ମଦ୍ୟପ ସ୍ବାମୀ କୁ ହତ୍ୟା କରି ସ୍ତ୍ରୀ ଥାନା ରେ ଅଟକ।

ମଦ୍ୟପ ସ୍ବାମୀ କୁ ହତ୍ୟା କରି ସ୍ତ୍ରୀ ଥାନା ରେ ଅଟକ।

ଧରାକୋଟ ଥାନା ଅର୍ନ୍ତଗତ ମୁଣ୍ଡମରାଇ ସାହିରେ ଏକ ଅଭାବନୀୟ ଘଟଣା ଘଟିଛି। ଯାହାକି ଅମର ନାଇକ ନାମକ ଜଣେ ଯୁବକ କୁ ତା’ର ସ୍ତ୍ରୀ ଅଞନା ନାଇକ ତଣ୍ଟିଚିପି ଶ୍ଵାସ ରୁଦ୍ଧ କରି ହତ୍ୟା କରିଥିବା ମୃତ ଅମର ର ଭାଇ ଟୁକୁନା ନାଇକ ଥାନାରେ ଅଭିଯୋଗ କରିଛି। ଘଟଣାରୁ ଜଣାପଡିଛି ଯେ ମୃତ ଅମର ଜଣେ ମଦ୍ୟପ ବ୍ୟକ୍ତି ଓ ସବୁବେଳେ ମଦ ପିଇ ଘରେ ଆସି ସ୍ତ୍ରୀ ସହ ଝଗଡା କରେ ବାଡାପିଟା ମଧ୍ୟ କରେ। କିନ୍ତୁ ଗତ ମଙ୍ଗଳବାର ରାତି ରେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଏହି ଭଳି ପରିସ୍ଥିତି ହେଲା, ଯ’ଦ୍ଵାରା ସ୍ତ୍ରୀ ଅଞନା ଅମରକୁ ତଣ୍ଟିଚିପି ହତ୍ୟା କରିଥିଲା। ସାହିରେ ଘଟଣା ପ୍ରଘଟ ହେବା ପରେ ଅଞନା ର ଘଟଣା ବିଷୟରେ ଧରାକୋଟ ଥାନା ରେ ଅଭିଯୋଗ କରିଥିଲା ଓ ପୋଲିସ ଅଭିଯୋଗ ଗ୍ରହଣ କରି ମାମଲା ନଂ ୨୩୨/୨୫ ଅନୁଯାୟୀ ମାମଲା ରୁଜୁ କରି ଅଞନା କୁ ଥାନା ରେ ରଖି ପଚରାଉଚରା କରିବା ସହ ମୃତ ଅମର ର ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି।

Leave a Reply

Your email address will not be published. Required fields are marked *