ସେଞ୍ଚୁରିଆନ ଶିକ୍ଷାନୁଷ୍ଠାନରେ ଅନ୍ତର୍ଜତୀୟ ଯୋଗ ଦିବସ ପାଳିତ ।

ସେଞ୍ଚୁରିଆନ ଶିକ୍ଷାନୁଷ୍ଠାନରେ ଅନ୍ତର୍ଜତୀୟ ଯୋଗ ଦିବସ ପାଳିତ ।ରାୟଗଡ଼ା (ଅମୁଲ୍ୟ ନିଶଙ୍କ ) : ଯୋଗ ଦ୍ଵାରା ମଣିଷ କେବଳ ଶାରୀରିକ ଭାବେ ନୁହେଁ ମାନସିକ ସ୍ତରରେ ମଧ୍ୟ ସୁସ୍ଥ ରହିପାରେ ବୋଲି ବିଶେଷଜ୍ଞଙ୍କ ମତ। ଯୋଗର ଉପକାରିତା ଏବଂ ଆବଶ୍ୟକତା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଜୁନ ୨୧ ତାରିଖକୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ପାଳନ କରାଯାଉଛି। ଏହି ପରିପରେକ୍ଷୀରେ ରାୟଗଡ଼ା ସହର ଉପଖଣ୍ଡ ପିତାମହଲ ସ୍ଥିତ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ପରିସରରେ ଅନ୍ତର୍ଜତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ରାୟଗଡ଼ା ଭାରତୀ ନୃସିଂଘ ବାସ୍ତୁ ଓ ଯୋଗ ଏକାଡେମି ଓ ସେଞ୍ଚୁରିଆନ ବିଶ୍ଵବିଦ୍ୟାଳୟ ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାୟଗଡ଼ା ଭାରତୀ ନୃସିଂଘ ବାସ୍ତୁ ଓ ଯୋଗ ଏକାଡେମି ପକ୍ଷରୁ ନୃସିଂଘ ଚରଣ ବାହିନୀପତି, ଟୁନି ମହାକୁଡ଼, ବିନୟ ସ୍ବାଇଁ ଓ ସେଞ୍ଚୁରିଆନ ଶିକ୍ଷାନୁଷ୍ଠାନର ନିର୍ଦ୍ଧେଶକ ଡ଼ଃ ରାଜେଶ କୁମାର ପାଢ଼ୀ, ଅଧ୍ୟକ୍ଷ ରାଧାକୃଷ୍ଣ ମହାପାତ୍ର, ଉପାଧ୍ୟକ୍ଷ ଧୀରାଜ ମହାନ୍ତି ପ୍ରମୁଖ ଉପସ୍ଥିତ ଥିବା ବେଳେ ପତାଞ୍ଜଳି ଯୁବ ଭାରତ ପକ୍ଷରୁ ୧୫ଜଣ ସଦସ୍ୟ ଉକ୍ତ କାର୍ଯ୍ୟକ୍ରମରେ ଯୋଗୋଦେଇ ଯୋଗର ଉପକାରିତା ସମ୍ପର୍କରେ ଆଲୋକପାତ କରିବା ସହ ବିଭିନ୍ନ ଯୋଗାସନ ଅଭ୍ୟାସ ପୂର୍ବକ ଉପସ୍ଥିତ ଛତ୍ରଛାତ୍ରୀଙ୍କ ପାଇଁ ପ୍ରଦର୍ଶନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସେଞ୍ଚୁରିଅନ ଶିକ୍ଷାନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀ ସହ ସମସ୍ତ ଶିକ୍ଷକ ଅଂଶଗ୍ରହଣ କରିଥିଲେ।ପ୍ରଯ୍ୟୋକ୍ରମେ ଯୋଗ ବିଷୟରେ ଛାତ୍ରଛାତ୍ରୀଙ୍କ ଜ୍ଞାନ ଜାଣିବା ପାଇଁ କୁଇଜ୍ ପ୍ରତିଯୋଗିତା ଏବଂ ବିତର୍କ ପ୍ରତିଯୋଗିତା କରାଯାଇଥିଲା।

Leave a Reply

Your email address will not be published. Required fields are marked *