ଆଣ୍ଠେଇଛି ମେଗା ଜଳ ଯୋଗାଣ ପ୍ରକଳ୍ପ.. (ଭରସା ସାଜିଛି ପୋଖରୀ ଗାଡ଼ିଆ ଗୋଳିଆ ପାଣି)
ଆର,ଉଦୟଗିରି (ମନୋଜ କୁମାର ପାଢୀ)ଅବଧି ସରିଲାଣି ହେଲେ ସରୁନାହିଁ ପ୍ରକଳ୍ପ,ମେଣ୍ଟୁନାହିଁ ଶୋଷ। କେଉଁଠି ଲୋକେ ଗୋଳି ପାଣି ବ୍ୟବହାର କରୁଛନ୍ତି ତ ଆଉ କେଉଁଠି କୂଅ ଖୋଳି ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି।ଲୋକଙ୍କୁ ବିଶୁଦ୍ଧ ପାଣି ଯୋଗଇବା ପାଇଁ ସରକାରୀ ସ୍ତରରେ ଅନେକ ଯୋଜନା କରାଯାଉଛି।ସବୁ ଯୋଜନା ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ । ସଠିକ ଭାବେ କାର୍ଯ୍ୟକାରୀ ହୋଇପାରୁନାହିଁ । ଫଳରେ ଲୋକେ ପିଇବା ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି । ଗଜପତି ଜିଲ୍ଲାର ୮୨ ଟି ପଞ୍ଚାୟତକୁ ପିଇବା ପାଣି ଯୋଗାଇବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିଲା ମେଗା ଜଳ ଯୋଗାଣ ପ୍ରକଳ୍ପ । ପ୍ରକଳ୍ପ କାମ ସଂପୂର୍ଣ୍ଣ ହେଲେ ମୋହନା ର ୩୯ ଟି, ଆର୍.ଉଦୟଗିରିର ୧୭ ଟି, ନୂଆଗଡ଼ ର ୧୯ ଟି ଓ ଗୁମ୍ମା ବ୍ଲକର ୫ ଟି ପଞ୍ଚାୟତ ସହ କନ୍ଧମାଳ ଦାରିଙ୍ଗିବାଡ଼ି ବ୍ଲକର ୨ ଟି ପଞ୍ଚାୟତର ଲୋକଙ୍କ ତୃଷ୍ଣା ମେଣ୍ଟିବ।ଅବଧି ସରିଲାଣି ହେଲେ ସରୁନାହିଁ ପ୍ରକଳ୍ପ,ମେଣ୍ଟୁନାହିଁ ଶୋଷ। କେଉଁଠି ଲୋକେ ଗୋଳି ପାଣି ବ୍ୟବହାର କରୁଛନ୍ତି ତ ଆଉ କେଉଁଠି କୂଅ ଖୋଳି ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି ଅଞ୍ଚଳବାସୀ ।
