ସେମିଳିଗୁଡା ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷାଙ୍କୁ ଲିଭ ଫର ଅଦର୍ସର ସମ୍ବର୍ଦ୍ଧନା।
ସେମିଳିଗୁଡା.ତାରିଖ ୨୪,୬,୨୦୨୫,ସେମିଳିଗୁଡା ମହାବିଦ୍ୟାଳୟରେ ନୂତନ ଅଧ୍ୟକ୍ଷା ଭାବରେ ଦାୟିତ୍ବ ଗ୍ରହଣ କରିଥିବା ରାଜନୀତି ବିଜ୍ଞାନ ବିଭାଗର ମୁଖ୍ଯ ଡକ୍ଟର ଝାନସୀ ସିଂଙ୍କୁ ସେମିଳିଗୁଡାର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନର ସାଧାରଣ ସଂପାଦିକା ତଥା ସମାଜସେବୀ ସ୍ନିଗ୍ଧାରାଣୀ ମିଶ୍ର ଅନୁଷ୍ଠାନ ତରଫରୁ ଉପଢୌକନ ଓ ପୁଷ୍ପଗୁଚ୍ଛ କଲମ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ଡକ୍ଟର ସିଂ ମହାବିଦ୍ୟାଳୟର ତିନୋଟି ବିଷୟ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବେ ବୋଲି କହିଥିଲେ। ମହାବିଦ୍ୟାଳୟରେ ଶୈକ୍ଷିକ ବାତାବରଣର ଉନ୍ନତି,ମହାବିଦ୍ୟାଳୟ ନାକ ଏକ୍ରେଡିସନ ପାଇବାପାଇଁ ସମସ୍ତ ମାନଦଣ୍ଡର ପୂରଣ,ସମଗ୍ର ଓଡିଶାରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ସେମିଳିଗୁଡା ମହାବିଦ୍ୟାଳୟର ସ୍ବତନ୍ତ୍ର ପରିଚୟ ସୃଷ୍ଟିକରିବା। ଏଥିପାଇଁ ସେ ସମସ୍ତଙ୍କର ସହଯୋଗ କାମନା କରିଥିଲେ।
