ଆର -ଉଦୟଗିରି ପୋଲିସ ୧୨୩ କେଜି ଗଞ୍ଜେଇ ସହ ୩ ଗିରଫ ।

ଆର -ଉଦୟଗିରି ପୋଲିସ ୧୨୩ କେଜି ଗଞ୍ଜେଇ ସହ ୩ ଗିରଫ ।

ଆର, ଉଦୟଗିରି(ମନୋଜ କୁମାର ପାଢୀ )୨୦/୬/ ଦିନକୁ ଦିନ ଗଜପତି ଜିଲ୍ଲାରେ ଗଞ୍ଜେଇ ଚୋରାଚାଲାଣକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ପଦକ୍ଷେପ ନେଇଆସୁଥିବା ବେଳେ ଗତକାଲି ଆର -ଉଦୟଗିରି ପୋଲିସକୁ ମିଳିଛି ବଡ ସଫଳତା l ଗତକାଲି ଆର -ଉଦୟଗିରି ପୋଲିସ ଗଞ୍ଜେଇ ଚାଲାଣ ହେଉଥିବା କୌଣସି ସୂତ୍ରରୁ ଖବର ପାଇ ବସ୍ତ୍ରୀଗୁଡା ଅଂଚଳରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ଏକ ଅଟୋ ରେ 123 କେଜି ଗଞ୍ଜେଇ ଜବତ କରିବା ସହ 3 ଜଣକୁ ଗିରଫ କରିଛି l ଗିରଫ ତିନିଜଣ ହେଲେ ତାବରଡା ଗାଁର ବିଜୟ ଲିମା, ଉଦୟଲିମା,ହିଯାକିୟା ସିଂ l ଏନ ଡି ପି ଏସ ଅଧିନିୟମ ଅନୁସାରେ କେସ ନମ୍ବର 68/25 ରେ ମାମଲା ରୁଜ୍ଜୁ କରି ସମ୍ପୃକ୍ତ ତିନିଜଣକୁ କୋର୍ଟ ଚାଲାଣ କରାଯାଇଛି l

Leave a Reply

Your email address will not be published. Required fields are marked *