କେନ୍ଦ୍ର ସରକାରଙ୍କ ୧୧ ବର୍ଷ ଓ ରାଜ୍ୟ ସରକାର ଙ୍କ ୧ବର୍ଷ ପୂର୍ତ୍ତି ଅବସରରେ କର୍ମଶାଳା l
ଆର,ଉଦୟଗିରି(ମନୋଜ କୁମାର ପାଢୀ)୧୮/୬/ଗଜପତି ଜିଲ୍ଲା ମୋହନା ବ୍ଲକ ଅଡବା ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ଅଡବା ମଣ୍ଡଳର ୮ ନମ୍ବର ଜୋନରେ କେନ୍ଦ୍ର ସରକାର ତଥା ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର 11ବର୍ଷ ପୂର୍ତ୍ତି ଅବସରରେ 15 ଗୋଟେ ପଂଚାୟତ କୁ ନେଇ କେନ୍ଦ୍ର ସରକାର ଓ ଓଡିଶା ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦେଶ କ୍ରମେ ଏକ କର୍ମଶାଳା ଅନୁଷ୍ଠିତ ହୋଇ ଥିଲା l ଅଡବା ମଣ୍ଡଳ ସଭାପତି ch ରାଜେନ୍ଦ୍ର ପାତ୍ର, ସାଧାରଣ ସମ୍ପାଦକ ମୁକ୍ତିମଣ୍ଡପ ଦଣ୍ଡସେନା, ଉପ ସଭାପତି କୁଳ ଚନ୍ଦ୍ର ମଲ୍ଲିକ, ବିଜୟକୁମାର ପାତ୍ର,ମହେଶ୍ୱର ରାଉତ, କୋଷଧ ବୃନ୍ଦାବନ ଗମାଙ୍ଗ, ଯୁବ ମୋର୍ଚା ସଭାପତି ଧର୍ମନ୍ଦ୍ର ମଲ୍ଲିକ,କୃଷକ ମୋର୍ଚ୍ଚା ସଭାପତି ବୃଦ୍ଧ ମଲ୍ଲିକ, ଏସଟି ମୋର୍ଚ୍ଚା ସଭାପତି ହାର ମଲ୍ଲିକ, ଦୁଃଖ ଶ୍ୟାମ ମଲ୍ଲିକ,ବାବୁଲା ଦଣ୍ଡସେନା ସଂଜୟ ମଲ୍ଲିକ,ଯୋଗୁଁ ଦେଇ ଥିଲେ l ସରକାର ଙ୍କ ବିଭିନ୍ନ ପ୍ରକାର ଯୋଜନା ତଥା ବିକଶିତ ଗାଁ ବିକଶିତ ଓଡିଶା,ଶୁଭଦ୍ରା ଯୋଜନା,ଆୟୁଷ୍ମାନ ଯୋଜନା, ବିଶ୍ୱକର୍ମା ଯୋଜନା, ଅନ୍ତଦ୍ୟାୟ ଯୋଜନା, ପେନସନ ଯୋଜନା,ଗୋଦାବରୀ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ଗୁଡ଼ିକ ଉପରେ ବିବରଣୀ ଦେଇ ଥିଲେ ଏହି କାର୍ଯ୍ୟକ୍ରମରେ ବିଜେପି କାର୍ଯ୍ୟକର୍ତା ମାନେ ଉପସ୍ଥିତ ଥିଲେ ।
