ଗଞ୍ଜାମ ଜିଲ୍ଲା ପାଇଁ ଆଉ ଏକ ଲଜ୍ଜ୍ୟା କଥା ସାମ୍ନା କୁ ଆସିଛି।
ନିଜକୁ ବିଶ୍ଵହିନ୍ଦୁ ପରିଷଦର ନେତା ବୋଲାଉଥିବା ବାଜପେୟୀ ଆରୋଗ୍ୟ ଧାମ ର ମାଲିକ ଡ଼କ୍ଟର ଭବାନୀ ଶଙ୍କର ଦାଶ ଜଣେ ୧୭ ବର୍ଷିୟା ନାବାଳିକା କୁ ଦୁଷ୍କର୍ମ ଅଭିଯୋଗ ରେ ବୈଦ୍ୟନାଥପୁର ଥାନା ପୋଲିସ ଭବାନୀ ଶଙ୍କର ଦାସ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି। ଗତକାଲି ରାତିରେ ଉକ୍ତ ନାବାଳିକା କୁ ଡଃ ଦାସ ଦୁଷ୍କର୍ମ କରିଥିବା ପୀଡ଼ିତା ର ମାଉସୀ ବୈଦ୍ୟନାଥ ପୁର ଥାନା ରେ ଅଭିଯୋଗ କରିଥିଲେ। ଅଭିଯୋଗ ଗ୍ରହଣ କରି ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରି ଡଃ ଦାସ୍ କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଟାଉନ ଏସ୍ ଡି ପି ଓ ଏହି ମାମଲାର ଦାୟିତ୍ୱରେ ଅଛନ୍ତି।

