ବିଦ୍ୟାଳୟ ପରିଦର୍ଶନ, ବଜ୍ରପାତ ଓ ସାପ କାମୁଡା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।
ବରଗଡ -( ଭବାନୀ ଶଙ୍କର ପାଢ଼ୀ) ଆଞ୍ଚଳିକ ସରକାରୀ ହାଇସ୍କୁଲ, ତେନ୍ତୁଲିଟିକ୍ରlକୁ ଶ୍ରୀ ଅମୂଲ୍ୟ ବରିହା, ରାଜ୍ୟ ପରିଦର୍ଶନ ଦଳ, ବର୍ଣାଳି, ଭୁବନେଶ୍ୱର ପୂର୍ବାହ୍ନରେ ପରିଦର୍ଶନରେ ଆସିଥିଲେ l ନବମ ଶ୍ରେଣୀର ଛାତ୍ର ଛାତ୍ରୀ ମାନଙ୍କୁ ସ୍ମାର୍ଟ ପେନାଲ୍ ବୋର୍ଡ଼ ରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଲିଙ୍ଗ ଭିତ୍ତିକ, ସମତl ପାଇଁ ଏକ ବିଶେଷ ପ୍ରୟାସ ବିଷୟରେ ସହକାରୀ ଶିକ୍ଷୟତ୍ରୀ ଶ୍ରୀମତୀ ଜାନକୀ ଭୁଏ ପଙ୍ଖାନୁପୁଙ୍ଖ ଆଲୋଚନl କରିଥିଲେ l ବରିହା ସାର୍ କାର୍ଯକ୍ରମର ସଫଳ ରୂପାୟନ ପାଇଁ ବିଭିନ୍ନ ଉଦାହରଣ ମାଧ୍ଯମରେ ଛାତ୍ର ଛାତ୍ରୀ ମାନଙ୍କୁ ଦିଗ ଦର୍ଶନ ପ୍ରଦାନ କରିଥିଲେ ଅପରାହ୍ନରେ ବଜ୍ରପାତ ଓ ସାପ କାମୁଡା ପ୍ରତି ସାବଧାନ ବିଷୟରେ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ସଚେତନତା ଶିବିର ଶ୍ରୀ ପ୍ରେମରାଜ ଭୋଇ, ପ୍ରଧାନ ଶିକ୍ଷକଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଥିଲା l ଶିବିରରେ ୬୦ ଜଣ ଛାତ୍ର ଛାତ୍ରୀ ଭାଗ ନେଇଥିଲେ l ବଜ୍ରପାତ ଓ ସାପ କାମୁଡା ପ୍ରତି ସତର୍କତା ଓ ସାବଧାନତା ଅବଲମ୍ବନ ବିଷୟରେ ଶ୍ରୀ କ୍ଷିତେଶ୍ୱର୍ ବେହେରା ଓ ଶ୍ରୀ ରଶ୍ମୀ ରଞ୍ଜନ ଦାଶ ସି ଆର୍ ସି ସି ବିଶେଷ ଆଲୋଚନl କରିଥିଲେ l
