପଦବୀ ପୂରଣ ହୋଇଥିଲା | 1993 ମସିହାରୁ 2007 ମସିହା ପର୍ଯ୍ୟନ୍ତ ବିନା ସରକାରୀ ଅନୁଦାନରେ ଶିକ୍ଷକମାନେ ବିଭିନ୍ନ ସମସ୍ୟା ଦେଇ ଗତି କରି ଅନୁଷ୍ଠାନକୁ ବଞ୍ଚାଇଥିଲେ | 2007 ରେ ସରକାରଙ୍କ ଠାରୁ ଆଂଶିକ ଦରମା ପାଇ ଆଶ୍ୱସ୍ଥି ଅନୁଭବ କଲେ ଏବଂ ଆଜି ଶତପ୍ରତିଶତ ଦରମା ପାଉଛନ୍ତି ସତ କିନ୍ତୁ କୌଣସି ପ୍ରକାର ଚାକିରୀ ସର୍ତ୍ତାବଳି ନାହିଁ କି ପେନସନର ବ୍ୟବସ୍ଥା ମଧ୍ୟ ନାହିଁ | ଇତି ମଧ୍ୟରେ ବିଦ୍ୟାଳୟଟି ଅନୁଦାନ ପ୍ରାପ୍ତ ହୋଇ ମଧ୍ୟ ଜଣେ ରାଜ୍ୟ ପୁରସ୍କୃତ ଶିକ୍ଷକଙ୍କୁ ସୃଷ୍ଟି କରିପାରିଛି ସେ ହେଉଛନ୍ତି ଶ୍ରୀ ସୁବାସ ଚନ୍ଦ୍ର ସାହୁ ଓ ଜଣେ କୃତୀ ଛାତ୍ରୀ ଯିଏକି ଚଳିତ ଶିକ୍ଷା ବର୍ଷ ଦଶମ ଶ୍ରେଣୀ ପରୀକ୍ଷାରେ A1 ରଖି ବିଦ୍ୟାଳୟର ସୁନାମ ରଖିଛନ୍ତି | ଆଜି ସେହି ରାଜ୍ୟ ପୁରସ୍କୃତ ଶିକ୍ଷକ ଶ୍ରୀ ସୁବାସ ଚନ୍ଦ୍ର ସାହୁ ମାନ୍ୟବର ସରକାରଙ୍କ ଠାରୁ କୌଣସି ପେନସନ ନପାଇ ଅବସର ଗ୍ରହଣ କରିଛନ୍ତି | ଏଥିପାଇଁ ମଂଚାସୀନ ଅତିଥିବୃନ୍ଦ,ଅଭିଭାବକଗଣ , ପୂର୍ବତନ ଛାତ୍ର ଛାତ୍ରୀ ଓ ସ୍ଥାନୀୟ ଜନପ୍ରତିନିଧି କ୍ଷୋଭ ପ୍ରକାଶ କରିବା ସହ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି | ଏଭଳି ଜଣେ ଦକ୍ଷ, ଛାତ୍ରବଚ୍ଛଳ ଓ ମେଳାପୀ ଶିକ୍ଷକଙ୍କୁ ହରାଇ ବିଦ୍ୟାଳୟର ପ୍ରଭୂତ କ୍ଷତି ଘଟିଛି ବୋଲି ସମସ୍ତ ବୁଦ୍ଧିଜୀବି ମତ ପ୍ରକାଶ କରିଥିଲେ | ବାସ୍ତବରେ ଶ୍ରୀ ସାହୁ ଏ ଅଂଚଳର ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ସହିତ ଜଡିତ ରହି ସର୍ବୋପରି ଶିକ୍ଷା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ | ଅବସରକାଳୀନ ଉତ୍ସବରେ ସମସ୍ତ ଅତିଥି ବୃନ୍ଦ ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ | ପ୍ରୀୟ ଶିକ୍ଷକଙ୍କୁ ହରାଇ ଅନେକ ଛାତ୍ର ଛାତ୍ରୀ କାନ୍ଦି ପକାଇବା ସହ ତାଙ୍କୁ ତାଙ୍କ ବାସ ଭବନ ପର୍ଯ୍ୟନ୍ତ ନେଇ ଛାଡି ଆସିଲେ ।

Leave a Reply

Your email address will not be published. Required fields are marked *