କଲେଜ ପାଇଁ ଗୌରବ ଅର୍ଜନ କରିଥିବା ବିଜ୍ଞାନର ଦୁଇଜଣ, କଳାର ଦୁଇଜଣ ଓ ବାଣିଜ୍ୟର ଦୁଇଜଣ ଛାତ୍ର, ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ

ଦକ୍ଷିଣ ଓଡ଼ିଶାର ସର୍ବ ବୃହତ୍ତମ ଓ ପୁରାତନ ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟ ଅଧୀନରେ ଥିବା ଖଲ୍ଲିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଙ୍କ ପ୍ରକୋଷ୍ଠରେ କାହ୍ନାଚାରିଟେବୁଲ ଟ୍ରଷ୍ଟ ତରଫରୁ ଏକ ଭବ୍ୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସର୍ବପ୍ରଥମେ ଅଧ୍ୟକ୍ଷ ମହୋଦୟଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା। ଏହାପରେ ଚଳିତ ବର୍ଷ ଯୁକ୍ତ ଦୁଇ ବିଜ୍ଞାନ, କଳା ଓ ବାଣିଜ୍ୟ ପରୀକ୍ଷାରେ ସର୍ବୋଚ୍ଚ ନଂ ରଖି କଲେଜ ପାଇଁ ଗୌରବ ଅର୍ଜନ କରିଥିବା ବିଜ୍ଞାନର ଦୁଇଜଣ, କଳାର ଦୁଇଜଣ ଓ ବାଣିଜ୍ୟର ଦୁଇଜଣ ଛାତ୍ର, ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଟ୍ରଷ୍ଟ ସଭାନେତ୍ରୀ ଶ୍ରୀମତୀ ରଞ୍ଜନା ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯୟକ୍ରମରେ ରବୀନ୍ଦ୍ର ନାଥ ମିଶ୍ର, ବିଜୟ କୃଷ୍ଣ ମହାନ୍ତି, ସୋନମ୍ ଦାସ, ତରୁଣ ପାଢ଼ୀ, ମୁରଲିମୋହନ ଆଚାର୍ଯ୍ୟ, ରିତାଞ୍ଜଳି ସ୍ବାଇଁ, ଅଶୋକ ଜେନା, ସତ୍ୟନାରାୟଣ ଦାସ ପ୍ରମୁଖ ଯୋଗଦାନ କରି ଛାତ୍ର,ଛାତ୍ରୀ ମାନଙ୍କ ଉଜ୍ବଳ ଭବିଷ୍ୟତ କାମନା କରିବା ସହ ବିଭିନ୍ନ ପ୍ରକାର ସଚେତନତା ଓ ପ୍ରେରଣା ଦେଇଥିଲେ। ଏହି ମହାନ୍ କାର୍ଯ୍ୟକ୍ରମରେ ବହୁ ଅଧ୍ୟାପକ, ଅଧ୍ୟାପିକା, ଅଭିଭାବକ ଓ ସାମ୍ବାଦିକ ବନ୍ଧୁମାନେ ଯୋଗଦାନ କରି କାହ୍ନ। ଚାରିଟେବୁଲ ଟ୍ରଷ୍ଟର ଉଚ୍ଚ ପ୍ରଶଂସା କରିଥିଲେ। ଏହି କାର୍ଯ୍ୟକ୍ରମ ସଫଳତାରେ କଲେଜ ଅଧ୍ୟାପିକା ଶ୍ରୀମତୀ ସନ୍ଧ୍ୟାରାଣୀ ପଟ୍ଟନାୟକ ଓ ଶ୍ରୀମତୀ ଦିପାଞ୍ଜଳୀ ରଥ ପ୍ରମୁଖ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *