ମହିଳା ସ୍ନାତ୍ତକ ମହାବିଦ୍ୟାଳୟରେ ସମ୍ବିଧାନ ହତ୍ୟା ଦିବସ ପାଳିତ ।

ମହିଳା ସ୍ନାତ୍ତକ ମହାବିଦ୍ୟାଳୟରେ ସମ୍ବିଧାନ ହତ୍ୟା ଦିବସ ପାଳିତ । ଗଜପତି(ମନୋଜ ପାଢୀ/ ୨୫/୬/

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ଶ୍ନାତ୍ତକ ମହାବିଦ୍ୟାଳୟରେ ମହାବିଦ୍ୟାଳୟ ପକ୍ଷରୁ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ସମ୍ବିଧାନ ହତ୍ୟା ଦିବସ ଆଜି ପାଳିତ ହୋଇଯାଇଛି ।ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ ରୀନା ସାହୁ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ସମ୍ବିଧାନର ଗୁରୁତ୍ବ ଓ ଆଇନର ଶାସନ ବ୍ୟବସ୍ଥାରେ ଥିବା ମହତ୍ତ୍ଵ ଉପରେ ବୁଝାଇଥିଲେ । ସେହିଭଳି ଇତିହାସ ବିଭାଗର ବରିଷ୍ଠ ଅଧ୍ୟାପିକା ଡ଼ଃ ଭାରତୀ ପାଣିଗ୍ରାହୀ ଏବଂ ରାଜନୀତି ବିଭାଗ ଅଧ୍ୟାପକ ଶ୍ରୀ କୃଷ୍ଣଚନ୍ଦ୍ର ପଣ୍ଡିତ ପ୍ରମୁଖ ଯୋଗ ଦେଇ ୧୯୭୫ ମସିହା ଜୁନ ୨୫ ତାରିଖରେ ଦେଶରେ ଘଟିଥିବା ଜାତୀୟ ଜରୁରୀ କାଳୀନ ପରିସ୍ଥିତି ଓ ଏହାର ଅପବ୍ୟବହାର ସମ୍ପର୍କରେ କହିବା ସହ ସମ୍ବିଧାନର ଉପଯୋଗିତା , ଅଧିକାର ଏବଂ ଗଣତନ୍ତ୍ର ଶାସନ ବ୍ୟବସ୍ଥାରେ ସମ୍ବିଧାନର ଗୁରୁତ୍ବ ଓ ଏହା ହତ୍ୟା କିଭଳି ହେଉଛି ସେ ସମ୍ପର୍କରେ ଆଲୋକପାତ କରିଥିଲେ ।ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା , ଛାତ୍ରୀ ଏବଂ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *