ଚୋରୀ ଅଭିଯୋଗରେ ଜଣେ ଗିରଫ ସହ ଚୋରୀ ସାମଗ୍ରୀ ଉଦ୍ଧାର ।

ଚୋରୀ ଅଭିଯୋଗରେ ଜଣେ ଗିରଫ ସହ ଚୋରୀ ସାମଗ୍ରୀ ଉଦ୍ଧାର । ଆର,ଉଦୟଗିରି(ମନୋଜ କୁମାର ପାଢୀ)- ଗଜପତି ଜିଲ୍ଲା ଆର,ଉଦୟଗିରି ଥାନାର ରୁବୁଡିସିଙ୍ଗି ଗ୍ରାମରୁ ପୁଲିସ ଚୋରୀ ସମଗ୍ରୀ ଜବତ ସହ ଅଭିଯୁକ୍ତ ଏବେଲା ଭୂୟାଁକୁ ଗିରଫ କରିଛି । ସୂଚନା ପ୍ରକାରେ ଅଭିଯୁକ୍ତ ଏବେଲ ଗତ କିଛିଦିନ ହେଲା ଆର,ଉଦୟଗିରି ଗ୍ରାମରେ ନିୟମିତ ଭାବେ ଚୋରୀ ହେଇଆସୁଥିଲା । ଏବେଲ ସୋମବାର ହାଟରେ ହାଟରେ ଗହଳି ଥାଇ ମଧ୍ୟ ଟେଲିଫୋନ ଏକ୍ସଚେଞ୍ଜ ନିକଟରେ ଥିବା ଏକ ତାଲାବନ୍ଦ ଘର ଭାଙ୍ଗି ଲୁଟ କରିଥିଲା । ଘର ମାଲିକ କିଶୋର ପାଇକ ଓ ପରବାର ସଦସ୍ୟ ଶବ ସକାର ପାଇଁ ଶ୍ମଶାନ ଯାଇଥିବା ସମୟରେ ଘର ବାଡିପଟୁ କବାଟ ଭାଙ୍ଗି ସୁନା,ରୁପା,ନଗଦ ଟଙ୍କା ଏବଂ ମୋବାଇଲ ମଧ୍ୟ ଲୁଟି ନେଇଥିଲା । ତେବେ ଗତ କିଛିଦିନ ହେଲା ଆର,ଉଦୟଗିରି ସଦରମୋହକୁମାରେ ଛୋଟମୋଟ ଚୋରି ହୋଇଥିବା ବେଳେ ଏନେଇ କେହି ମଧ୍ୟ ଥାନାରେ ଅଭିଯୋଗ କରୁନଥିବାରୁ ସେମାନଙ୍କୁ ପୁଲିସ ଧରିବା କଷ୍ଟକର ହୋଇପଡିଛି ।

Leave a Reply

Your email address will not be published. Required fields are marked *