ସଂଘବଦ୍ଧ ଆକ୍ରମଣ ରେ ଯୁବକ ଗୁରୁତର,୩ ଅଭିଯୁକ୍ତ କୋର୍ଟ ଚାଲାଣ।

ସଂଘବଦ୍ଧ ଆକ୍ରମଣ ରେ ଯୁବକ ଗୁରୁତର,୩ ଅଭିଯୁକ୍ତ କୋର୍ଟ ଚାଲାଣ।ଗାଙ୍ଗପୁର ଥାନା ଅର୍ନ୍ତଗତ କ୍ଷତ୍ରିୟବରପୁର ଗ୍ରାମର ଶିବଶଙ୍କର ସେଠୀ ନାମକ ଜଣେ ଯୁବକ କୁ ୩ ଜଣ ଯୁବକ କାତି ରେ ଆକ୍ରମଣ କରିଥିଲେ। ଯାହା ଫଳରେ ଜୀବନ ବଞ୍ଚାଇବା ପାଇଁ ଗୁରୁତର ଅବସ୍ଥାରେ ଯୁବକ ଜଣକ ମୁଖ୍ୟ ରାସ୍ତାକୁ ଦୌଡ଼ି ପଳାଇଥିଲା ଓ ସ୍ଥାନୀୟ ଲୋକ ଆମ୍ବୁଲାନ୍ସ ଯୋଗେ ତାକୁ ଭଞ୍ଜନଗର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ସେଠାରେ ତା’ର ଅବସ୍ଥା ଗୁରୁତର ହେବାରୁ ତାକୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।ସୁଚନା ଥାଊକି ଅଭିଯୁକ୍ତ ସତ୍ୟଜିତ ପାଣିଗ୍ରାହୀ, ସନ୍ତୋଷ ସାହୁ,ଜିଲୁ ଗୌଡ ଓ ଶିବଶଙ୍କର ସେଠୀ ନିକଟସ୍ଥ ଏକ କାଜୁ ଜଙ୍ଗଲରେ ମଦ ପିଇଥିଲେ ଓ କୌଣସି କଥା କୁ ଶିବ ସହିତ ୩ ଜଣଙ୍କର ଉଚ୍ଚବାଚ ହୋଇଥିଲା। ପରବର୍ତ୍ତୀ ସମୟରେ ଉକ୍ତ ଅଭିଯୁକ୍ତ ଯୁବକ ମାନେ କାତି ଓ ବିଭିନ୍ନ ମାରଣାସ୍ତ୍ର ରେ ଶିବକୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ଥିବା ଶିବଶଙ୍କର କୁ ଭେଟି ଗାଙ୍ଗପୁର ଥାନା ପୋଲିସ୍ ଏସ୍ ଆଇ ଆର୍ତ୍ତତ୍ରାଣ ଦାନୀ ଅଭିଯୋଗ ଗ୍ରହଣ କରି ମାମଲା ନଂ ୪୧୮/୨୫ ଅନୁଯାୟୀ ଏକ ମକଦ୍ଦମା ରୁଜୁ କରି ଅଭିଯୁକ୍ତ ମାନଙ୍କୁ ଉଠାଇ ନେଇ ଥାନା ରେ ରଖି ଜେରା କରିବା ପରେ କୋର୍ଟ ଚାଲାଣ କରିଛନ୍ତି।

Leave a Reply

Your email address will not be published. Required fields are marked *