କାଶୀପୁର ପ୍ରଥମ ଶ୍ରେଣୀ ଅଦାଲତ ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ।

କାଶୀପୁର ପ୍ରଥମ ଶ୍ରେଣୀ ଅଦାଲତ ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ।

– ଯୋଗ ଦିବସ ଅବସରରେ ଆଜି ତା ୨୧/୬ ରିଖ କୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ସମଗ୍ର ବିଶ୍ୱରେ ପାଳନ କରାଯାଉଥିବା ବେଳେ, ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ସଦର ସ୍ଥିତ ପ୍ରଥମଶ୍ରେଣୀ ଅଦାଲତ ପରିସରରେ ତାଲୁକ ଆଇନ ସେବା ସମିତି କାଶୀପୁର ଆନୁକୂଲ୍ୟରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି। ଏହି ଅବସରରେ ଯୋଗ ଗୁରୁ ଆର. ଚକ୍ରଧର ରାଓ ଯୋଗ,ବ୍ୟାୟାମ ଓ ପ୍ରାଣାୟାମ ଶିଖାଇଥିଲେ। କାର୍ଯ୍ୟକ୍ରମ ରେ କାଶୀପୁର ପ୍ରଥମ ଶ୍ରେଣୀ ଅଦାଲତ ବିଚାରପତି ତାଲୁକ ଆଇନସେବା ସମିତି ଅଧକ୍ଷା ଶ୍ରୀମତୀ ନର୍ମଦା କରଙ୍କ ଉପସ୍ଥିତି ରେ ତାଲୁକ ଆଇନସେବା ସମିତି କର୍ମଚାରୀ , ଅକିଲ ସଂଘ କାଶୀପୁର ବାର,ପାନେଲ ଲୟେର୍ସ, ପାରା ଲିଗାଲ ଭଲ୍ୟୁଣ୍ଟାରୀଶ, ଅଦାଲତ କର୍ମଚାରୀ ଏବଂ ସିଏସଆଇ କର୍ମଚାରୀ ମାନେ ସାମିଲ ହୋଇଥିଲେ।ଯୋଗର ବିଶେଷତ୍ୱ ଭାବେ ପ୍ରଥମତ୍ୱ ତା ୨୧/୬/୨୦୧୫ ରିଖ ରେ ଭାରତୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆଭାନ କ୍ରମେ ଦିଲ୍ଲୀ ଜୋନପଥ ମାର୍ଗ ଠାରେ ଏକ ଯୋଗ ଶିବିର ଆୟୋଜନ କରାଯାଇଥିଲା। ଏହି ଅବସରରେ ଯୋଗ ଶିବିରରେ ଏକସଙ୍ଗେ ୩୫ ହଜାର ରୁ ଉର୍ଦ୍ଧ ଲୋକେ ସାମିଲ ହୋଇ ଯୋଗାଭ୍ୟାସ କରିଥିଲେ ଯାହା ଆଜି ପର୍ଯ୍ୟନ୍ତ ଯୋଗାଭ୍ୟାସ ରେ ଏହା ସର୍ବାଧିକ ଲୋକେ ସାମିଲ ହିଇଥିବା ଏକ ବିଶ୍ଵାସ୍ତରୀୟ କୀର୍ତ୍ତିମାନ ଅଟେ। ଏହି ଦିନ ତଥା ୨୦୧୫ ଠାରୁ ଆଜି ପର୍ଯ୍ୟନ୍ତ ଜୁନ ୨୧ କୁ ଅନ୍ତର୍ଜାତୀୟ ଯୋଗ ଦିବସ ରୂପେ ପାଳନ କରାଯାଇ ଅଛି ।

Leave a Reply

Your email address will not be published. Required fields are marked *