ଅମାନବୀୟ ଅତ୍ୟାଚାର ଓ ନିର୍ଯ୍ୟାତନା।

ଅମାନବୀୟ ଅତ୍ୟାଚାର ଓ ନିର୍ଯ୍ୟାତନା।

ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅର୍ନ୍ତଗତ ଜାହାଡା ନିକଟସ୍ଥ ଖାରିଗୁମ୍ମା ରେ ଦୁଇ ଜଣ ବ୍ୟକ୍ତି ଲୁଲୁ ନାହାକ ଓ ବାବୁଲା ନାହାକ କୁ କିଛି ବ୍ୟକ୍ତି ଅଧା ଲଣ୍ଡା କରି ଆଣ୍ଠୁରେ ଚଲାଇବା ଏକ ଅଭାବନୀୟ ଘଟଣା ଘଟିଛି। ଘଟଣା ରୁ ପ୍ରକାଶ ଯେ ନିଜ ଝିଅକୁ ଯୌତୁକ ଜନିତ ୩ ଟି ଗୋରୁ ଦେବା ପାଇଁ ଗାଁ ଦାଣ୍ଡରେ ଯାଉଥିବା ବେଳେ କିଛି ଯୁବକ ଦୁଇ ଜଣଙ୍କୁ ଅଟକାଇ ଗୋଚାଲାଣ ନାମରେ ଚାନ୍ଦା ମାଗିଥିଲେ। ସେମାନେ ଚାନ୍ଦା ଦେବାପାଇଁ ରାଜି ନହେବାରୁ ପ୍ରାୟ ୭ ୮ ଜଣ ଯୁବକ ମିଶି ନିର୍ଦ୍ଧୁମ ମାଡ ମାରି ନିକଟସ୍ଥ ସେଲୁନ୍ ରେ ଲଣ୍ଡା କରି କିଛି ରାସ୍ତା ଚଲାଇବା ପରେ ଜାହାଡା ଗ୍ରାମରେ ଆଣ୍ଠେଇ ଚଲାଇ ଥିଲେ। ଏହି ଭଳି ପରିସ୍ଥିତିରେ ନିଜକୁ ମୁକୁଳେଇ ଦୁଇ ଯୁବକ ଧରାକୋଟ ଥାନା ରେ ଅଭିଯୋଗ କରିଥିଲେ ଓ ଅଭିଯୋଗ ଗ୍ରହଣ କରି ପୋଲିସ ଦୁଇ ଯୁବକ କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ଓ ଘଟଣାସ୍ଥଳରେ ପହଞ୍ଚି ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି।

Leave a Reply

Your email address will not be published. Required fields are marked *