ହୁତୁ ହୁତୁ ହୋଇ ଜଳିଗଲା ଦୁଇଟି ଗାଡି ।
ରାୟଗଡା-22.06.25 ଆଙ୍କର-ମା ମଝିଘରିଆଣି ମନ୍ଦିର ନିକଟ ଝଞ୍ଜାବତୀ ପୋଲ ଉପରେ ଏକ କୋଇଲା ବୋଝେଇ ଟ୍ରକ ସହ ଏକ ପିକପ ଭ୍ୟାନ ଧକ୍କା ହବା ଫଳରେ ଦୁଇଟି ଗାଡି ହୁତୁ ହୁତୁ ହୋଇ ଜଳିଯାଇ ଥିବା ବେଳେ ଦୁଇଟି ଗାଡିର ଡ୍ରାଇଭରଙ୍କ କିଛି ହୋଇନଥିବା ବେଳେ ମେକ୍ସ-ପିକଅପ ଗାଡିର ହେଲ୍ପର ସାମାନ୍ୟ ଆହତ ହୋଇଛନ୍ତି । ଘଟଣାରୁ ପ୍ରକାଶ ମେକ୍ସ-ପିକଅପ ଗାଡିର ମରାମତି କରିବା ପାଇଁ ଅତଡା ଗ୍ରାମରୁ ରାୟଗଡା ଆସୁଥିବା ସମୟରେ ଆନ୍ଧ୍ର ପଟୁ ଆସୁଥିବା କୋଇଲା ବୋଝେଇ ୧୬ ଚକିଆ ଟ୍ରକଟି ମଝିଘରିଆଣି ମନ୍ଦିର ନିକଟ ଝଞ୍ଜାବତୀ ନଦୀ ପୋଲ ଉପରେ ମେକ୍ସ-ପିକଅପ ଗାଡିର ପଛପଟୁ ଧକ୍କା ଦେଇଥିଲା । ଯାହାରି ଫଳରେ ମେକ୍ସ-ପିକଅପ ଗାଡି ସହ କୋଇଲା ବୋଝେଇ ଟ୍ରକଟି ସମ୍ପୂର୍ଣ ପୋଡି ଯାଇଥିବା ବେଳେ ଦୁଇଟି ଗାଡିର ଡ୍ରାଇଭର ଗାଡିରୁ ଡେଇଁ ପଡିବାରୁ ସେମାନେ ବଞ୍ଚି ଯାଇଥିବା ବେଳେ ମେକ୍ସ-ପିକଅପ ଗାଡିର ହେଲ୍ପର ସାମାନ୍ୟ ଆହତ ହୋଇଛନ୍ତି । ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀ ଓ ପୋଲିସ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ରାୟଗଡା- ଆନ୍ଧ୍ର ଯୋଗାଯୋଗ ବନ୍ଦ ରହିଥିବା ବେଳେ ରାସ୍ତାର ଦୁଇ ପାର୍ଶ୍ଵରେ ବହୁ ଗାଡି ଅଟକି ରହିଛି। *ଚlହୁ ଚାହୁଁ ଜଳି ଗଲା ଦୁଇଟି ଗାଡି।ଘଟଣା ସ୍ଥଳରେ ଅଗ୍ନିସମ ବିଭାଗ ପଂହଁଚି ନିଆଁ ଲିଭାଇ ବା ନିମନ୍ତେ ଉଦ୍ୟମ ଜାରି ରଖିଛି।**ଅନ୍ୟ ପକ୍ଷରେ ରାୟଗଡା ଏବଂ ଆନ୍ଧ୍ରକୁ ଯୋଗାଯୋଗ ଠପ ।* ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ
