ଅବସର କାଳୀନ ବିଦାୟ ସଭା

ଅବସର କାଳୀନ ବିଦାୟ ସଭା

ଆଜି ମହେନ୍ଦ୍ରଗଡ କୋଲନୀ ଠାରେ ଥିବା ଆରୋଗ୍ୟ କେନ୍ଦ୍ରରେ ଏକ ଅବସର କାଳୀନ ବିଦାୟ ସଭା ଅନୁଷ୍ଠିତ ହୋଇଯାଇଛି । ଆର,ଉଦୟଗିରି(ମନୋଜ କୁମାର ପାଢୀ/ ୧୮/୬/ଆରୋଗ୍ୟ କେନ୍ଦ୍ରରେ କାର୍ଯ୍ୟରତ ଥିବା ANM ଜ୍ୟୋସ୍ନା ରାଣୀ ମହାନ୍ତି 1999 ମସିହା ରେ ଏହି କେନ୍ଦ୍ରରେ କାର୍ଯ୍ୟରେ ଯୋଗ ଦେଇ ଥିଲେ । ସେହି ଦିନ ଠାରୁ ଆଯ ପର୍ଯ୍ୟନ୍ତ ନିଷ୍ଠା ଓ ସ୍ୱାର୍ଥ ପର ଭାବେ କାର୍ଯ୍ୟ ତୁଲାଇ ଆସୁଥିଲେ । ଯାହାକି ଆଜି ତାଙ୍କରି ଅବସର କାଳୀନ ସଭାରେ ସମସ୍ତ ଆଶା, ମେଲ ୱର୍କର୍, ଓ ସିଏଚ୍ଓ ସମସ୍ତଙ୍କ ମୁହଁରୁ ତାଙ୍କରି ଗୁଣ ଗାନ ହୋଇଥିଲା । ସମସ୍ତଙ୍କ ମୁଁହ ରେ ଶୋକର ଲହରୀ ବାରି ହୋଇପଡୁଥିଲା । ଦୀର୍ଘ ବର୍ଷର ଚାକିରି କାଳରେ ସମସ୍ତ କର୍ମଚାରୀ ମାନଙ୍କୁ ଉତ୍ତମ ବ୍ୟବହାର ରେ ବାନ୍ଧି ରଖିଥିବା ସହ ଅଞ୍ଚଳର ଲୋକମାନଙ୍କ ସହ ଏକ ପ୍ରକାର ପାରିବାରିକ ସମ୍ପର୍କ ରଖିଥିବାରୁ ଆଜି ମହେନ୍ଦ୍ରଗଡ ଅଞ୍ଚଳରେ ଦୁଃଖର ବାତାବରଣ ଖେଳି ଯାଇଚି । ଦୀର୍ଘ 26 ବର୍ଷ ଧରି ଲୋକଙ୍କ ସେବା କରି ଆସୁଥିବାରୁ ଆଜି ଲୋକଙ୍କ ମନରେ ଏକ ପ୍ରକାର ପ୍ରଶ୍ନ ସୃଷ୍ଠି ହେଉଛିକି ଆଗାମୀ ଦିନରେ ତାଙ୍କରି ସ୍ଥାନ କିଏ ପୂରଣ କରିପାରିବେ ତ ?? ସମସ୍ତ ଆଶା କର୍ମୀ ମାନଙ୍କ ତରଫରୁ ଛୋଟ ଛୋଟ ଉପହାର ଦେଇଥିଲେ । ଅଞ୍ଚଳର ମାନ୍ୟ ଗନ୍ୟ ବ୍ୟକ୍ତି ବିଶେଷ ମଧ୍ୟ ଏହି ସଭାରେ ଯୋଗ ଦେଇଥିଲେ ତଥା ମହେନ୍ଦ୍ରଗ ଡ ନାୟବ ସରପଞ୍ଚ ଉତ୍ତମ ମାଝୀ , CHO ଅଶୋକ କୁମାର ଧୁଙ୍ଗିଆ ,ମେଲ ୱର୍କର୍ ଚିତ୍ତରଞ୍ଜନ ସାହୁ ଉପସ୍ଥିତ ରହି ଏହି ଅବସର କାଳୀନ ସଭାକୁ ସାଫଲ୍ୟ କରିଥିଲେ ।

Leave a Reply

Your email address will not be published. Required fields are marked *