ମାଇଚିଆ ଶବ୍ଦ ବ୍ୟବହାର କରି ଫସିଲେ ଅରୁଣ ସାହୁ, କିନର ସମାଜ ପକ୍ଷରୁ କୁଶ ପୁତଳିକା ଦାହ

ମାଇଚିଆ ଶବ୍ଦ ବ୍ୟବହାର କରି ଫସିଲେ ଅରୁଣ ସାହୁ, କିନର ସମାଜ ପକ୍ଷରୁ କୁଶ ପୁତଳିକା ଦାହ

ଗଜପତି,୧୯ା୬(ମନୋଜ କୁମାର ପାଢୀ): ବିରୋଧୀ ଦଳ ନେତା ତଥା ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ ଗତ ୧୭ ତାରିଖରେ ବିରୋଧୀଙ୍କୁ ଆକ୍ଷେପ କରି ପୁରୀରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ମାଇଚିଆ ଶବ୍ଦ ବ୍ୟବହାର କରିଥିଲେ। ଏହା ଏବେ ତାଙ୍କୁ ମହଙ୍ଗା ପଡିଛି। ଏହାକୁ ବିରୋଧ କରି ଗଜପତି କିନ୍ନର ସମାଜ ସ୍ଥାନୀୟ ହାଇସ୍କୁଲ ଛକ ନିକଟରେ ଆନ୍ଦୋଳନ କରି ଅରୁଣ ସାହୁଙ୍କ କୁଶ ପତଳିକା ଦାହ କରିଛନ୍ତି।ବିଧାୟକ ସାହୁ ନିସର୍ତ୍ତ କ୍ଷମା ପ୍ରାର୍ଥନା କରିବାକୁ ସେମାନେ ଦାବି କରିଛନ୍ତି । ନଚେତ ଆଗାମୀ ଦିନରେ ସାରା ଓଡିଶାରେ କିନ୍ନର ସମାଜ ପକ୍ଷରୁ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି କିନ୍ନର ସମାଜ ପକ୍ଷରୁ କୁହାଯାଇଛି। ରାଜ୍ୟ ସଭାନେତ୍ରୀ ସ୍ବିିଟି ସାହୁ ଏହାକୁ ତୀବ୍ର ନିନ୍ଦା କରିଛନ୍ତି। ସରକାର କିନ୍ନର ସମାଜର ବିକାଶ ଦିଗରେ ଉଦ୍ୟମ କରୁଥିବା ବେଳେ ଜଣେ ରାଜ୍ୟସ୍ତରୀୟ ନେତାଙ୍କ କିନ୍ନରଙ୍କ ପ୍ରତି ଏଭଳି ମନ୍ତବ୍ୟ ଦୁର୍ଭାଗ୍ୟଜନକ ବୋଲି ସ୍ବିଟି କହିଛନ୍ତି। ଅରୁଣ ସାହୁ ନିସର୍ତ୍ତ କ୍ଷମା ନ ମାଗିଲେ ସେମାନେ ରାସ୍ତାକୁ ଓହ୍ଲାଇବେ ବୋଲି ସ୍ବିଟି କହିଛନ୍ତି। ଏହି ସମୟରେ ଜିଲା କିନ୍ନର ସଭାନେତ୍ରୀ ମଧୁ ବରାଡ, ସମ୍ପାଦିକା ଯସ୍ମୀନ ଶେଖ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *